ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ହୋଟେଲ ମାଲିକଙ୍କୁ ଦୁର୍ବୃତ୍ତଙ୍କ ଗୁଳିମାଡ଼: ପୋଲିସ ଏନକାଉଣ୍ଟରରେ ୨ ଅଭିଯୁକ୍ତ ଗୁରୁତର

Published By : Harapriya Sethi | April 25, 2025 7:22 AM

ରାଉରକେଲା, ୨୫/୦୪: ରାଉରକେଲାରେ ଗୁଳି ମାଡ । ଗୁରୁବାର ରାତି ୧୦ ଟା ୧୦ ରେ ଲୁଟ୍‌ କରିବାକୁ ଆସି ହୋଟେଲ ମାଲିକଙ୍କୁ ଗୁଳି ମାଡ଼ କଲେ ୮ ଦୁର୍ବୃତ୍ତ । ହୋଟେଲ ମାଲିକ ଗଙ୍ଗେ ଓରାମଙ୍କ ଡ଼ାହାଣ ଗୋଡ଼ ଆଣ୍ଠୁ ତଳକୁ ବାଜିଛି ଗୁଳି । ଘଟଣା ଘଟିବାର ୪ ଘଣ୍ଟା ମଧ୍ୟରେ ଡବଲ ଏନକାଉଣ୍ଟର୍‌ କରିଛି ପୋଲିସ । ଦୁଇ ଜଣ ଦୁର୍ବୃତ୍ତ ହେଲେ ବାନେଶ୍ୱର୍ ସିଂ, ଶିବ ନାଥ ସିଂ । ଉଭୟଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ଜଣକୁ ପୋଲିସ ଅଟକ ରଖିଛି । ହେଲେ ଆଉ ୫ ଜଣ ଫେରାର ହୋଇ ଯାଇଛନ୍ତି । 

ସୂଚନା ମୁତାବକ, ରାଉରକେଲା ବିଶ୍ରା ଥାନା ସାରୁ ବାହାଲ ଗାଁରେ ହୋଟେଲ ମାଲିକ ଗଙ୍ଗେ ଓରାମ୍ ହୋଟେଲରେ ଗ୍ରାହକଙ୍କ ସହ ଥିବା ବେଳେ ହଠାତ ଆଠ ଜଣ ଦୁର୍ବୃତ୍ତ ମୁଣ୍ଡରେ ହଳଦିଆ ରଙ୍ଗର ଗାମୁଛା ଘୋଢ଼ାଇ ହୋଟେଲ ଭିତରକୁ ପଶି ଆସିଥିଲେ । ହୋଟେଲ ଭିତରକୁ ଆସି କ୍ୟାସ କାଉଣ୍ଟରକୁ ଯାଇଥିଲେ । ହୋଟେଲ ମାଲିକ ଗଙ୍ଗେ ଓରୀମଙ୍କୁ ଟଙ୍କା ମାଗିଥିଲେ । ହୋଟେଲ ମାଲିକ ଟଙ୍କା ନାହିଁ ବୋଲି କହିଥିଲେ । ତଥାପି ଦୁର୍ବୃତ୍ତମାନେ ଡ଼୍ର ଖୋଲି ଟଙ୍କା ଲୁଟିନେଇଥିଲେ । ହୋଟେଲ ମାଲିକ ଏବ ତାଙ୍କ ସ୍ତ୍ରୀଙ୍କ ମୋବାଇଲ ସହ ଜଣେ ଗ୍ରାହକଙ୍କ ମୋବାଇଲ ଛଢ଼ାଇ ନେଇ ଧମକ ଚମକ ଦେଇ ଗୁଳି ମାଡ଼କରି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ ଦୁର୍ବୃତ୍ତ । ଏହି ଗୁଳିମାଡ଼ରେ ହୋଟେଲ ମାଲିକଙ୍କ ଗୋଡ଼ରେ ଗୁଳି ବାଜିଥିଲା । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା ବିଶ୍ରା ପୋଲିସ । ଘଟଣା ସ୍ଥଳରେ ପହଞ୍ଚି ତୁରନ୍ତ ହୋଟେଲ ମାଲିକଙ୍କୁ ବିଶ୍ରା ଡ଼ାକ୍ତ୍ରରଖାନାରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ପରେ ରାଉରକେଲା ସରକାରୀ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।

ଏଠାରେ ପ୍ରଶ୍ନ ଉଠୁଛି ଯେ, ଏହି ଦୁର୍ବୃତ୍ତ ମାନେ କିଏ ? ସମସ୍ତ ଦୁର୍ବୃତ୍ତ ହଳଦିଆ ରଙ୍ଗର ଗାମୁଛା ମୁହଁରେ ଘୋଢ଼ାଇ ହୋଇଥିଲେ  କାହିଁକି ?  ସ୍ଥାନୀୟ ଦୁର୍ବୃତ୍ତ ନା ସୀମାନ୍ତ ଝାଡ଼ଖଣ୍ଡର । ଯଦି ଝାଡ଼ଖଣ୍ଡର ଦୁର୍ବୃତ୍ତ ତ କାହିଁକି ମୁହଁରେ ଗାମୁଛା ଘୋଡ଼ାଇ ହୋଇଥିଲେ । ଯଦି ସ୍ଥାନୀୟ ଦୁର୍ବୃତ୍ତ ତେବେ କାଳେ କିଏ ଚିହ୍ନି ଦେବ ସେଥିପାଇଁ ମୁହଁରେ ଗାମୁଛା ଘୋଢ଼ାଇ କରିଛନ୍ତି କି ଗୁଳିମାଡ଼ । ଏ ସମସ୍ତ ଦିଗକୁ ନେଇ ପୋଲିସ ତଦନ୍ତ କରୁଥିବା ବେଳେ ହେଟେଲ ମାଲିକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ବେଳେ ଗୋଡ଼ରୁ ଗୁଳି କାଢିବା ପାଇଁ ଏକ ଘରୋଇ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି । 

ତେବେ ଏହି ଘଟଣା ଘଟିବାର ୪ ଘଣ୍ଟା ମଧ୍ୟରେ ପୋଲିସ କରିଛି ଡବଲ ଏନକାଉଣ୍ଟର୍‌ । ପୋଲିସ ଗୁଳିରେ ଘାଇଲା ହୋଇଛନ୍ତି ଦୁଇ ଦୃର୍ବୁତ୍ତ । ସେମାନେ ହେଲେ ବାନେଶ୍ୱର୍ ସିଂ ଏବଂ ଶିବ ନାଥ ସିଂ । ଏହି ଦୁଇ ଦୁର୍ବୃତ୍ତଙ୍କ ଗୋଡ଼ରେ ବାଜିଛି ଗୁଳି । ଆଉ ଜଣଙ୍କୁ ପୋଲିସ ଅଟକ ରଖିଥିବା ବେଳେ ପାଞ୍ଚ ଜଣ ଫେରାର ହୋଇଯାଇଛନ୍ତି । ଏନକାଉଣ୍ଟର ହୋଇଥିବା ଦୁଇ ଦୁର୍ବୃତ୍ତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.