ପ୍ରମୁଖ ଖବର
  • ବାରିପଦା ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଅଗ୍ନିକାଣ୍ଡ, ୩ଜଣ ଅସୁସ୍ଥ ଅବସ୍ଥାରେ ଉଦ୍ଧାର, ୨ଟି ଅଗ୍ନିଶମ ଟିମ୍ ନିୟୋଜିତ
  • ||
  • କଂଗ୍ରେସ ଛାଡ଼ିଲେ ଦୁଲାଲ ଚନ୍ଦ୍ର ପ୍ରଧାନ,ଏଆଇସିସି ସଭାପତିଙ୍କୁ ପଠାଇଲେ ଇସ୍ତଫା ପତ୍ର
  • ||
  • ଚଣ୍ଡିଖୋଲ ବଡ଼ଚଣା ଓଭରବ୍ରିଜ୍‌ରେ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କା ୨ ବାଇକ୍ ଆରୋହୀ ମୃତ
  • ||
  • ରାସ୍ତା ପାର୍ ହେଉଥିଲେ ମହିଳା, ଚଢ଼ିଗଲା ମାଛ ବୋଝେଇ ପିକ୍ଅପ୍ ଭ୍ୟାନ୍
  • ||
  • ମେ’ ୩ରେ ରାୟଗଡ଼ା ଆସିବେ ରାହୁଲ, ବିଶାଳ ଜନସଭାକୁ ସମ୍ବୋଧିତ କରିବେ
  • ||
  • ଆଇପିଏଲ୍ 2024: କୋଲକାତା ନାଇଟ୍‌ ରାଇଡର୍ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ, ଇଡେନ ଗାର୍ଡେନ୍ସ ହେବ ରନ୍ ବର୍ଷା
  • ||
  • କାମାକ୍ଷାନଗରରେ ଏନକାଉଣ୍ଟର, ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁବାଷ ଖୁଣ୍ଟିଆ ଗୁରୁତର
  • ||
  • ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ଆଜିଠୁ ନାମାଙ୍କନ ଦାଖଲ
  • ||
  • ଜଗତସିଂହପୁର-ବାଲିକୁଦା ନିକଟରେ ଓଲଟିଲା ବରଯାତ୍ରୀ ବସ୍, ୧୦ ଜଣ ଆହତ
  • ||

ଆମ୍ବେଦକରଙ୍କ ଜୟନ୍ତୀରେ ଏକାଥରେ ବାଜିଲା ୧୫ ଡିଜେ, ଗୁରୁତର ହୋଇ ହସ୍ପିଟାଲରେ ପଡ଼ିଲେ ୨୫୦ ଲୋକ

ମୁମ୍ବାଇ: ଆମ୍ବେଦକରଙ୍କ ଜୟନ୍ତୀ ପାଳନ ଅବସରରେ ଅସହ୍ୟ ହେଲା ଡିଜେ ସାଉଣ୍ଡ । ଡିଜେର ଶବ୍ଦ ଏତେ ଅଧିକ ଥିଲା ଯେ, ଶତାଧିକ ଲୋକଙ୍କ ମୁଣ୍ଡ ବୁଲାଇବା ସହ ସେମାନେ ଗୁରୁତର ହୋଇପଡ଼ିଥିଲେ । ପ୍ରାୟ ୨୫୦ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । କାହାକୁ କିଛି ଶୁଭୁନଥିଲା କି ମୁଣ୍ଡ କାମ ଦେଉନଥିଲା । ସେପଟେ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଆୟୋଜକଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି । 

ମିଳିଥିବା ସୂଚନା ଅନୁସାରେ, ଏପ୍ରିଲ ୧୪ରେ ଦେଶବ୍ୟାପୀ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ପାଳନ ହୋଇଥିଲା । ଏହି ଦିନକୁ ଧୁମଧାମରେ ପାଳନ କରିବାକୁ ପୁନେ ସହରରେ ୧୫ଟି ଡିଜେର ଆୟୋଜନ ହୋଇଥିଲା । ହୃଦୟ ଖୋଲି ଡିଜେ ସାମ୍ନାରେ ନାଚିଥିଲେ ଯୁବପିଢ଼ି । ଏସବୁ ଡିଜେର ଶବ୍ଦ ୧୫୦ ଡେସିବଲ୍‌ରୁ ଅଧିକ ଥିଲା ।  ଏଭଳି ଶବ୍ଦ ଶୁଣି ଲୋକଙ୍କ ମୁଣ୍ଡ ଗୋଲ୍‌ ହେବା ସହ ଶୁଭିବା ବନ୍ଦ ହୋଇଯାଇଥିଲା । ବିଶେଷ କରି ଅଧିକାଂଶ ଯୁବକଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଯାଇଥିଲା । 

୧୭ରୁ ୪୦ ବର୍ଷର ଲୋକଙ୍କ କାନ ଏକ ପ୍ରକାର ଖରାପ ହୋଇଯାଇଥିଲା । ପ୍ରାୟ ୨୫୦ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଧ୍ବନୀ ପ୍ରଦୂଷଣ କରିଥିବା ଅଭିଯୋଗରେ ପୋଲିସ ମାମଲା ରୁଜୁ କରିଛି । ତେବେ ଡାକ୍ତରଙ୍କ କହିବା କଥା ହେଲା ଅତ୍ୟଧିକ ଶବ୍ଦ ଶୁଣିବା କ୍ଷଣି କାନ ଶୂନ ପଡ଼ିଗଲେ ଡାକ୍ତରଙ୍କୁ ସଂପର୍କ କରିବା ଉଚିତ । ନଚେତ ୭୨ ଘଣ୍ଟା ମଧ୍ୟରେ ବଧିର ପାଲଟିଯିବାର ଭୟ ରହିଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.