ବାଂଶପାଳ, ୧୪।୫ :  କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ବେଘୁନାଡିହି ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବେଘୁନା ଡିହି ମୁଣ୍ଡା ସାହି ର ବଇଁଶୀ ମୁଣ୍ଡା (୫୫) ଙ୍କୁ  ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । ହତ୍ୟା ସନ୍ଦେହରେ ବଇଁଶୀଙ୍କ ସ୍ତ୍ରୀ କୁଡୁମି ମୁଣ୍ଡାଙ୍କୁ ପୋଲିସ ଥାନାକୁ ଆଣି ଅଟକ ରଖିଛି। ବୁଧବାର ଠାରୁ ମୃତଦେହ ଘରେ ପଡି ରହିବା ପରେ ଗୁରୁବାର ପୋଲିସ ଘଟଣା ସ୍ଥଳ ରେ ପହଂଚି ମୃତ ଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।

ସୂଚନା ଅନୁସାରେ ବେଘୁନାଡିହି ମୁଣ୍ଡା ସାହିର ବଇଁଶୀ ମୁଣ୍ଡା ବସ୍ତି ଠାରୁ କିଛି ଦୂରରେ ପେଚାନାଳି ପାହାଡ଼ କଡ଼ରେ ଏକ ଘର କରି ସ୍ତ୍ରୀ ସହିତ ରହୁଥିଲେ।  ତେବେ ବୁଧବାର ରାତିରେ ଘରେ ଖାଇ ସାରି ସ୍ତ୍ରୀ ସହିତ ଶୋଇଥିଲେ। ନିଶାଶକ୍ତ ଅବସ୍ଥାରେ ଶୋଇଥିବା ବେଳେ ତାଙ୍କୁ ଟାଙ୍ଗିଆରେ ଦେହ ଓ ମୁଣ୍ଡ କୁ ହାଣି ଅତି ବିଭତ୍ସ ଭାବେ ହତ୍ୟା କରିଥିବା ଜଣାପଡିଛି। ସକାଳେ ବଇଁଶୀଙ୍କ ପୁତୁରା କୁନୁ ମୁଣ୍ଡା ଘଟଣା ବିଷୟ ରେ ଥାନାରେ ଜଣାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।

ତେବେ ଘରେ ସ୍ତ୍ରୀ କୁଡୁମି ଓ ବଇଁଶୀ ଦୁହେଁ ରହୁଥିବାରୁ କୌଣସି କଥା କୁ ନେଇ ଗଣ୍ଡ ଗୋଳ ହେବା ପରେ ସ୍ତ୍ରୀ ଟାଙ୍ଗିଆ ରେ ହାଣି ହତ୍ୟା କରିଥିବା ସନ୍ଦେହ ରେ ପୋଲିସ ସ୍ତ୍ରୀ କୁଡୁମି ଙ୍କୁ ଥାନା କୁ ଆଣି ପଚରା ଉଚୁରା କରୁଛି। ନୟାକୋଟ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ସନ୍ଦେହ ରେ ସ୍ତ୍ରୀ କୁ ଅଟକ ରଖାଯାଇଛି ବୋଲି ଥାନା ଅଧିକାରୀ ଆଲୋକ ରଞ୍ଜନ ପରିଡା କହିଛନ୍ତି ।

ଆହୁରି ପଢନ୍ତୁ : ସୌମ୍ୟ ହତ୍ୟା ଘଟଣାରେ ନୂଆ ଖୁଲାସା, ଡାକ୍ତରଖାନା ଆସିବା ବେଳକୁ ନିଶ୍ଚଳ ହୋଇଯାଇଥିଲେ ସୌମ୍ୟ