ନୂଆଦିଲ୍ଲୀ,୨।୧୦: ଉତ୍ତର ପ୍ରଦେଶର ବରେଲିରେ ଚାଲିଥିବା ଏକ ବେଆଇନ ବାଣ ଫ୍ୟାକ୍ଟ୍ରିରେ ବଡ଼ ଧରଣର ବିସ୍ଫୋରଣ। ଏହାର ପ୍ରଭାବରେ ଆଖପାଖର ୫ ମହଲା ବିଲ୍ଡିଂ ଭୁଶୁଡି ଧରାଶାୟୀ ହୋଇଯଇଛି। ଜଣେ ଶିଶୁ ସହ ତିନି ଜଣଙ୍କର ମୃତ୍ୟୁ ହୋଇଛି। ସେଭଳି ୫ ଜଣ ଆହତ ହୋଇଛନ୍ତି। ଭଗ୍ନାଂଶ ତଳେ ଏବେ ବି ବହୁ ଫଶି ରହିଥିବାର ଆଶଙ୍କା କରାଯାଉଛି। ଦୁର୍ଘଟଣା ଖବର ପାଇଁ ପୋଲିସ ଓ ପ୍ରଶାସନର ଟିମ୍‌ ଘଟଣାସ୍ଥଳରେ ପହଁଞ୍ଚିଥିଲା ଓ ଉଦ୍ଧାର ଅଭିଯାନ ଆରମ୍ଭ କରାଯାଇଛି।

ଘଟଣା ସିରୋଲି ଥାନ୍ତା ଅନ୍ତର୍ଗତ ଗାଁ କଲ୍ୟାଣପୁରରେ ଘଟିଛି। ଗତ କିଛି ଦିନ ହେବ ରହମାନ ଶାହ ନାମକ ବ୍ୟକ୍ତିଙ୍କ ଘରେ ବେଆଇନ ଭାବରେ ବାଣ ଓ ବୋମା ତିଆରି କରିବା କାମ ଚାଲିଥିଲା। ବାଣ ଓ ବୋମ ତିଆରି କରିବା ପାଇଁ ଘରୁ ଲୋକମାନେ ଆସି ଏଠାରେ କାମ କରୁଥିଲେ। ବୁଧବାର ସନ୍ଧ୍ୟା ପ୍ରାୟ ୩ଟା ବେଳ ଆଖପାଖରେ ହଠାତ ଏକ ଜୋରଦାର ଧମାକା ହୋଇଥିଲା। ଯେଉଁ ବିଲ୍ଡିଂରେ ବିସ୍ଫୋରଣ ହୋଇଥିଲା ତାହା ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଚୁରମାର ହୋଇଯାଇଛି। ବିସ୍ଫୋରଣ ଶବ୍ଦରେ ପୁର ଗାଁ ଥରି ଯାଇଥିଲା। ଏପରିକି ଆଖପାଖରେ ଥିବା ଘର ଗୁଡିକ ଧରାଶାୟୀ ହୋଇଯାଇଥିଲା। 

ବେଆଇନ ବାଣ ପ୍ୟାକ୍ଟ୍ରିରେ ବିସ୍ଫୋରଣ ଖବର ମିଳିବା ମାତ୍ରେ ପୋଲିସ ପ୍ରଶାସନ ଭୟଭୀତ ହୋଇପଡିଥିଲା। ତୁରନ୍ତ ଏନ୍‌ଡିଏମ୍‌, ସିଓ ଅମ୍ବାଲା ପୋଲିସ ଓ ଦମକଳ ଟିମ୍‌ ସହ ଘଟଣାସ୍ଥଳ‌ରେ ପହଁଞ୍ଚିଥିଲା। ଦମକଳ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା।ଭଗ୍ନାଂଶ ତଳୁ ଜଣେ ଶିଶୁ ସହ ତିନି ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି।