ନୂଆଦିଲ୍ଲୀ,୨୫/୦୬: ୧୯୭୫ ଜୁନ୍ ୨୫ ରାତିରେ ଦେଶରେ ଲାଗୁ ହୋଇଥିଲା ଜରୁରୀକାଳୀନ ପରିସ୍ଥିତି । ୧୯୭୭ ମାର୍ଚ୍ଚ ୨୧ ତାରିଖ ଯାଏ ତତ୍କକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଜାରୁରୀକାଳୀନ ସ୍ଥିତି ଘୋଷଣା କରିଥିଲେ । ଜୁନ ୨୬ ତାରିଖରେ ରେଡ଼ିଓ ମାଧ୍ୟମରେ ଏମରଜେନ୍ସି ନେଇ ଦେଶବାସୀଙ୍କୁ ସୂଚନା ଦେଇଥିଲେ । ଆଜି ଏମରଜେନ୍ସିକୁ ୫୦ ବର୍ଷ ପୁରିଛି । ଏହାକୁ ଭାରତର ଗଣନ୍ତ୍ରାତିକ ପ୍ରକ୍ରିୟାରେ ଏକ କଳା ଅଧ୍ୟାୟ ବୋଲି କୁହାଯାଏ । ରାଜନୈତିକ ଅସ୍ଥିରତା ପାଇଁ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିବା କୁହାଯାଏ । ଏହି ସମୟରେ ଅନେକ ଜିନିଷରେ ପ୍ରତିବନ୍ଧକ ଲାଗିଥିଲା । ଗଣମାଧ୍ୟମର ସ୍ୱର ଦମନ କରିବା ସହିତ ନାଗରିକଙ୍କ ସ୍ୱାଧୀନତା ଓ ସୁରକ୍ଷାକୁ ସୀମିତ କରାଯାଇଥିଲା । ଆଜିର ଦିନକୁ ବର୍ତ୍ତମାନର ସରକାର ସମ୍ବିଧାନ ହତ୍ୟା ଦିବସ ଭାବେ ପାଳିବାକୁ ନିଷ୍ପତ୍ତି ନେଇଛି । ଏକଛତ୍ରବାଦ ଆଗରେ ଦେଶ ମୁଣ୍ଡ ନୁଆଁଇବ ନାହିଁ ବୋଲି ଗୃହମନ୍ତ୍ରୀ ଅମିତ୍ ଶାହ କହିଛନ୍ତି ।
କେଉଁ ସ୍ଥିତିରେ ଲାଗୁ ହୋଇଥିଲା ଜରୁରୀକାଳନୀ ସ୍ଥିତି:
ଜରୁରୀକାଳୀନ ସ୍ଥିତିର ମୁଖ୍ୟ କାରଣ, ଆହ୍ଲାବାଦ ହାଇକୋର୍ଟଙ୍କ ଏକ ନିଷ୍ପତ୍ତି ପାଇଁ ହୋଇଥିବା କୁହାଯାଏ । ଏହି ନିଷ୍ପତ୍ତି ପାଇଁ ତତ୍କକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ନିର୍ବାଚନ ପ୍ରଚାର ଅଭିଯାନରେ ଅସାଦାଚରଣର ଦୋଷୀ କରାଯାଇଥିଲା । ୧୯୭୧ରେ ଇନ୍ଦିରା ଗାନ୍ଧୀଙ୍କ ବଡ଼ ବିଜୟ ହୋଇଥିଲା । ଜୁନ୍ ୧୨ ତାରିଖ ଆହ୍ଲାବାଦ ହାଇକୋର୍ଟ ରାୟ ଦେଇଥିଲେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ହୋଇଛି । ସେ ଆଗମୀ ୬ ବର୍ଷ ପାଇଁ ନିର୍ବାଚନ ଲଢିପାରିବେ ନାହିଁ । ଏହି ଖବର ବିଜୁଳି ବେଗରେ ପ୍ରଚାରିତ ହୋଇଥିଲା । ହଠାତ୍ ରାଜନୈତିକ ପାଣିପାଗ ଗରମ ହୋଇଥିଲା । ଏହାର ୧୨ ଦିନ ପରେ ଅର୍ଥାତ୍ ଜୁନ୍ ୨୫ ତାରିଖରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିଲା । ରାଜନୀତିରେ ଯଦି କଳାନ୍ତର ଥାଏ ତେବେ ଏମରଜେନ୍ସି ବା ଜାରୁରୀକାଳୀନ ପରିସ୍ଥିତି ଗୋଟିଏ ଅଧ୍ୟାୟ । ଯାହା ଯନ୍ତ୍ରଣାଦାୟକ ଥିଲା । ଜରୁରୀକାଳୀନ ପରିସ୍ଥିତି ତାଙ୍କ ଛବିକୁ କଳଙ୍କିତ କରିଥିବା ଅନେକ ମତ ଦିଅନ୍ତି । ଇନ୍ଦିରା ଗାନ୍ଧୀ ସରକାର ଦ୍ୱାରା ଉଠାଯାଇଥିବା ଏହି ପଦକ୍ଷେପ ଦେଶର ଅନେକ ଐତିହାସିକ ଘଟଣାର କାରଣ ହୋଇଥିଲା । ସ୍ୱତନ୍ତ୍ର ଭାରତ ଇତିହାସରେ ଏହା ସବୁଠୁ ବିବାଦସ୍ପଦ ସମୟ ଥିଲା । ୨୧ ମାସ ଯାଏ ଦେଶରେ ଏମରଜେନ୍ସି ଲାଗୁ ହୋଇଥିଲା ।
ତତ୍କକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାରଙ୍କ ଅନୁମୋଦନ କ୍ରମେ ରାଷ୍ଟ୍ରପତି ଫଖରୁଦ୍ଦିନ ଅଲ୍ଲୀ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୫୨ ଜରିଆରେ ଦେଶରେ ଏମରଜେନ୍ସି ଘୋଷଣା ହୋଇଥିଲା । ଏହାକୁ ୫୦ ବର୍ଷ ପୂରଣ ହୋଇଥିବାକୁ କଂଗ୍ରେସକୁ ବିଜେପି ଟାର୍ଗେଟ କରିଛି । କଂଗ୍ରେସ ଦଳ ଲୋକତନ୍ତ୍ରର ହତ୍ୟା କରିଛି ବୋଲି ଶାସକ ବିଜେପି ଟାର୍ଗେଟ୍ କରିଛି ।
ଜରୁରୀକାଳୀନ ସ୍ଥିତିରେ କିପରି ପ୍ରଭାବିତ ହୋଇଥିଲା ଦେଶ ?
