ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

କାର୍ଯ୍ୟରେ ଅବହେଳା ପରେ କଠୋର ପଦକ୍ଷେପ ନେଲେ ଜିଲ୍ଲାପାଳ, ୮୪୩ ଟ୍ୟାଗ୍ ଅଫିସର୍‌ଙ୍କ ଦରମା ବନ୍ଦ

Published By : Harapriya Sethi | October 30, 2024 11:17 AM

ବାରିପଦା, ୩୦/୧୦: କାର୍ଯ୍ୟରେ ଅବହେଳା କରି ଗୋଡ ଲମ୍ବେଇ ବସିଥିଲେ ଟ୍ୟାଗ୍‌ ଅଫିସର୍‌ । ରିପୋର୍ଟ ଦେଖିବା ପରେ କଠୋର ପଦକ୍ଷେପ ନେଲେ ଜିଲ୍ଲାପାଳ । ଜିଲ୍ଲାରେ ନିଯୁକ୍ତ ଥିବା ୮୪୩ ଟ୍ୟାଗ୍ ଅଫିସର୍‌ଙ୍କ ଦରମା ବନ୍ଦ କରିବାକୁ ଦେଲେ ନିର୍ଦ୍ଦେଶ । ଗ୍ରାମୀଣ ଗୃହ/ପ୍ରଧାମନ୍ତ୍ରୀ ଆବାସ ନିର୍ମାଣରେ ବିଳମ୍ବ ଓ ନିଜ କାର୍ଯ୍ୟରେ ଅବହେଳା ପାଇଁ ବନ୍ଦ ହେଲା ଦରମା । ଏହି ଅଫିସର୍‌ ମାନଙ୍କ ଦରମା ଅକ୍ଟୋବର ମାସରୁ ବନ୍ଦ ରଖିବାକୁ ୨୬ ବ୍ଲକର ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଲେ ମୟୂରଭଞ୍ଜ ଜିଲ୍ଲାପାଳ । 

ଜିଲ୍ଲାରେ ଗ୍ରାମ୍ୟ ଗୃହ ନିର୍ମାଣ କାର୍ଯ୍ୟରେ ୧୦୧୬ ଜଣ ଅଧିକାରୀ ନିୟୋଜିତ ଅଛନ୍ତି । ଯେଉଁଥିରୁ ୧୭୩ ଜଣ ନିଜ କାର୍ଯ୍ୟ ଠିକ୍ ଭାବେ କରିଥିବା ବେଳେ, ଅନ୍ୟ ୮୪୩ ଜଣଙ୍କ କାର୍ଯ୍ୟ ସନ୍ତୋଷ ଜନକ ନୁହେଁ । ତେଣୁ କାର୍ଯ୍ୟରେ ଅବହେଳା ତଥା ମନିଟରିଙ୍ଗ ଅଭାବରୁ ୬୩ ପ୍ରତିଶତ ଘର ଏବେ ଅଧା ହୋଇ ପଡ଼ିଛି । ଫଳରେ ସରକାରୀ ଯୋଜନାରେ ସଫଳତା ମିଳୁନାହିଁ । ଯାହାକୁ ନେଇ କାର୍ଯ୍ୟ ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଦରମା ବନ୍ଦ ହେବ ବୋଲି ଚିଠିରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି ଜିଲ୍ଲାପାଳ ହେମନ୍ତ ସୟ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.