ଭୁବନେଶ୍ବର,୨୩।୧୨  : ଭୁବନେଶ୍ବର କୋରଡ କଣ୍ଟାରେ ସିରିଜ୍ ଦୁର୍ଘଟଣା । ଏକାଧିକ ବାଇକ୍ ଉପରେ ମାଡିଗଲା କାର୍। ଦୁର୍ଘଟଣାରେ  ତିନି ବାଇକ୍ ଚୁରମାର । ଘଟଣାରେ ୪ ଜଣ ଆହତ ହୋଇଛନ୍ତି।  ଆହତଙ୍କୁ ମେଡିକାଲ ନିଆ ଯାଇଛି।

 ଏହାକୁ ନେଇ  ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ସହିଦ୍ ନଗର ଥାନା ପୋଲିସ ଓ ପିସିଆର୍ ପହଞ୍ଚି  ଲୋକମାନଙ୍କୁ ବୁଝାସୁଝା କରିବା ସହ କାରକୁ ଜବତ କରିଛି।