ପ୍ରମୁଖ ଖବର
  • ରାଏବରେଲିରୁ ପ୍ରାର୍ଥୀପତ୍ର ଦାଖଲ କଲେ ରାହୁଲ ଗାନ୍ଧୀ, ୨୦ ବର୍ଷ ହେବ ସାଂସଦ ଥିଲେ ମା’ ସୋନିଆ
  • ||
  • ଭିଜିଲାନ୍ସ ପଞ୍ଝାରେ କନିଷ୍ଠ କିରାଣୀ ଜିତେନ୍ଦ୍ର ସେନାପତି, ୧୦ ହଜାର ଲାଞ୍ଚ ନେ​‌ବା ବେଳେ ମାଡ଼ି ବସିଲା ଟିମ୍
  • ||
  • ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ରାଜ୍ୟସଭା ସାଂସଦ ରବିନାରାୟଣ ମହାପାତ୍ର
  • ||
  • ମେ'୧୦ରେ ପବିତ୍ର ଅକ୍ଷୟ ତୃତୀୟା: କପଡ଼ା କାର୍ଯ୍ୟ ଶୁଭାରମ୍ଭ କଲେ ଦର୍ଜି ସେବକ, ଛତି, ଓଲାର, ଖଣ୍ଡା, ଛୁରି, ତରାସ ପ୍ରସ୍ତୁତ ହେବ
  • ||
  • ଶୁକ୍ରବାର ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ନାମାଙ୍କନ ଭରିବେ ବିଜେପିର ବାବୁ ସିଂ ଓ ବିଜେଡିର ଆଶୋକ ପଣ୍ଡା
  • ||
  • ମେ' ୧୨ରେ ସିବିଏସ୍‌ଇ ରେଜଲ୍ଟ ପ୍ରକାଶ ପାଇବା ସମ୍ଭାବନା
  • ||
  • ରାହୁଲ ଗାନ୍ଧିଙ୍କ ରାୟଗଡ଼ା ଗସ୍ତ ବାତିଲ୍, ସୂଚନା ଦେଲେ କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ପ୍ରସାଦ ହରିଶ୍ଚନ୍ଦନ
  • ||
  • ଆମେଥି, ରାଏବରେଲି ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ରାଏବରେଲିରୁ ଲଢ଼ିବେ ରାହୁଲ ଗାନ୍ଧି
  • ||
  • IPL 2024: ୱାଙ୍ଖଡ଼େରେ ମୁମ୍ବାଇକୁ ଭେଟିବ କୋଲକାତା, ୧୨ ବର୍ଷର ପରାଜୟଧାରା ଭାଙ୍ଗିବ ନାଇଟ ରାଇଡର୍ସ
  • ||
  • ହାଇଭୋଲଟେଜ୍‌ ପ୍ରଚାରରେ କମ୍ପିବ ରାଜ୍ୟ: ଆଜି ରାୟଗଡ଼ା ଆସୁଛନ୍ତି ରାହୁଲ, କାଲି ନବୀନ, ୬ରେ ମୋଦିଙ୍କ ପ୍ରଚାର
  • ||
  • ତାତିରେ ଲାଗିବ ବ୍ରେକ୍: ୪ରୁ ଉପକୂଳରେ ଖସିବ ପାଦର, ୬ରେ ସବୁ ସ୍ଥାନରେ ଗ୍ରୀଷ୍ମପ୍ରବାହରୁ ମିଳିବ ଆଶ୍ୱସ୍ତି
  • ||

ଦିଲ୍ଲୀକୁ ୨୬୭ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ହାଇଦ୍ରାବାଦ , କୁଳଦୀପ ନେଲେ ୪ ୱିକେଟ୍

ନୂଆଦିଲ୍ଲୀ – ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଆଇପିଏଲ ୨୦୨୪ର ୩୫ତମ ମୁକାବିଲା ଖେଳା ଯାଉଛି। ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍‌ ହରାଇ ୨୬୬ ରନ୍‌ କରିଛି। ବିପକ୍ଷ ଦଳକୁ ୨୬୭ରନ୍‌ର ଟାର୍ଗେଟ୍‌ ଦେଇଛି। 

