ନୂଆଦିଲ୍ଲୀ,୧୩।୫: ଋଷ ଓ ୟୁକ୍ରେନ୍ ଭିତରେ ଅସ୍ତ୍ରବିରତି ନେଇ ବଢିଲା ଆଶା । ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ୍ ଓ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲ୍ଡିମିର ଜେଲେନସ୍କି ପରସ୍ପରକୁ ଭେଟିବା ନେଇ ପ୍ରକାଶ କରିଛନ୍ତି ସହମତି । ଦୁଇ ନେତା ୧୫ ମଇରେ ତୁର୍କୀରେ ସ୍ପରସ୍ପର ସହ ଆଲୋଚନା କରିବେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ବିବାଦର ସମାଧାନ ପାଇଁ ହୋଇଛନ୍ତି ମଧ୍ୟସ୍ଥି।
ଖୁବ୍ ଶୀଘ୍ର ଋଷ ଓ ୟୁକ୍ରେନ୍ ମଧ୍ୟରେ ହୋଇପାରେ ଅସ୍ତ୍ରବିରତି। ଦୁଇ ଦେଶର ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ତୁର୍କୀରେ ଗୁରୁବାର ହେବାକୁ ଯାଉଛି ବୈଠକ। ଏଥିରେ ପୁଟିନ୍, ଜେଲେନସ୍କି ଓ ଟ୍ରମ୍ପ ତିନି ନେତା ସାମିଲ ହୋଇପାରନ୍ତି। ଟ୍ରମ୍ପ ଦୁହିଁଙ୍କୁ ବିବାଦର ସମାଧାନ ପାଇଁ ଲଗାତାର ଚାପ ପକାଇଥିଲେ। ରବିବାର ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ୍ ୟୁକ୍ରେନ୍ ଆଗରେ ଶାନ୍ତି ବାର୍ତ୍ତାର ପ୍ରସ୍ତାବ ଦେଇଥିଲେ, ଯାହାକୁ ଜେଲେନସ୍କି ସ୍ବାଗତ କରିଥିଲେ। ଏହା ଅନୁସାରେ, ୧୫ ମଇରେ ତୁର୍କୀର ଇସ୍ତାନବୁଲ ସହରରେ ପ୍ରତ୍ୟକ୍ଷ ଶାନ୍ତି ବାର୍ତ୍ତା ହେବ। ତେବେ ଜେଲେନସ୍କି ନିଜର ଜିଦ୍ରେ ମଧ୍ୟ ଅଟଳ ଅଛନ୍ତି। ସେ କହିଛନ୍ତି ଆଲୋଚନା ପୂର୍ବରୁ ସୋମବାରଠାରୁ ୩୦ ଦିବସୀୟ ଅସ୍ତ୍ରବିରତିକୁ ବିନା ସର୍ତ୍ତରେ ଋଷ ସ୍ବୀକାର କରୁ। ଏହି ବାର୍ତ୍ତାର ଉଦେଶ୍ୟ ସଂଘର୍ଷକୁ ମୂଳରୁ ଶେଷ କରିବା ହେଉ। ଗତ ୩ ବର୍ଷ ଧରି ଦୁଇ ଦେଶ ମଧ୍ୟରେ ଜାରି ରହିଛି ଲଢେଇ। ଏଥିରେ ୧୦ ହଜାରରୁ ଅଧିକ ୟୁକ୍ରେନ୍ ନାଗରିକ ନିହତ ହୋଇଛନ୍ତି। ଋଷ ସେନା ୟୁକ୍ରେନ୍ର ପାୟ ୨୦% ସ୍ଥାନକୁ ଦଖଲ କରିସାରିଛନ୍ତି।