ପ୍ରମୁଖ ଖବର
  • ସତ୍ୟଭାମାପୁରରେ ପହଞ୍ଚି ରାହୁଲ ଗାନ୍ଧି, ନିର୍ବାଚନୀ ସଭା କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର
  • ||
  • ଚିଲିକାରେ ଭାସୁଛି ଅଜଣା ମୃତଦେହ, ପରିଚୟ ଖୋଜୁଛି ପୋଲିସ
  • ||
  • ପ୍ରଚଣ୍ଡ ଗ୍ରୀଷ ତାତିକୁ ନେଇ ଟ୍ୱିନ ସିଟିରେ ରେଡ୍ ଓ୍ୱାର୍ଣ୍ଣିଂ, ତାପମାତ୍ରା ୪୬ଂ ଛୁଇଁବା ସମ୍ଭାବନା
  • ||
  • ପୁରୀ ଷ୍ଟେସନରେ ଭୁଶୁଡିଲା ନିର୍ମାଧୀନ ଛାତ, ୨ ଶ୍ରମିକ ଗୁରୁତର, ଏକାଧିକ ଫଶିଧିବା ସନ୍ଦେହ
  • ||
  • ଓଡ଼ିଆ ସିନେମା@89: ସାହାଯ୍ୟ ବଦଳରେ ଶୋଷୁଛନ୍ତି ସରକାର, କନ୍ଦାଉଛି ପ୍ରେକ୍ଷାଳୟ, ମୁହଁ ମୋଡ଼ୁଛନ୍ତି ପ୍ରଯୋଜକ
  • ||
  • ସୁପର ସନଡେରେ ଡବଲ ଶୋ,ଟାଇଟନ୍ସ-ରୟାଲ୍‌, ସୁପରକିଙ୍ଗ୍‌ସ-ସନରାଇଜର୍ସ ଲଢ଼େଇ
  • ||
  • ଗଞ୍ଜମ: ତପ୍ତପାଣି ଘାଟି ଓଲଟିଲା ନଳକୂପ ଖନନ ଗାଡ଼ି, ୧୨ ଆହତ
  • ||
  • ରବିବାର ହାଇ-ଭୋଲଟେଜ୍ ପ୍ରଚାର: ସାଲେପୁରରୁ ରାହୁଲ ଗାନ୍ଧି, ବ୍ରହ୍ମପୁରରେ ଜେ.ପି. ନଡ୍ଡା କରିବେ ପ୍ରଚାର
  • ||
  • ଜୀବନ ରହିବ ତ ? ଆହୁରି ୪ ଦିନ ବିପଜ୍ଜନକ ନିଦାଘ, ଆଜି ରାଜଧାନୀ ତାତି ୪୬ଂ ଛୁଇଁବା ଆଶଙ୍କା
  • ||

ଇଡିର ଦୁଇଟି ଉଦ୍ଦେଶ୍ୟ – ଗୋଟିଏ ଆପ୍‌କୁ ଶେଷ କରିବା , ଦ୍ୱିତୀୟଟି ... କୋର୍ଟ ରୁମ୍‌ରେ ନିଜ ଯୁକ୍ତି ଉପସ୍ଥାପିତ କଲେ କେଜ୍ରିୱାଲ

ନୂଆଦିଲ୍ଲୀ : ଦିଲ୍ଲୀର ଚର୍ଚ୍ଚିତ ମଦ ଦୁର୍ନୀତି ମାମଲା ଓ ଏହା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କର ଇଡି ରିମାଣ୍ଡ ପୂରା ହୋଇ ସାରଛି। ଆଜି ତାଙ୍କୁ ଆଉ ଥରେ ରାଉଜ ଏଭେନ୍ୟୁ କୋର୍ଟରେ ହାଜର କରାଯାଇଛି , ଯେଉଁଠି କେଜ୍ରିୱାଲ ନିଜେ ନିଜର ଦଲିଲ ଉପସ୍ଥାପନା କରି ଥିଲେ। ଏହି ସମୟରେ ସେ କହିଛନ୍ତି ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରିମାଣ୍ଡର ବିରୋଧ କରୁ ନାହାନ୍ତି। କେଜ୍ରିୱାଲ କହିଛନ୍ତି କି ସେ ଇଡିର ଯାଞ୍ଚର ସାମନା କରିବାକୁ ପ୍ରସ୍ତୁତ।

