ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ହକି ପ୍ରେମୀଙ୍କ ପାଇଁ ଖୁସି ଖବର, ହକି ଇଣ୍ଡିଆ ଲିଗ୍ ପାଇଁ ଆସିଲା ସୂଚୀ

Published By : Harapriya Biswal | November 5, 2024 6:38 PM

ନୂଆଦିଲ୍ଲୀ,୦୫/୧୧: ଖୁବ ଶୀଘ୍ର ଓଡିଶାରେ ଆରମ୍ଭ ହେବାକୁ ଯାଉଛି ହକି ଇଣ୍ଡିଆ ଲିଗ୍ । ଏ ନେଇ ଆଜି ଏଚଆଇଏଲ ତାର ଅଫିସିଆଲ ୱେବସାଇଟ୍ ଓ ମ୍ୟାଚ ସୂଚୀ ଜାରି କରିଛି । ୨୦୨୪-୨୦୨୫ ସିଜନକୁ ନେଇ ହକି ପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ଡିସେମ୍ବର ୨୮ ତାରିଖରୁ ଓଡିଶା ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍ ।

ପ୍ରଥମ ମ୍ୟାଚ ଦିଲ୍ଲୀ ଏସଜି ପିପର ଓ ଗୋନାସିକା ମଧ୍ୟରେ ଖେଳାଯିବ । ନୂଆ କରି ଲଞ୍ଚ ହୋଇଥିହବା ହିଲ ୱେବସାଇଟ ହେଉଛି ହକିଇଣ୍ଡିଆଲିଗ.କମ (hockeyindialeague.com) । ଏହା ସାଇଟରୁ ହକି ପ୍ରେମୀ ମ୍ୟାଚ ବିଷୟରେ ସମସ୍ତ ତଥ୍ୟ ଜାଣିପାରିବେ । ଡିସେମ୍ବର ୨୮ରୁ ଜାନୁୟାରୀ ୧୮ ତାରିଖ ଯାଏ ପ୍ରଥମ ପର୍ଯ୍ୟାୟରେ ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ଏଠାରେ ସମସ୍ତ ୮ଟି ଦଳ ପରସ୍ପରକୁ ଭେଟିବେ । ଜାନୁୟାରୀ ୧୮ ତାରିଖରୁ ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବ । ଏଠାରେ ଦଳକୁ ୨ଟି ପୁଲରେ ଭାଗ କରାଯିବ । ପ୍ରତି ଦଳ ବିପରୀତ ପୁଲରେ ଦଳକୁ ଭେଟିବ । ଜାନୁଆରୀ ୩୧ରେ ସେମିଫାଇନାଲ ଖେଳାଯିବ । ଏଥିରେ ୪ଟି ଟପ୍ ଟିମ ଖେଳିବେ । ୨୦୨୫ ଫେବୃଆରୀ ୧ରେ ଫାଇନାଲ ମ୍ୟାଚ ଖେଳାଯିବ ।

ଏହା ସହିତ ରାଞ୍ଚିରେ ମହିଳା ହକି ଇଣ୍ଡିଆ ଲିଗ୍ ୧୨ ଜାନୁଆରୀ ୨୦୨୫ରେ ଆରମ୍ଭ ହେବ । ୨୬ ଜାନୁଆରୀରେ ଫାଇନାଲ ଖେଳାଯିବ । ଦୀର୍ଘ ଦିନ ଅପେକ୍ଷା ପରେ  ହକି ଇଣ୍ଡିଆ ଲିଗ୍ ହେବାକୁ ଯାଉଛୁ । ଏହାକୁ ନେଇ ଖୁସି ବ୍ୟକ୍ତି କରିଛନ୍ତି ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ  ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.