ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ଝାନ୍ସି ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ, ଚାଲିଗଲା ୧୦ ନବଜାତକ ଶିଶୁଙ୍କ ଜୀବନ

Published By : Ankita S | November 16, 2024 7:27 AM

ଲକ୍ଷ୍ନୌ,୧୬/୧୧: ଉତ୍ତରପ୍ରଦେଶ ଝାନ୍ସି ମେଡିକାଲ କଲେଜର ଶିଶୁ ୱାର୍ଡରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୧୦ ନବଜାତକଙ୍କର ମୃତ୍ୟୁ ହୋଇଛି । ଶୁକ୍ରବାର ରାତି ପ୍ରାୟ ୧୧ଟାରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ସମସ୍ତ ଶିଶୁ ଏସଏନସିୟୁରେ ( ସ୍ପେଶାଲ ନ୍ୟୁବର୍ଣ୍ଣ କେୟାର ୟୁନିଟ)ରେ ଭର୍ତ୍ତି ହୋଇଥିଲେ । ଏହି ସମୟରେ ବଡ ଅଘଟଣ ଘଟିଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡି ନାହିଁ । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

ଅଗ୍ନିକାଣ୍ଡ ଘଟିବା ପରେ ମେଡିକାଲ କଲେଜ ପକ୍ଷରୁ ଅଗ୍ନିଶମ ବାହିନୀଙ୍କୁ ଖବର ଦିଆଯାଇଥିଲା । ଏହାପରେ ୧୨ଟି ଦମକଳ ଗାଡି ନିଆଁକୁ ଆୟତ୍ତ କରିଥିଲା ମାତ୍ର ସେତେବେଳକୁ ୧୦ ନବଜାତକଙ୍କ ଜୀବନ ଚାଲିଯାଇଥିଲା । ଅଗ୍ନିକାଣ୍ଡରେ ଅନେକ ଶିଶୁ ଆହତ ହୋଇଛନ୍ତି । ନିଆଁ ଲାଗିବା ସମୟରେ ଏସଏନସିୟୁରେ ପ୍ରାୟ ୫୦ରୁ ଅଧିକ ଶିଶୁ ଥିଲେ । ଆହତ ଶିଶୁମାନଙ୍କୁ ଉଦ୍ଧାର କରାଯାଇ ସୁପର ସ୍ପେଶାଲିଟି ୱାର୍ଡରେ ଭର୍ତ୍ତି କରାଯାଇଥିଲା । ୧୬ ଶିଶୁଙ୍କର ଅବସ୍ଥା ଗୁରୁତର ରହିଛି ।

ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ୱାର୍ଡଟି ସମ୍ପୂର୍ଣ୍ଣ ଧୂଆଁମୟ ହୋଇଥିଲା । ହସ୍ପିଟାଲରେ ଭୟ ଓ ଆତଙ୍କ ସୃଷ୍ଟି ହୋଇଥିଲା । ଶିଶୁଙ୍କ ପରିବାର ଜୀବନ ବିକଳରେ ଏଣେ ତେଣେ ଦୌଡିବାକୁ ଲାଗିଥିଲେ । ନିଜ ପିଲାକୁ ହରାଇବା ପରେ କାନ୍ଦ ବୋବାଳିରେ ଫାଟି ପଡିଥିଲା ହସ୍ପିଟାଲ ପରିସର । କେହି କିଛି ବୁଝି ପାରି ନଥିଲେ । ପିଲାକୁ ହରାଇ ପାଗେଳି ପରି ହେଉଥିଲା ମାଆ ।

ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ କହିଛନ୍ତି, ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ହୋଇଛି । ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଉଛି । ୧୦ ନବଜାତକ ଶିଶୁଙ୍କର ମୃତ୍ୟୁ ହୋଇଛି । ୭ ଜଣଙ୍କର ପରିଚୟ ମିଳିଛି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସ୍ବାସ୍ଥ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟ ସଚିବଙ୍କୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସେମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଆହତ ଶିଶୁମାନଙ୍କୁ ସବୁପ୍ରକାର ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପରିବାରକୁ କ୍ଷତିପୂରଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯେଗୀ ଆଦିତ୍ୟନାଥ । ମୃତ ଶିଶୁଙ୍କ ବାପାମାଆଙ୍କୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଆହତ ଶିଶୁଙ୍କ ପରିବାରକୁ ୫୦ ହଜାର କ୍ଷତି ପୂରଣ ଘୋଷଣା ହୋଇଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.