ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଲଣ୍ଡନରେ ପହଞ୍ଚିବା ପରେ ନରମିଲା ଜେଲନସ୍କିଙ୍କ ସ୍ବର, ଟ୍ରମ୍ପଙ୍କୁ କଲେ ପ୍ରଶଂସା

Published By : Tapas Panda | March 1, 2025 5:58 PM

Image Courtesy: abc7.com

ନୂଆଦିଲ୍ଲୀ: ହ୍ବାଇଟ ହାଉସ୍‌ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ତିକ୍ତ ବିତର୍କ ପରେ ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ସ୍ବର ବଦଳିଛି । ଲଣ୍ଡନରେ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ରଶଂସା କରିଛନ୍ତି ।  ଡୋନାଲ୍ଡ ଟ୍ରମ୍ପଙ୍କ ସହ ଏକ କଡ଼ା ବିତର୍କର ଗୋଟିଏ ଦିନ ପରେ ଲଣ୍ଡନ ଗସ୍ତ କରିଛନ୍ତି ଜେଲେନସ୍କି । ସେଠାରେ ତାଙ୍କ ସ୍ବର ନରମ ପଡ଼ିଥିବା ଦେଖିବାକୁ ମିଳିଛି । ସେ ଆମେରିକାର ସମର୍ଥନକୁ ପ୍ରଶଂସା କରିବା ସହ ଟ୍ରମ୍ପଙ୍କୁ ଧନ୍ୟବାଦ ଦେଇଛନ୍ତି । 

ଲଣ୍ଡନରେ ଏକ କାର୍ଯ୍ୟକ୍ରମ ସମୟରେ, ଜେଲେନସ୍କି କହିଛନ୍ତି ଆମେ ଆମେରିକାରୁ ପାଇଥିବା ସମସ୍ତ ସମର୍ଥନ ପାଇଁ କୃତଜ୍ଞ । ୩ ବର୍ଷ ହେଲା ଭୟଙ୍କର ଯୁଦ୍ଧର ସମ୍ମୁଖୀନ ମଧ୍ୟରେ ଆମେରିକାର ସମର୍ଥନ ଲାଗି ମୁଁ ରାଷ୍ଟ୍ରପତି ଟ୍ରମ୍ପ, କଂଗ୍ରେସ ଏବଂ ଆମେରିକୀୟ ଲୋକଙ୍କୁ ଧନ୍ୟବାଦ ଜଣାଉଛି । ଜେଲେନସ୍କିଙ୍କ ଏହି ପରିବର୍ତ୍ତିତ ମତକୁ ଏକ କୂଟନୈତିକ ପଦକ୍ଷେପ ବୋଲି ବିବେଚନା କରାଯାଉଛି । 

ହ୍ୱାଇଟ୍ ହାଉସରେ ଟ୍ରମ୍ପଙ୍କ ସହ ଉଷ୍ମ ଯୁକ୍ତିତର୍କ ପରେ ଏହି ବିବୃତ୍ତି ଆଶ୍ଚର୍ଯ୍ୟ କରିଛି । ୟୁକ୍ରେନକୁ ଆମେରିକାର ସହାୟତାକୁ ନେଇ ଟ୍ରମ୍ପ ଏବଂ ଜେଲେନସ୍କିଙ୍କ ମଧ୍ୟରେ ଟୁକ୍ତିତର୍କ ହୋଇଥିଲା । କିନ୍ତୁ ଏବେ ୟୁକ୍ରେନୀୟ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଧନ୍ୟବାଦ ଦେଉଛନ୍ତି । ଏକ୍ସ ପୋଷ୍ଟରେ ସେ ଆହୁରି ଲେଖିଛନ୍ତି ଯେ, ଆମେରିକୀୟ ରାଷ୍ଟ୍ରପତିଙ୍କ ସହ ଆମର ସମ୍ପର୍କ କେବଳ ଦୁଇ ନେତାଙ୍କ ମଧ୍ୟରେ ନୁହେଁ ବରଂ ଏହା ଦୁଇ ଦେଶ ମଧ୍ୟରେ ଏକ ଐତିହାସିକ ଏବଂ ଦୃଢ଼ ସମ୍ପର୍କ । ସେଥିପାଇଁ ମୁଁ ସବୁବେଳେ ଆମେରିକୀୟ ଲୋକଙ୍କ ପ୍ରତି ମୋର କୃତଜ୍ଞତା ପ୍ରକାଶ କରେ ।

 ଏହା ସହିତ ମାନବାଧିକାର ଏବଂ ସହଯୋଗ ଉପରେ ଗୁରୁତ୍ୱାରୋପ କରି ସେ କହିଛନ୍ତି ଯେ, ୟୁକ୍ରେନ କେବଳ ଆମେରିକା ସହିତ ଦୃଢ଼ ସମ୍ପର୍କ ଚାହୁଁଛି ଏବଂ ଭବିଷ୍ୟତରେ ଏହି ସମ୍ପର୍କ ଆହୁରି ଉନ୍ନତ ହେବ ବୋଲି ଆଶା କରିଛନ୍ତି ଜେଲେନସ୍କି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.