ଛତ୍ରପୁର,୧୫/୦୫: ସଡ଼କ ଦୁର୍ଘଟଣାରେ ହୋଇଥିଲା ମୃତ୍ୟୁ । ଚକ୍ଷୁ ଦାନ କଲେ ପରିବାର ଲୋକେ । ତେବେ ରମ୍ଭାଥାନା ସୁବଳୟା ଗ୍ରାମର ଯତୀନ ନାୟକଙ୍କ  ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ତାଙ୍କର ୨ଚକ୍ଷୁ ଭୁବନେଶ୍ୱର କ୍ୟାପିଟେଲ ହସ୍ପିଟାଲରେ ଦାନ କରାଯାଇଛି। ଏହି ମହାନତା ପାଇଁ ତାଙ୍କ କକା ସମାଜସେବୀ ଯଯାତିନାହାକଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି ।

 ସୂଚନା ଯୋଗ୍ୟ, ଯତୀନ ଗତ ୧୧ ତାରିଖ ଦିନ ରମ୍ଭା ନିକଟରେ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ଏନେଇ ତାଙ୍କୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଗତ ୧୩ ତାରିଖ ଦିନ ମୃତ୍ୟୁ ହୋଇଥିଲା। ଏନେଇ ତାଙ୍କ ପରିବାରର ସଦସ୍ୟ ଯଯାତି ନାୟକ ପୁତୁରାର ୨ଚକ୍ଷୁ ଦାନ କରିବା ପାଇଁ ଶବ ବ୍ୟବଛେଦ ପୂର୍ବରୁ ଡାକ୍ତରଙ୍କୁ ଜଣାଇଥିଲେ । ଯତୀନ ସ୍ବର୍ଗତ ଲଲାଟ ନାୟକଙ୍କ ବଡ଼ପୁଅ ।