ରାୟଗଡା,୯।୫ : ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କୃଷ୍ଣନଗର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଦ୍ରୁତଗତିରେ ଆସୁଥିବା ଏକ କାର୍ ବାଇକ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଦମ୍ପତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଦେବ ଭତ୍ରା ଓ ଶକୁନ୍ତଳା ଭତ୍ରା। ଘଟଣା ପରେ ଉତ୍ତେଜନା ଦେଖା ଦେଇଛି। ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଛନ୍ତି।
ଦୁର୍ଘଟଣା ପରେ କାରଟି ଦ୍ରୁତ ଗତିରେ ଫେରାର ହୋଇଯାଇଥିଲା। ବାଟରେ କାର୍ର ଚକା ପଙ୍କଚର ହେବାରୁ ଗାଡ଼ିଟି କିଛି ଦୂରରେ ଅଟକି ଯାଇଥିଲା। ତେବେ କାର୍ରେ ଥିବା ଡ୍ରାଇଭର ସହ ଅନ୍ୟ ଜଣେ ଫେରାର ହୋଇଯାଇଥିଲେ। ଦୁର୍ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲା। ସେଠାରେ ଡାକ୍ତର ଦମ୍ପତିଙ୍କୁ ମୃତ ଘୋଷଣା କରିଥିଲେ।
ଆହୁରି ପଢନ୍ତୁ : ବାଲିଅନ୍ତାରେ ଯୁବକଙ୍କୁ ପିଟି ପିଟି ହତ୍ୟା ଘଟଣା : ଗିରଫ ସଂଖ୍ୟା ୧୧କୁ ବୃଦ୍ଧି