ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ହ୍ବାଇଟ ହାଉସ ଗଣମାଧ୍ୟମ ସଚିବ ହେଲେ କାରୋଲିନ ଲେଭିଟ

Published By : Ankita S | November 16, 2024 9:35 AM

ୱାଶିଂଟନ,୧୬/୧୧: ଆମେରିକାର ନବନର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଟିମ ଗଠନ କରିବାରେ ବ୍ୟସ୍ତ ଅଛନ୍ତି । ଆସନ୍ତା ଜାନୁଆରୀ ୨୦ ତାରିଖରେ ରାଷ୍ଟ୍ରପତି ଭାବେ ଶପଥ ନେବେ ଟ୍ରମ୍ପ । ଏହା ପୂର୍ବରୁ ସେ ତାଙ୍କର ଶକ୍ତିଶାଳୀ ଦଳ ତିଆରିରେ ଲାଗି ପଡିଛନ୍ତି । ଏଲମ ମସ୍କ, ଏମ ରାମାସ୍ବାମୀ ଓ ତୁଲସୀଙ୍କୁ ବଡ ଦାୟିତ୍ବ ଦେବା ପରେ ଏବେ ହ୍ବାଇଟ ହାଉସର ଗଣମାଧ୍ୟମ ସଚିବ ନିୟୁକ୍ତ କରିଛନ୍ତି । ୨୭ ବର୍ଷୀୟ କାରୋଲିନ ଲେଭିଟଙ୍କୁ ଗଣମାଧ୍ୟମ ସଚିବ ଦାୟିତ୍ବ ମିଳିଛି ।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟିମରେ କାରୋଲିନ ଲେଭିଟ ସର୍ବ କନିଷ୍ଠ ସଚିବ ହୋଇଛନ୍ତି । ଯାହା ଆମେରିକା ଇତିହାସରେ ପ୍ରଥମ । ଏହା ପୂର୍ବରୁ ଏହି ରେକର୍ଡ ରେନାଲ୍ଡ ଜିଗଲରଙ୍କୁ ମିଳିଥିଲା । ୧୯୬୯ରେ ରିଚର୍ଡ ନିକ୍ଲସନଙ୍କ କାର୍ଯ୍ୟକାଳରେ ସେ ୨୯ ବର୍ଷ ବୟସରେ ହ୍ବାଇଟ ହାଉସ ପ୍ରେସ ସଚିବ ହୋଇଥିଲେ । ୨୦୨୪ ନିର୍ବାଚନ କ୍ୟାମ୍ପେନରେ ସେ ପ୍ରମୁଖ ଭୂମିକା ତୁଲାଇଥିଲେ । କାରୋଲିନ ସଠିକ ତଥ୍ୟ ଦେଇ ଆମେରିକାକୁ ପୁଣି ଶ୍ରେଷ୍ଠ କରିବେ ବୋଲି ଆଶାବାଦୀ ଅଛନ୍ତି ଡୋନାଲ୍ଡ ଟ୍ରମ୍ପ ।

କାରୋଲିନଙ୍କୁ ଦାୟିତ୍ବ ଦେବା ପରେ ଟ୍ରମ୍ପ ଏକ ବିବୃତ୍ତି ଜାରି କରି ତାଙ୍କର ପ୍ରଶଂସା କରିଛନ୍ତି । କାରୋଲିନ ଲେଭିଟ ମୋ ଅଭିଯାନରେ ରାଷ୍ଟ୍ରୀୟ ପ୍ରେସ୍ ସଚିବ ଭାବେ ଗୁରୁତ୍ବପୂର୍ଣ୍ଣ କାମ କରିଛନ୍ତି । ହ୍ବାଇଟ ହାଉସ ସଚିବ ଭାବେ ତାଙ୍କ ନାମ ଘୋଷଣା କରି ମୁଁ ଖୁସି ବ୍ୟକ୍ତ କରୁଛି । ସେ ସ୍ମାର୍ଟ ଏବଂ ଦକ୍ଷ । ଜଣେ ପ୍ରଭାବୀ କମୁନ୍ୟିକେଟର ପ୍ରମାଣିତ ହୋଇଛନ୍ତି । ମୋର ବିଶ୍ବାସ ଅଛି ସେ ପୋଡିୟମରେ ଉତ୍କୃଷ୍ଠତା ଦେଖାଇବେ ଓ ଆମେରିକା ଲୋକଙ୍କ ପାଖରେ ସନ୍ଦେଶ ପହଞ୍ଚାଇବେ । ଆମେରିକାକୁ ପୁଣି ମହାନ କରିବେ ।

କିଛ ଦିନ ତଳେ ଟ୍ରମ୍ପ ତାଙ୍କ ଟିମରେ ଏଲମ ମସ୍କ ଓ ରାମାସ୍ବାମୀଙ୍କୁ ସାମିଲ କରିଥିଲେ । ଉଭୟଙ୍କ ଡିପାର୍ଟମେଣ୍ଟ ଅଫ୍‌ ଗଭର୍ଣ୍ଣମେଣ୍ଟ ଏଫିସିୟନ୍ସି ( DOGE)ର ଦାୟିତ୍ୱ ପ୍ରଦାନ କରିଥିଲେ । ଏହା ପରେ ଭାରତୀୟ ବଂଶୋଦ୍ଭବ ତୁଲସୀ ଗୱାର୍ଡଙ୍କୁ ବଡ ଦାୟିତ୍ବ ଦେଇଥିଲେ । ତୁଲସୀଙ୍କୁ ରାଷ୍ଟ୍ରୀୟ ଗୁଇନ୍ଦା ନିର୍ଦ୍ଦେଶକ ତଥା ଡାଇରେକ୍ଟର ଅଫ୍‌ ନ୍ୟାସନାଲ ଇଣ୍ଟେଲିଜେନ୍ସ ଭାବେରେ ନିଯୁକ୍ତ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.