. ଜରୁରୀକାଳୀନ ପରିସ୍ଥିତିରେ ଦେଶରେ ନିର୍ବାଚନ ସ୍ଥଗିତ ହୋଇଥିଲା ।
.ଦେଶର ନାଗରିକଙ୍କ ମୌଳିକ ଅଧିକାର ସୀମିତ କରାଯାଇଥିଲା । ଲୋକଙ୍କର ବାକ୍ ସ୍ବାଧୀନତା କ୍ଷୁ୍ଣ୍ଣ ହୋଇଥିଲା
.ଜୁନ୍ ୫ ରାତିରୁ ଦେଶରେ ବିରୋଧୀ ଦଳ ନେତା ଗିରଫ ହୋଇଥିଲେ । ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡବାନୀ, ଜୟପ୍ରକାଶ ନାରାୟଣଙ୍କ ପରି ବଡ଼ ବଡ଼ ନେତାଙ୍କୁ ଜେଲ୍ ପଠା ଯାଇଥିଲା ।
.ଏତେ ଲୋକଙ୍କୁ ଜେଲ୍ ପଠା ଯାଇଥିଲା କି ଜେଲରେ ଜାଗା ଅଭାବ ଦେଖାଯାଇଥିଲା ।
.ଗଣମାଧ୍ୟମର ସ୍ୱରକୁ ଦବାଇ ଦିଆଯାଇଥିଲା । ପ୍ରେସ୍ ଉପରେ ସେନ୍ସରସିପ୍ ଲଗାଯାଇଥିଲା । ପ୍ରତି ଖବରକାଗଜରେ ସେନ୍ସର ଅଧିକାରୀ ରଖା ଯାଇଥିଲା । ତାଙ୍କ ଅନୁମତି ବିନା କୌଣସି ଖବର ଛପା ହେଉନଥିଲା । ସରକାରଙ୍କ ବିରୋଧରେ ଖବର ଛାପୁଥିଲେ ତାଙ୍କୁ ଗିରଫ କରାଯାଉଥିଲା ।
.ଜରୁରୀକାଳୀନ ପରିସ୍ଥିତିରେ ପ୍ରଶାସନ ଏବଂ ପୁଲିସ ଲୋକଙ୍କୁ ପ୍ରତାରିତ କରିଥିଲା ଯାହାର କାହାଣୀ ପରବର୍ତ୍ତୀ ସମୟରେ ସାମ୍ନାକୁ ଆସିଥିଲା ।
When the Emergency was imposed, I was a young RSS Pracharak. The anti-Emergency movement was a learning experience for me. It reaffirmed the vitality of preserving our democratic framework. At the same time, I got to learn so much from people across the political spectrum. I am… https://t.co/nLY4Vb30Pu
— Narendra Modi (@narendramodi) June 25, 2025
ଏମରଜେନ୍ସିକୁ ୫୦ ବର୍ଷକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, '' ଯେବେ ଦେଶରେ ଜରୁରୀକାଳୀନ ଲାଗୁ ହୋଇଥିଲା, ମୁଁ ଯୁବ ଆରଏସଏସ ପ୍ରଚାରକ ଥିଲି । ଜରୁରୀକାଳୀନ ବିରୋଧୀ ଆନ୍ଦୋଳନ ମୋ ପାଇଁ ଶିକ୍ଷଣୀୟ ଅଭିଜ୍ଞତା ଥିଲା । ଏହା ଆମ ଗଣତାନ୍ତ୍ରିକ ଢାଞ୍ଚାକୁ ସଂରକ୍ଷଣ କରିବାର ପ୍ରାଣଶକ୍ତିକୁ ପୁନଃନିର୍ମାଣ କରିଥିଲା । ସେହି ସମୟରେ ରାଜନୈତିକ ବର୍ଗର ଲୋକଙ୍କଠୁ ବହୁତ କିଛି ଶିଖିଛି । ମୁଁ ଖୁସି ଯେ ବ୍ଲୁକ୍ରାପ୍ଟ ଡିଜିଟାଲ୍ ଫାଉଣ୍ଡେସନ୍ ସେ ଘଟଣାକୁ ନେଇ ପୁସ୍ତକ ସଂକଳନ କରିଛି । ଯାହାର ମୁଖବନ୍ଧ ଏଚ୍ଡି ଦେବଗୌଡ଼ା ଜରୁରୀକାଳୀନ ଆନ୍ଦୋଳନ ବିରୋଧରେ ଜଣେ ପ୍ରମୁଖ ନେତା ଥିଲେ ।''