ପ୍ରମୁଖ ଖବର
  • କଂଗ୍ରେସ ପ୍ରାର୍ଥୀ ତାଲିକା : ସମ୍ବଲପୁର ଲୋକସଭା ଆସନରୁ ନଗେନ୍ଦ୍ର ପ୍ରଧାନ, ବାରବାଟ-କଟକରୁ ସୋଫିଆ
  • ||
  • ଚିଲିକାରେ ଭାସୁଛି ଅଜଣା ମୃତଦେହ, ପରିଚୟ ଖୋଜୁଛି ପୋଲିସ
  • ||
  • ପ୍ରଚଣ୍ଡ ଗ୍ରୀଷ ତାତିକୁ ନେଇ ଟ୍ୱିନ ସିଟିରେ ରେଡ୍ ଓ୍ୱାର୍ଣ୍ଣିଂ, ତାପମାତ୍ରା ୪୬ଂ ଛୁଇଁବା ସମ୍ଭାବନା
  • ||
  • ପୁରୀ ଷ୍ଟେସନରେ ଭୁଶୁଡିଲା ନିର୍ମାଧୀନ ଛାତ, ୨ ଶ୍ରମିକ ଗୁରୁତର, ଏକାଧିକ ଫଶିଧିବା ସନ୍ଦେହ
  • ||
  • ଓଡ଼ିଆ ସିନେମା@89: ସାହାଯ୍ୟ ବଦଳରେ ଶୋଷୁଛନ୍ତି ସରକାର, କନ୍ଦାଉଛି ପ୍ରେକ୍ଷାଳୟ, ମୁହଁ ମୋଡ଼ୁଛନ୍ତି ପ୍ରଯୋଜକ
  • ||
  • ସୁପର ସନଡେରେ ଡବଲ ଶୋ,ଟାଇଟନ୍ସ-ରୟାଲ୍‌, ସୁପରକିଙ୍ଗ୍‌ସ-ସନରାଇଜର୍ସ ଲଢ଼େଇ
  • ||
  • ଗଞ୍ଜମ: ତପ୍ତପାଣି ଘାଟି ଓଲଟିଲା ନଳକୂପ ଖନନ ଗାଡ଼ି, ୧୨ ଆହତ
  • ||
  • ରବିବାର ହାଇ-ଭୋଲଟେଜ୍ ପ୍ରଚାର: ସାଲେପୁରରୁ ରାହୁଲ ଗାନ୍ଧି, ବ୍ରହ୍ମପୁରରେ ଜେ.ପି. ନଡ୍ଡା କରିବେ ପ୍ରଚାର
  • ||
  • ଜୀବନ ରହିବ ତ ? ଆହୁରି ୪ ଦିନ ବିପଜ୍ଜନକ ନିଦାଘ, ଆଜି ରାଜଧାନୀ ତାତି ୪୬ଂ ଛୁଇଁବା ଆଶଙ୍କା
  • ||

ଜଲଓ୍ବା ଦେଖାଇଲେ କିଙ୍ଗ କୋହଲି, କେକେଆର ଆଗରେ ୧୮୩ ରନ୍‌ ଟାର୍ଗେଟ

Image Courtesy: espncricinfo

ବେଙ୍ଗାଲୁରୁ: କୋଲକାତା ନାଇଟ ରାଇଡର୍ସ (କେକେଆର) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ( ଆରସିବି) ମଧ୍ୟରେ ଟକ୍କର ଜାରି ରହିଛି । ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା କେକେଆର । ଏହା ପରେ ବ୍ୟାଟିଂ ପାଇଁ ପଡ଼ିଆକୁ ଆସିଥିବା ଆରସିବି ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ୧୮୨ ରନ୍‌ କରିଛି । କେକେଆର ସାମ୍ନାରେ ୧୮୩ ରନ୍‌ର ବିଶାଳ ଟାର୍ଗେଟ୍‌ ରଖିଛି ଆରସିବି । ଆଜିର ମ୍ୟାଚ୍‌ରେ ବିରାଟ କୋହଲି ବିଶାଳ ସ୍କୋର କରିଛନ୍ତି ।  ୫୯ ବଲ୍‌ରୁ ଅପରାଜିତ ୮୩ ରନ୍‌ କରିଛନ୍ତି କିଙ୍ଗ କୋହଲି ।  ୪ ଛକା ଏବଂ ୪ ଚୌକା ସହ କୋହଲି ଏହି ରନ୍‌ କରିଛନ୍ତି । 

ବେଙ୍ଗାଲୁରୁର ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଥିବା ହାଇଭୋଲଟେଜ୍‌ ମ୍ୟାଚ୍‌ରେ ପ୍ରଥମେ ଆରସିବି ବ୍ୟାଟିଂ ବପିର୍ଯ୍ୟୟର ସାମ୍ନା କରିଥିଲା । ଦଳୀୟ ସ୍କୋର ୧୭ ରନ୍‌ ଥିବା ବେଳେ ଅଧିନାୟକ ଫାଫ୍‌ ଡୁପ୍ଲେସିସ୍‌ ଆଉଟ୍‌ ହୋଇଥିଲେ । ୬ ବଲରେ ମାତ୍ର ୮ ରନ୍ କରି ପାଭିଲିୟନ୍‌ ଫେରିଥିଲେ ଡୁପ୍ଲେସିସ୍‌ । ତାଙ୍କ ପରେ କ୍ୟାମେରନ୍‌ ଗ୍ରୀନ୍‌ ୩୩ ରନ୍‌ କରି ଆଉଟ ହୋଇଥିବା ବେଳେ ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ୨୮ ରନ୍‌ରେ ଅଟକି ଯାଇଥିଲେ । ତାପରେ ପରେ ରଜତ ପଟିଦାର ଏବଂ ଅନୁଜ ରାଓ୍ବାତ ଆଉଟ  ହୋଇଥିଲେ ।

 ସେପଟେ ବିରାଟ କୋହଲି କିନ୍ତୁ ନିଜର ଜଲଓ୍ବା ଦେଖାଇଥିଲେ । ଅପରାଜିତ ୮୩ ରନ୍‌ କରି କୋହଲି ଆରସିବି ଫ୍ୟାନଙ୍କୁ ଖୁସି କରାଇ ଦେଇଛନ୍ତି । ବେଙ୍ଗାଲୁରୁ ଷ୍ଟାଡିୟମରେ ଆଜି ଆରସିବି ଫ୍ୟାନ୍ସଙ୍କ ଉତ୍ସାହକୁ ଆହୁରି ବଢ଼ାଇ ଦେଇଛନ୍ତି ବିରାଟ କୋହଲି । ଅନ୍ୟପଟେ କେକେଆର ଟିମର ବୋଲର ହର୍ଷିତ ରାଣା ଏବଂ ଆଣ୍ଡ୍ରେ ରସେଲ୍ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିଭଳି ସୁନୀଲ ନାରାୟଣ ୪୦ ରନ୍ ଦେଇ ଗୋଟିଏ ଓ୍ବିକେଟ ଅକ୍ତିଆର କରିଥିଲେ । ଚଳିତ ଆଇପିଏଲର ସବୁଠାରୁ ଦାମୀ ବୋଲର ମିଚେଲ୍ ଷ୍ଟାର୍କ ସର୍ବାଧିକ ୪୭ ରନ୍‌ ଦେଇଥିବା ବେଳେ ଗୋଟିଏ ବି ଓ୍ବିକେଟ ନେବାରେ ସଫଳ ହୋଇନାହାନ୍ତି । 

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.