ଏହାସହ କେଜ୍ରିୱାଲ ବିଚାରପତିଙ୍କୁ ଯୁକ୍ତି ଉପସ୍ଥାପନ କରି କହିଛନ୍ତି , ଦେଶ ସାମନାରେ ଆମ୍‌ ଆଦମୀ ପାର୍ଟିର ଦୁର୍ନୀତିଖୋର ହେବାର ମିଛ ଫଟୋ ପ୍ରଦାନ କରାଯାଉଛି । ସେ କହିଛନ୍ତି କି ଇଡିର କେବଳ ୨ଟି ଉଦ୍ଦେଶ୍ୟ ରହିଛି । ଗୋଟିଏ ତାଙ୍କର ପାର୍ଟି (ଆପ୍‌)କୁ ଶେଷ କରିବା ଓ ଅନ୍ୟଟି ଟ୍ୟାକ୍ସ ଆଦାୟ ରାକେଟ୍‌ ଚଲାଇବା । କେଜ୍ରିୱାଲ କହିଛନ୍ତି ଯେ, ଏହା ଗୋଟିଏ ଘୋଟାଲା। ସେ କହିଛନ୍ତି କି ଯଦି ୧୦୦କୋଟି ଟଙ୍କାର ହେରଫେର ହୋଇଛି, ତ ଟଙ୍କା କୁଆଡେ ଗଲା / ଇଡିକୁ କଣ ସେହି ଟଙ୍କା ମିଳିଛି ? 

ଆପ୍‌ ନେତା କହିଛନ୍ତି ଯେ, ପ୍ରକୃତ ଘୋଟାଲା (ଦୁର୍ନୀତି) ଏବେ ଆରମ୍ଭ ହୋଇଛି। ଶରଥ ରେଡ୍ଡୀ ବିଜେପିକୁ ୫୫ କୋଟି ଟଙ୍କା ଦେଇଛନ୍ତି । ଏହାର ପ୍ରମାଣ ତାଙ୍କ ପାଖରେ ରହିଛି। କେଜ୍ରିୱାଲ କହିଛନ୍ତି କି , ମନି ଟ୍ରେଲ୍‌ ଇଷ୍ଟାବଲିଶ୍‌ ହୋଇ ସାରିଛି ଏବଂ ଏହା ଏକ ଅର୍ଗାନାଇଜଡ୍‌ କ୍ରାଇମ୍‌ । କେଜ୍ରିୱାଲ କୋର୍ଟରେ କହିଛନ୍ତି, ଅବକାରୀ ନୀତି ମାମଲାରେ ୪ ଜଣ ସାକ୍ଷୀ ମୋର ନାଁ ନେଲେ , କୌଣସି ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିବା ପାଇଁ କଣ ୪ଟି ବୟାନ ପର୍ଯ୍ୟାପ୍ତ କି ? 

ସେ ଏହି ଦଲିଲ ସେତେବେଳେ ଦେଇଛନ୍ତି , ଯେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ( ଇଡି) ତାଙ୍କୁ ସ୍ୱତନ୍ତ୍ର ବିଚାରପତି କାବେରୀ ବାୱେଜାଙ୍କ କୋର୍ଟରେ ହାଜର କରାଇ ଥିଲା । ଇଡି କେଜ୍ରିୱାଲଙ୍କର ଆଉ ୭ଦିନର ରିମାଣ୍ଡ ପାଇଁ ଅନୁରୋଧ କରି କହିଛନ୍ତି ଯେ, ମାମଲା ସହ ଜଡ଼ିତ କିଛି ଲୋକଙ୍କୁ ତାଙ୍କର ସାମନା ସାମନି କରିବାର ଆବଶ୍ୟକତା ରହିଛି । ଇଡି କହିଛି ଯେ, ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଜବାବ ଦେବାରେ ପଛଘୁଞ୍ଚା ଦେଉଛନ୍ତି ଏବଂ ନିଜର ଜିଡିଟାଲ ଉପକରଣର ପାସୱାର୍ଡର ଖୁଲାସା କରୁ ନାହାନ୍ତି। 

ଆପ୍‌ର ରାଷ୍ଟ୍ରୀୟ ସଂଯୋଜକ କେଜ୍ରିୱାଲଙ୍କୁ ଇଡି ଏହି ମାମଲାରେ ୨୧ ମାର୍ଚ୍ଚରେ ଗରିଫ କରିଥିଲା ଏବଂ ପରେ କୋର୍ଟ ତାଙ୍କୁ ୨୮ ମାର୍ଚ୍ଚ ଯାଏ ରିମାଣ୍ଡରେ ପଠାଇ ଦେଇଥିଲା।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.