ନୂଆଦିଲ୍ଲୀ,୧୧।୫: ଭାରତ ପକ୍ଷରୁ ପାକିସ୍ତାନକୁ କଡ଼ା ଚେତାବନୀ। ଯଦି ସେ ପୁଣି ଥରେ ଆଜି ଅସ୍ତ୍ରବିରତି ଭଙ୍ଗ କରେ, ତେବେ ତାକୁ କଡ଼ା ଜବାବ ଦିଆଯିବ। ଡିଜିଏମଓ ରାଜୀବ ଘାଇ ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଛନ୍ତି ଚେତାବନୀ। ‘ଅପରେସନ ସିନ୍ଦୂର’ କୁ ନେଇ ଏକ ପ୍ରେସ୍ ବିଫ୍ରିଙ୍ଗରେ ଡିଜିଏମଓ କହିଛନ୍ତି ଯେ, ଗତକାଲି ପାକିସ୍ତାନ ନିଜେ ଅସ୍ତ୍ରବିରତି ପ୍ରଥମେ ଆରମ୍ଭ କରିଥିଲା। ଅପରାହ୍ନ ୩.୩୫ ରେ ତାଙ୍କୁ ଫୋନ୍ କରି ଯୁଦ୍ଧବିରତି ବିଷୟରେ କଥା ହୋଇଥିଲି। ସନ୍ଧ୍ୟା ୫ଟାରେ ଅସ୍ତ୍ରବିରତି ନିଷ୍ପତ୍ତି ନିଆଯାଇଥିଲା। ତେବେ ଅସ୍ତ୍ରବିରତିର ମାତ୍ର କିଛି ଘଣ୍ଟା ମଧ୍ୟରେ ସେମାନଙ୍କର ଡ୍ରୋନଗୁଡ଼ିକ ଭାରତୀୟ ସୀମାରେ ପ୍ରବେଶ କରିବା ଆରମ୍ଭ କରିଥିଲା। ଡିଜିଏମଓ କହିଛନ୍ତି, ଯଦି ପାକିସ୍ତାନ ଆଜି ରାତିରେ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିବାକୁ ଚେଷ୍ଟା କରେ, ତେବେ ତାକୁ କଡ଼ା ଜବାବ ଦିଆଯିବ।
ଡିଜିଏମଓ କହିଛନ୍ତି, ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ପ୍ରତିଶୋଧ ନେବା ପାଇଁ ସେନା ମୁଖ୍ୟ ସାମରିକ ଅଧିକାରୀମାନଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି। ମେ ୧୦-୧୧ ରାତିରେ ପାକିସ୍ତାନ ଦ୍ୱାରା ଅସ୍ତ୍ରବିରତି ଉଲ୍ଲଂଘନ ପରେ ସେନା ମୁଖ୍ୟ ଆଜି ପଶ୍ଚିମ ସୀମାରେ ସାମରିକ କମାଣ୍ଡରମାନଙ୍କ ସହିତ ସୁରକ୍ଷା ପରିସ୍ଥିତି ସମୀକ୍ଷା କରିଛନ୍ତି। ଏହି ସମୟ ମଧ୍ୟରେ, ସେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେଇଛନ୍ତି।