ପ୍ରମୂଖ ଖବର
  • ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ ଓଡ଼ିଶା ସହ ବଢିବ ସମ୍ପର୍କ, ବଢିବ ପୁଞ୍ଜି ନିବେଶ
  • ||
  • ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ ମାର୍ଗଦର୍ଶିକା, ଡିଜିଟାଇଜେସନ୍‌ ହେବ ସମସ୍ତ ଫାଇଲ୍‌ ଏବଂ ରେକର୍ଡ
  • ||
  • ଅଲକାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲା : ଇମରାନଙ୍କୁ ୧୪ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ
  • ||
  • ଶିମିଳିପାଳ ଜଗିବେ ୧ ପ୍ଳାଟୁନ୍‌ ପୁଲିସ, ଶିକାରୀ ପ୍ରବଣ ଗ୍ରାମରେ ହେବ ପାଟ୍ରୋଲିଂ
  • ||
  • କଟକ : ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ
  • ||
  • ଭୁବନେଶ୍ୱର : ଭଙ୍ଗାହେଲା ବୈକୁଣ୍ଠ ଧାମ, ଆଶ୍ରମ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା
  • ||
  • ରାୟଗଡ଼ା : ଧୁମାଗୁଡ଼ା ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଶନିବାର ଦିନିକିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ସମ୍ୱଲପୁର : ନବଦାସଙ୍କ ଭାଇଙ୍କ ଘରେ ବଡ଼ ଧରଣର ରେଡ୍‌, ତନାଘନା କରୁଛି ଆୟକର ଟିମ୍‌
  • ||
  • ଗଞ୍ଜାମ : କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ବଢିଲା ପାରିଶ୍ରମିକ, ଏବେ ମିଳିବ ୧୬ ହଜାର
  • ||
  • ଚାନ୍ଦବାଲି : ଗ୍ରାହକଙ୍କ ଆକାଉଣ୍ଟରୁ ଆପେ ଆପେ ଗୋଲ୍ ହେଉଛି ଟଙ୍କା, ଚିନ୍ତାରେ ଗ୍ରାହକ
  • ||
  • ଦିଗପହଣ୍ଡି : ଦ୍ରୁତଗତିରେ ଆସି ଓଲଟିଲା କଣ୍ଟେନର: ଅଳ୍ପକେ ବର୍ତ୍ତିଲେ ଲୋକେ, ଡ୍ରାଇଭର ଗିରଫ
  • ||
  • ଜମ୍ମୁ-କାଶ୍ମୀରରେ ରହସ୍ୟମୟ ରୋଗରେ ୧୫ ଶିଶୁ ମୃତ, ତଦନ୍ତ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ
  • ||
  • ରାଜଧାନୀରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି,ଏୟାରପୋର୍ଟରେ ଭବ୍ୟ ସ୍ବାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
  • ||

ଜୋମାଟୋ,ସ୍ବିଗିକୁ କଡ଼ା ଟକ୍କର ଦେବ ଜେପ୍ଟୋ, ଆସନ୍ତା ସପ୍ତାହରେ ଲଞ୍ଚ ହେବ 'ଜେପ୍ଟୋ କାଫେ ଆପ୍'

Published By : Anindita | December 12, 2024 2:11 PM

ନୂଆଦିଲ୍ଲୀ,୧୨/୧୨: ଏଣିକି ଜୋମାଟୋ,ସ୍ବିଗି ଭଳି କ୍ବିକ୍ ଫୁଡ୍‌ର ସେବା ଯୋଗାଇବ ଜେପ୍ଟୋ । କେବଳ ୧୦ ମିନିଟରେ ଡ଼େଲିଭରୀ ହେବ ଫୁଡ଼। ଏନେଇ ଖୁବଶୀଘ୍ର କ୍ବିକ୍ କମର୍ସ କମ୍ପାନୀ ଲଞ୍ଚ କରିବାକୁ ଯାଉଛି  'ଜେପ୍ଟୋ କାଫେ ଆପ୍' । ଜେପ୍ଟୋ କୋ-ଫାଉଣ୍ଡର ଓ ସିଇଓ ଆଦିତ୍ ପଲିଚ଼ା ସୋସିଆଲ ମିଡ଼ିଆ ଏକ୍ସରେ ଏନେଇ ଘୋଷଣା କରିଛନ୍ତି । ଆସନ୍ତା ସପ୍ତାହରେ ଏହି ଜେପ୍ଟୋ କାଫେ ଆପର ଲଞ୍ଚ ହେବା ନେଇ ସେ କହିଛନ୍ତି । 