ଆଇପିଏଲ ୨୦୨୪ରେ ୩ୟ ଥର ସନରାଇଜର୍ସ ହାଇଦ୍ରାବାଦ ୨୫୦ରୁ ଅଧିକ ସ୍କୋର କରିଛି। ଚଳିତ ସିଜନରେ ହାଇଦ୍ରାବାଦର ଟିମ୍‌ ଆଇପିଏଲର ଇତିହାସର ସବୁଠୁ ବଡ଼ ସ୍କୋର ( ୨୮୭/୩) ମଧ୍ୟ କରି ପାରିଛି। ଦିଲ୍ଲୀ କ୍ୟାପିଟାଲ୍ସ ବିରୋଧରେ ମଧ୍ୟ ସନରାଇଜର୍ସ ହାଇଦ୍ରାବାଦର ଓପନର ବ୍ୟାଟ୍ସମ୍ୟାନ ଧମାକାଦାର ଆରମ୍ଭ ଦେଇ ଥିଲେ। ଟ୍ରେଭିସ ହେଡ୍ ଓ ଅଭିଷେକ ଶର୍ମାଙ୍କ ମଧ୍ୟରେ ପ୍ରଥମ ୱିକେଟ୍‌ ପାଇଁ ୧୩୧ ରନ୍‌ର ପାର୍ଟନରସିପ୍‌ ହୋଇଛି। ଟ୍ରେଭିସ ହେଡ୍‌ ୮୯ ରନ୍‌ କରିଥିବା ବେଳେ ଶାହବାଦ ଅହମ୍ମଦ ଅପରାଜିତ ଭାବେ ୫୯ ରନ୍‌ର ପାଳି ଖେଳିଛନ୍ତି। 

ସନରାଇଜର୍ସ ହାଇଦ୍ରାବାଦର ଆରମ୍ଭ ଖୁବ୍‌ ଦ୍ରୁତ ଭାବେ ରହିଥିଲା। ୫ ଓଭରରେ ସେ ୧୦୦ରୁ ଅଧିକ କରିଥିଲେ। ଆଇପିଏଲର ଇତିହାସରେ ଓଭର ହିସାବରେ ଏହା ସବୁଠୁ ଦ୍ରୁତ ଟିମ୍‌ ଶତକ ହୋଇପାରିଛି। ଟ୍ରେଭିସ ହେଡ୍ କେବଳ ୧୬ ଟି ବଲରେ ଫିଫ୍ଟି ପୂରା କରିଥିଲେ। 

ଦିଲ୍ଲୀ କ୍ୟାପିଟାଲ୍ସର ପ୍ଲେଇଂ -୧୧ : ଡେଭିଡ୍ ୱାର୍ନର, ଜେକ ଫ୍ରେଜର-ମ୍ୟାକଗର୍କ , ଅଭିଷେକ ପୋରେଲ ,ଋଷଭ ପନ୍ତ ( ୱିକେଟ୍ କିପର / ଅଧିନାୟକ) , ଟ୍ରିଷ୍ଟନ ଷ୍ଟବ୍ସ, ଅକ୍ଷର ପଟେଲ, ଲଳିତ ଯାଦବ , କୁଳଦୀପ ଯାଦବ , ଏନରିକ ନାର୍କିଆ , ଖଲିଲ ଅହମ୍ମଦ , ମୁକେଶ କୁମାର

ସନରାଇଜର୍ସ ହାଇଦ୍ରାବାଦ ପ୍ଲେଇଂ -୧୧ : ଅଭିଷେକ ଶର୍ମା , ଟ୍ରେଭିସ ହେଡ୍‌ , ଏଡେନ ମାର୍କରନ, ହେନରିକ କ୍ଲାସେନ (ୱିକେଟ କିପର) , ଅବଦୁଲ ସମଦ , ନୀତୀଶ ରେଡ୍ଡି , ଶାହବାଜ ଅହମ୍ମଦ , ପ୍ୟାଟ୍ କମିନ୍ସ (ଅଧିନାୟକ) ଭୁବନେଶ୍ୱର କୁମାର , ମୟଙ୍କ ମାର୍କଣ୍ଡେ , ଟି ନଟରାଜନ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.