ମୁନିଗୁଡା, ୨୫।୪ : ବଡଭାଇକୁ ଟାଙ୍ଗିଆରେ ହାଣି ହତ୍ୟା ଘଟଣାରେ ସାନ ଭାଇ ଗିରଫ। ମୁନିଗୁଡା ଥାନା ଅନ୍ତର୍ଗତ ନିୟମଗିରି ପାର୍ବତ୍ୟାଞ୍ଚଳର ଡ଼ଙ୍ଗରିଆ ଗାଁ ଗୋରଠା ଗ୍ରାମରେ ଘଟିଥିଲା ଘଟଣା। ଗିରଫ ଅଭିଯୁକ୍ତ ଜଣକ ହେଲେ ଆଦୁ ଜାକେସିକା।
ମୁନିଗୁଡା ଥାନା ଅନ୍ତର୍ଗତ ନିୟମଗିରି ପାର୍ବତ୍ୟାଞ୍ଚଳର ଡ଼ଙ୍ଗରିଆ ଗାଁ ଗୋରଠା ଗ୍ରାମରେ ଗତ ୨୧ତାରିଖ ରାତିରେ ବଡ ଭାଇ ଗୁଲଟା ଜାକେସିକା ଓ ଆଦୁ ଜାକେସିକାଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସାନଭାଇ ଆଦୁ ବଡ଼ଭାଇ ଗୁଲଟାକୁ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ବଡ଼ଭାଇଙ୍କ ମୃତ୍ୟୁ ହୋଇଥିଲା। ହତ୍ୟାକାଣ୍ଡ ଘଟାଇ ସାନଭାଇ ସେହିଦିନଠାରୁ ଫେରାର ହୋଇଯାଇଥିଲା। ପୁଲିସ ତଦନ୍ତ କରି ସାନଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।