ସୂଚ଼ନା ମୁତାବକ, ଜେପ୍ଟୋ କାଫେ ନାମକ ଏକ ଅଲଗା ଆପ୍ ମାଧ୍ୟମରେ ଲୋକମାନେ ଫୁଡ଼ ଡେଲିଭରୀ ସର୍ଭିସର ଫାଇଦା ପାଇପାରିବେ । ସେହିପରି ଗ୍ରାହକମାନେ ଜେପ୍ଟୋ ଆପ୍ ମାଧ୍ୟମରେ ମଧ୍ୟ କଫି , ସାଣ୍ଡଓ୍ବିଚ୍ ଓ ଅନ୍ୟାନ୍ୟ ଖାଦ୍ୟ ଅର୍ଡ଼ର କରିପାରିବାର ମଧ୍ୟ ବିକଳ୍ପ ରହିଛି। କୁହାଯାଉଛି ଯେ, କମ୍ପାନୀର ଏହି ନିଷ୍ପତି ଡେଲିଭରୀ ମାର୍କେଟିଂରେ ନୂଆ ମୋଡ଼ ନେବ। ଏହା ଜୋମାଟୋ ଓ ବ୍ଲିଂକିଟ୍ ଭଳି ବ୍ୟବହାର କରାଯାଇପାରିବ ।  ଏନେଇ କମ୍ପାନିର ସହପ୍ରତିଷ୍ଠାତା ସୋସିଆଲ ମିଡ଼ିଆ ଏକ୍ସ ପୋଷ୍ଟ କରି ଲେଖିଛନ୍ତି , ଆମେ ଆମର ଜେପ୍ଟୋ କାଫେ ପାଇଁ ଅଲଗା ଆପ୍ ଆସନ୍ତା ସପ୍ତାହରେ ଲଞ୍ଚ କରିବାକୁ ଯାଉଛି। ଯଦିଓ ପ୍ରଥମ ଦିନରେ ଏହା ଭଲ ନ ଚାଲିପାରେ କିନ୍ତୁ ଏହାକୁ ଯଥାଶୀୀଘ୍ର ଲଞ୍ଚ କରିବା ଜରୁରୀ ଅଟେ । ଆମେ ଗୋଟିଏ ମାସେ ମଧ୍ୟରେ ୧୦୦ ରୁ ଅଧିକ କାଫେ ଲଞ୍ଚ କରିବୁ । 

ପ୍ରକାଶ ଥାଉକି, ଆମାଜନ ଇଣ୍ଡିଆ ମଧ୍ୟ କ୍ବିକ୍ କମର୍ସ ସେକ୍ଟରରେ ଏଣ୍ଟ୍ରି କରିବାକୁ ଯାଉଛି । ଯାହାଦ୍ବାରା କେବଳ ୧୫ ମିନିଟ୍ ମଧ୍ୟରେ ଜିନିଷର ଡ଼େଲିଭରୀ କରାଯିବ । ଇକମର୍ସ ସେକ୍ଟର ବଡ଼ କମ୍ପାନୀ ଆମାଜନ ବର୍ତ୍ତମାନ ବ୍ଲିଂକିଟ୍, ସ୍ବିଗି, ଇନଷ୍ଟାଗ୍ରାମ, ବିଗବାସ୍କେଟକୁ ଟକ୍କର ଦେବାକୁ ଯାଉଛି । ଏମାନଙ୍କ ଭଳି ଆମାଜନ ମଧ୍ୟ ଡ଼େଲିଭରୀ ସର୍ଭିସରେ ସାମିଲ ହେବାକୁ ଯାଉଛି । 


  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.