ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

Zelenskyy: ଟ୍ରମ୍ପଙ୍କ ସହ କଥାହେଲେ ଜେଲେନ୍କି; ୟୁକ୍ରେନ ଯୁଦ୍ଧକୁ ନେଇ ଆସିଲା ବଡ ଅପଡେଟ

Published By : Bijay Swain | March 19, 2025 10:23 PM

Image courtesy: indiatoday

ନୂଆଦିଲ୍ଲୀ: ଗତକାଲି ଅର୍ଥାତ ମଙ୍ଗଳବାର ଦିନ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡଟ୍ରମ୍ପ ପୁଟିନଙ୍କ ସହ କଥାବାର୍ତ୍ତା ହବା ୨୪ ଘଣ୍ଟା ନପୁରୁଣୁ ଏନେଇ ଆଜି ଆଉ ଏକ ବଡ ଖବର ଶୁଣିବାକୁ ମିଳିଛି। ବୁଧବାର ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସି ଆଜି ଫୋନ ଯୋଗେ ଟ୍ରମ୍ପଙ୍କ ସହ କଥା ହୋଇଥିବା ଜଣାପଡିଛି। ହ୍ୱାଇଟ ହାଉସର ଡେପୁଟି ଚିଫ୍ ଅଫ ଷ୍ଟାଫ ଡାନ ଷ୍କାଭିନୋ ଏନେଇ ଟୁଇଟ କରିଛନ୍ତି। ଓଭାଲ ହାଉସରେ, ଡୋନାଲ୍ଡ ଟ୍ରମ୍ପ ଜେଲେନ୍ସିଙ୍କ ସହ ଫୋନ ଯୋଗେ କଥାବର୍ତ୍ତା ହୋଇଛନ୍ତି ବୋଲି ଏହି ଟୁଇଟରେ ଉଲ୍ଲେଖ ଥିବା ଜଣାପଡିଛି। 

ଏହା ସହ ହ୍ୱାଇଟ ହାଉସର ମୁଖପାତ୍ର ସେର୍ଗି ନିକିଫୋରଭ ଏକ ସାମ୍ୱାଦିକ ସମ୍ମିଳନିରେ ଯୋଗଦେଇ କହିଛନ୍ତି ଯେ ୟୁକ୍ରେନର ରାଷ୍ଟ୍ରପତି ଟ୍ରମ୍ଫଙ୍କ ସହ ଦୀର୍ଘ ସମୟ ଧରି ଫୋନରେ କଥା ହୋଇଥିବା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ତେବେ ମଙ୍ଗଳବାର ହୋଇଥିବା କଥାବାର୍ତ୍ତାରେ ଋଷିଆର ରାଷ୍ଟ୍ରପତି ପୁଟିନ ୟୁକ୍ରେନର ଶକ୍ତି କେନ୍ଦ୍ର ଗୁଡିକ ଉପରେ ଅସ୍ଥାୟି ରୁପେ ଆକ୍ରମଣ ବନ୍ଦ କରିବାକୁ ରାଜି ହୋଇଛନ୍ତି। କିନ୍ତୁ ୩୦ ଦିନିଆ ଅସ୍ତ୍ରବିରତି ନିୟମକୁ ସେ ମାନିବାକୁ ପ୍ରସ୍ତୁତ ନାହାନ୍ତି ବୋଲି ସିଧାସଳଖ ଶୁଣାଇଦେଇଛନ୍ତି ବୋଲି ଜଣାପଡିଛି। ତେବେ ଏହା ଶାନ୍ତି ବୁଝାମଣା ଆଡକୁ ଉଭୟ ଦେଶକୁ ଆଉ ଏକ ପାଦ ଆଗକୁ ନେଇଯିବ ବୋଲି ଟ୍ରମ୍ପ ସୂଚନା ପ୍ରଦାନ କରିଛନ୍ତି।

ତେବେ ସୀମିତ ସମୟ ପାଇଁ ଅସ୍ତ୍ରବିରତି ଗ୍ରହଣ କରିବାକୁ ଋଷିଆ ରାଜି ଅଛି ବୋଲି ଘୋଷଣା କରିବାର କିଛି ସମୟ ପରେ ଉଭୟ ମସ୍କୋ ଓ କିଭ୍ ପରସ୍ପର ଉପରେ ଆକ୍ରମଣ କରିଛନ୍ତି। ବୁଧବାର ହୋଇଥିବା ଏହି ଏୟାରଷ୍ଟ୍ରାଇକ ଆକ୍ରମଣରେ ଉଭୟ ଦେଶର ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। 

ହ୍ୱାଇଟ୍ ହାଉସ୍ ଜାତୀୟ ସୁରକ୍ଷା ପରାମର୍ଶଦାତା ମାଇକ୍ ୱାଲ୍ଟ୍ଜ ସୋସିଆଲ ମିଡିଆରେ ଏକ ବଡ ଘୋଷଣା କରିଛନ୍ତି। ଆଗକୁ ହେବାକୁ ଥିବା ଯୁଦ୍ଧବିରତିକୁ କାର୍ଯ୍ୟକାରୀ କରିବା ଏବଂ ସମ୍ଭାବ୍ୟ ଦିଗ ବିଷୟରେ ଆଲୋଚନା କରିବା ପାଇଁ ଆମେରିକା ଏବଂ ରୁଷିଆ ବୈଷୟିକ ଦଳ ଖୁବ୍ ଶୀଘ୍ର ସାଉଦି ଆରବର ରିୟାଦରେ ବୈଠକ କରିବେ। ଅନ୍ୟପଟେ ଋଷ ୟୁକ୍ରେନ ଉପରେ ରାତିସାରା ପ୍ରବଳ ଡ୍ରୋନ ଆକ୍ରମଣ ପରେ, ଜେଲେନସ୍କି ବୁଧବାର ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି। ଟ୍ରମ୍ଫଙ୍କ ପୁଟିନଙ୍କ ଶକ୍ତି ଭିତ୍ତିଭୂମିକୁ ଟାର୍ଗେଟ ନକରିବାରୁ ନିବୃତ୍ତ ରହିବାର ପ୍ରତିଶ୍ରୁତି ଦେଇଥିଲେ ହେଁ ଏହା "ବାସ୍ତବତାଠୁ ବହୁତ ବିପରୀତ" ଥିଲା ବୋଲି ଅଭିଯୋଗ ଆଣିଛନ୍ତି।

ତେବେ ଋଷ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଏହାକୁ ଭିତ୍ତିହିନ ବୋଲି କହିଛି। କିଭ୍ ନିଜ ଆଢୁ ପ୍ରାଥମିକ ସ୍ତରରେ ଆକ୍ରମଣ କରିଥିଲା। ଯାହାର ଜବାବରେ ଆମ ସୌନ୍ୟ କୌଣସି ଆକ୍ସନ ନେଇଥିବେ ବୋଲି କ୍ରେମଲିନର ପ୍ରବକ୍ତା ଦିମିତ୍ରି ପେସକୋଭ ଘୋଷଣା କରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.