ପ୍ରମୁଖ ଖବର
  • ବାରିପଦା ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଅଗ୍ନିକାଣ୍ଡ, ୩ଜଣ ଅସୁସ୍ଥ ଅବସ୍ଥାରେ ଉଦ୍ଧାର, ୨ଟି ଅଗ୍ନିଶମ ଟିମ୍ ନିୟୋଜିତ
  • ||
  • କଂଗ୍ରେସ ଛାଡ଼ିଲେ ଦୁଲାଲ ଚନ୍ଦ୍ର ପ୍ରଧାନ,ଏଆଇସିସି ସଭାପତିଙ୍କୁ ପଠାଇଲେ ଇସ୍ତଫା ପତ୍ର
  • ||
  • ଚଣ୍ଡିଖୋଲ ବଡ଼ଚଣା ଓଭରବ୍ରିଜ୍‌ରେ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କା ୨ ବାଇକ୍ ଆରୋହୀ ମୃତ
  • ||
  • ରାସ୍ତା ପାର୍ ହେଉଥିଲେ ମହିଳା, ଚଢ଼ିଗଲା ମାଛ ବୋଝେଇ ପିକ୍ଅପ୍ ଭ୍ୟାନ୍
  • ||
  • ମେ’ ୩ରେ ରାୟଗଡ଼ା ଆସିବେ ରାହୁଲ, ବିଶାଳ ଜନସଭାକୁ ସମ୍ବୋଧିତ କରିବେ
  • ||
  • ଆଇପିଏଲ୍ 2024: କୋଲକାତା ନାଇଟ୍‌ ରାଇଡର୍ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ, ଇଡେନ ଗାର୍ଡେନ୍ସ ହେବ ରନ୍ ବର୍ଷା
  • ||
  • କାମାକ୍ଷାନଗରରେ ଏନକାଉଣ୍ଟର, ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁବାଷ ଖୁଣ୍ଟିଆ ଗୁରୁତର
  • ||
  • ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ଆଜିଠୁ ନାମାଙ୍କନ ଦାଖଲ
  • ||
  • ଜଗତସିଂହପୁର-ବାଲିକୁଦା ନିକଟରେ ଓଲଟିଲା ବରଯାତ୍ରୀ ବସ୍, ୧୦ ଜଣ ଆହତ
  • ||

ଶ୍ରୀନଗର ଝୋଲମ ନଦୀରେ ଡଙ୍ଗା ବୁଡ଼ି ୬ ମୃତ, ୩ ଜଣ ନିଖୋଜ...

ନୂଆଦିଲ୍ଲୀ: ମଙ୍ଗଳବାର ଶ୍ରୀନଗରର ଝୋଲମ ନଦୀରେ ଏକ ଡଙ୍ଗା ବୁଡ଼ି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୨ ଶିଶୁଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି ।  ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩ ଜଣ ନିଖୋଜ ଅଛନ୍ତି । ଡଙ୍ଗାରେ ସମୁଦାୟ ୧୫ ଜଣ ଲୋକ ଥିଲେଯେଉଁଥିରେ ୭ ଜଣ ସ୍କୁଲ ପିଲା ଏବଂ ୮ ଜଣ ଅନ୍ୟ ଥିଲେ । ଶ୍ରୀନଗରର ଜିଲ୍ଲା କଲେକ୍ଟର ଏହି ସୂଚନା ଦେଇଛନ୍ତି । 

ଜିଲ୍ଲା କଲେକ୍ଟର କହିଛନ୍ତି ଯେ ସକାଳ ୭.୪୫ ରୁ ୮ ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ବର୍ଷା ଯୋଗୁଁ ନଦୀର ଜଳ ସ୍ତର ବୃଦ୍ଧି ପାଇଥିଲାଯେଉଁଥିପାଇଁ ପ୍ରଶାସନ ସତର୍କ ସୂଚନା ଜାରି କରିଥିଲା । ତେବେ ରାତିରେ ବର୍ଷା ବନ୍ଦ ହେବା ପରେ ଜଳ ସ୍ତର ସାମାନ୍ୟ ହ୍ରାସ ପାଇଥିଲା । ସକାଳୁ ଏସଡିଆରଏଫ (SDRF), ପୋଲିସ ଏବଂ ସେନା ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବର୍ତ୍ତମାନ ନିଖୋଜ ଲୋକଙ୍କୁ ଖୋଜାଖୋଜି କରାଯାଉଛି । 

ଦୁର୍ଘଟଣାକୁ ନେଇ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ,"ଡଙ୍ଗା ଅଧା ବାଟକୁ ଆସିବା ପରେ ଦଉଡି ଛିଣ୍ଡି ଯାଇଥିଲା । ଏହା ପରେ ଡଙ୍ଗାଟି ଏକ କୋଣରେ ଧକ୍କା ହୋଇଥିଲା । ଏହା ପରେ ଡଙ୍ଗାରେ ବସିଥିବା ୧୫-୨୦ ଲୋକ ବୁଡ଼ି ଯାଇଥିଲେ । ଆମେ ଗୋଟିଏ ଝିଅ ଏବଂ ଦୁଇ ପୁଅଙ୍କୁ ଉଦ୍ଧାର କରିଥିଲୁ।"

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.