କେନ୍ଦ୍ରାପଡା, ୧୧।୩ : କେନ୍ଦ୍ରପଡା ନିକିରାଇ ଥାନା ଅନ୍ତର୍ଗତ ଘାଗରାଡିଆ ଗାଁରେ ଜମିବାଡି ଭାଗବଣ୍ଟା କୁ ନେଇ ବିବାଦ। ଦାଦା କୁ ହାଣିଦେଲା ପୁତୁରା l ଆକ୍ରମଣରେ ଦାଦା ଅଭିରାମ ତରେଇ ଗୁରୁତର ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଦୁଇ ପରିବାର ମଧ୍ୟରେ ପାଟିତୁଣ୍ଡ ଚାଲିଥିବା ବେଳେ ହଠାତ୍ ହେମନ୍ତ ତରାଇ ଏକ ଧାରୁଆ ଅସ୍ତ୍ରରେ ନିଜ ଦାଦା ଅଭିରାମ ତରେଇଙ୍କୁ ଆକ୍ରମଣ କରି ଲହୁଲୁହାଣ କରି ପକାଇଥିଲେ l ପୁତୁରା ଆକ୍ରମଣରେ ଅଭିରାମଙ୍କ ବାମହାତ, ଛାତି ଓ ପେଟରେ ଗଭୀର କ୍ଷତ ସ୍ରୁଷ୍ଟି ହୋଇଛି l ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ପ୍ରଥମେ କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି l ଘଟଣା ସ୍ଥଳରୁ ଅଭିଯୁକ୍ତ ହେମନ୍ତ ଫେରାର୍ ହୋଇ ଯାଇଛି l ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି l ତେବେ ଜମିବାଡି ଭାଗବଣ୍ଟାକୁ ନେଇ ଉଭୟ ପରିବାର ଭିତରେ ଦୀର୍ଘ ଦିନ ଧରି ବିବାଦ ଲାଗିରହିଥିବା ଜଣାପଡିଛି l