ପ୍ରମୂଖ ଖବର
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ଚିକିତ୍ସା ପାଇଁ ମୁମ୍ୱାଇ ଗଲେ ବିଜେଡି ସୁପ୍ରିମୋ ନବୀନ, ପୂଜାର୍ଚ୍ଚନା କରି ଏୟାରପୋର୍ଟରେ ବିଦାୟ ଦେଲେ କର୍ମୀ

Published By : Harapriya Sethi | June 20, 2025 11:32 AM

ଭୁବନେଶ୍ୱର, ୨୦/୦୬: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ସର୍ଭାଇକାଲ ଆଥ୍ରାଇଟିସ ରୋଗରେ ପୀଡ଼ିତ । ଏହାର ଚିକିତ୍ସା ପାଇଁ ଆଜି ମୁମ୍ବାଇ ଯାଇଛନ୍ତି ନବୀନ । ଆସନ୍ତା ୨୨ ତାରିଖରେ ମୁମ୍ବାଇ ସ୍ଥିତ କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ସର୍ଭାଇକାଲ ଆଥ୍ରାଇଟିସ ଅସ୍ତ୍ରୋପଚାର ହେବ । ତାଙ୍କ ବ୍ୟକ୍ତିଗତ ଚିକିତ୍ସିକ ଡାକ୍ତର ରାମାକାନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଚିକିତ୍ସା ପାଇଁ ସବୁ ବ୍ୟବସ୍ଥା କରାଯାଉଛି । 

ଯିବା ପୂର୍ବରୁ ନବୀନ ନିବାସରେ ବିଜେଡି ମହିଳା ନେତ୍ରୀମାନେ ଶଙ୍ଖ ବଜାଇ, ହୁଳହୁଳି ଦେଇ ପୂଜାର୍ଚ୍ଚନା କରିଛନ୍ତି । ଏଥିପାଇଁ ବିଜୁ ମହିଳା ଜନତା ଦଳ ପକ୍ଷରୁ ବିଜେଡି ନେତ୍ରୀମାନେ ନବୀନ ନିବାସରେ ପହଞ୍ଚିଥିଲେ । ଭୁବନେଶ୍ୱର ମେୟର ସୁଲୋଚନା ଦାସ, ସ୍ନେହାଙ୍ଗିନୀ ଛୁରିଆ, ରଞ୍ଜିତା ସାହୁ, ଲେଖାଶ୍ରୀ ସାମନ୍ତସିଂହାର, ଶର୍ମିଷ୍ଠା ସେଠୀ, ମଞ୍ଜୁଲତା ମଣ୍ଡଳ, ମିନତୀ ବେହେରା, ରାଜଶ୍ରୀ ମଲ୍ଲିକ ପ୍ରମୁଖ ପୂଜା ଅର୍ଚ୍ଚନା କରିଛନ୍ତି । ନବୀନଙ୍କ ସଫଳ ଅସ୍ତ୍ରୋପଚାର ପାଇଁ ଶୁଭ ମନାସି ଆଶୁ ଆରୋଗ୍ୟ କାମନା କରିଛନ୍ତି ନେତ୍ରୀ ମାନେ ।

ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ସଭିଙ୍କ ଶୁଭେଚ୍ଛାରେ ଶୀଘ୍ର ସୁସ୍ଥ ହୋଇ ରାଜ୍ୟବାସୀଙ୍କ ସେବାରେ ପୁଣି ଲାଗିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ବିଜେଡି ଉପସଭାପତି ସଞ୍ଜୟ କୁମାର ଦାସବର୍ମା କହିଛନ୍ତି, ଓଡ଼ିଶାର ଜନସାଧାରଣଙ୍କ ତରଫରୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ କି ସେ ଶୀଘ୍ର ସୁସ୍ଥ ହୋଇ ଫେରନ୍ତୁ । ଓଡ଼ିଶାବାସୀଙ୍କ ସେବା ସେ ଜାରି ରଖନ୍ତୁ । ବିଜେଡି ସଭାପତି ନବୀନଙ୍କ ଅନୁପସ୍ଥିତିରେ ଦଳର ଦୈନନ୍ଦିନ କାର୍ଯ୍ୟକଳାପକୁ ତଦାରଖ କରିବ ରାଜନୈତିକ ବ୍ୟାପାର କମିଟି । ସେହିପରି ଦଳର ବରିଷ୍ଠ ଉପସଭାପତି (ମୁଖ୍ୟାଳୟ) ଦେବୀ ପ୍ରସାଦ ମିଶ୍ର ବିଭିନ୍ନ ସେଲ୍‌ ଓ ଛାମୁଆ ସଂଗଠନର ବିଭିନ୍ନ କାର୍ଯ୍ୟକ୍ରମକୁ ସଂଯୋଜନା କରିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.