ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଡୋନାଲ୍ଡ ଟ୍ରମ୍ପଙ୍କ ଟିମ୍‌ରେ ଭାରତୀୟ ବଂଶୋଦ୍ଭବଙ୍କୁ ସ୍ଥାନ , କୁଶ ଦେଶାଇଙ୍କୁ ହ୍ୱାଇଟ୍ ହାଉସ୍‌ରେ ବଡ଼ ପଦ

Published By : Prameya | January 25, 2025 8:31 PM

ନୂଆଦିଲ୍ଲୀ : ଡୋନାଲ୍ଡ ଟ୍ରମ୍ପ ଭାରତୀୟ ବଂଶୋଦ୍ଭବ ପୂର୍ବତନ ସାମ୍ୱାଦିକ କୁଶ ଦେଶାଇଙ୍କୁ ନିଜର ଡେପୁଟୀ ପ୍ରେସ୍ ସେକ୍ରେଟାରୀ ନିଯୁକ୍ତ କରିଛନ୍ତି। ଏହା ପୂର୍ବରୁ ଦେଶାଇ ରିପବ୍ଲିକାନ୍‌ ନ୍ୟାସନାଲ କନଭେସନ ଓ ରିପବ୍ଲିକାନ ପାର୍ଟି ଅଫ୍ ଆୟୋଭାର କମ୍ୟୁନିକେଶନ ଡାଇରେକ୍ଟର ଥିଲେ। ନିର୍ବାଚନ ସମୟରେ ତାଙ୍କୁ ପେନସିଲଭାନିଆରେ କମ୍ୟୁନିକେଶନ ଡାଇରେକ୍ଟରର ଦାୟିତ୍ୱ ଦିଆଯାଇ ଥିଲା। ଏହି ପ୍ରାନ୍ତରେ ସେ ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ବାଚନ ପ୍ରଚାରରେ ଖୁବ୍‌ ସାହାଯ୍ୟ କରିଛନ୍ତି। ସେଥିପାଇଁ ତାଙ୍କୁ ଏହାର ପୁରସ୍କାର ଦିଆ ଯାଇଛି। ଡୋନାଲ୍ଡ ଟ୍ରମ୍ପ ଏହି ପ୍ରାନ୍ତରେ ସମସ୍ତ ୭ଟି କ୍ଷେତ୍ରରେ ବିଜୟ ହାସଲ କରି ଥିଲେ।

ଡୋନାଲ୍ଡ ଟ୍ରମ୍ପ ଆହୁରି ଅନେକ ଭାରତୀୟ ବଂଶୋଦ୍ଭବଙ୍କୁ ମଧ୍ୟ ନିଜ ଟିମ୍‌ରେ ପ୍ରମୁଖ ଦାୟିତ୍ୱ ସବୁ ଦେଇଛନ୍ତି। ଟ୍ରମ୍ପ ଭାରତୀୟ ଆମେରିକୀୟ ରିକି ଗିଲଙ୍କୁ ରାଷ୍ଟ୍ରୀୟ ସୁରକ୍ଷା ପରିଷଦରେ ବରିଷ୍ଠ ନିର୍ଦ୍ଦେଶକ କରିଛନ୍ତି। ତାଙ୍କୁ ଦକ୍ଷିଣ ଓ ମଧ୍ୟ ଏସିଆ ସହ ଜଡ଼ିତ ଦାୟିତ୍ୱ ଦିଆ ଯାଇଛି। ଏହା ବ୍ୟତୀତ ସୌରଭ ଶର୍ମା କାର୍ମିକ କାର୍ଯ୍ୟାଳୟର ଦାୟିତ୍ୱ ସମ୍ଭାଳିବେ।

ରିକି ଗିଲ୍‌ ଅନ୍ତରାଷ୍ଟ୍ରୀୟ ସମ୍ୱନ୍ଧ ଗୁଡ଼ିକର ଏକ୍ସପର୍ଟ। ସେ ୟୁରୋପୀୟ ଶକ୍ତି ସୁରକ୍ଷାର ନିର୍ଦ୍ଦେଶକ ଭାବେ ମଧ୍ୟ କାମ କରି ସାରିଛନ୍ତି। ଏହା ବ୍ୟତୀତ ସେ ବିଦେଶ ମନ୍ତ୍ରଣାଳୟର ବ୍ୟୁରୋ ଅଫ୍‌ ଓଭରସିଜ୍‌ ବିଲ୍ଡିଂ ଅପରେସନ୍ସରେ ମଧ୍ୟ ସିନିୟର କାଉନ୍ସଲର ରହି ସାରିଛନ୍ତି। ସୌରଭ ଶର୍ମା ବେଙ୍ଗାଲୁରୁରେ ରହୁଛନ୍ତି, ଯିଏ ଆମେରିକାନ ସୋମେଣ୍ଟର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରି ସାରିଛନ୍ତି। ସେ ବାୟୋକେମିଷ୍ଟ୍ରୀରେ ଗ୍ରାଜୁଏଟ୍‌। ତାଙ୍କ ବ୍ୟତୀତ କାଶ ପଟେଲଙ୍କୁ ଆମେରିକାରେ ଏଫବିଆଇ ଚିଫ୍‌ କରାଯାଇଛି।

ବିବେକ ରାମାସ୍ୱାମୀଙ୍କୁ ଡୋନାଲ୍ଡ ଟ୍ରମ୍ପ ଡିପାର୍ଟମେଣ୍ଟ ଅଫ୍‌ ଗଭର୍ଣ୍ଣମେଣ୍ଟ ଏଫିସିଏନ୍ସିର ପରାମର୍ଶଦାତା ନିଯୁକ୍ତ କରିଛନ୍ତି। ଜୟ ଭଟ୍ଟାଚାର୍ଯ୍ୟଙ୍କୁ ନ୍ୟାସନାଲ ଇନଷ୍ଟିଟ୍ୟୁଟ୍‌ ଅଫ୍‌ ହେଲଥର ନିର୍ଦ୍ଦେଶକ କରାଯାଇଛି। ତୁଳସୀ ଗବାର୍ଡ ନ୍ୟାସନାଲ ଇଣ୍ଟେଲିଜେନ୍ସର ଦାୟିତ୍ୱ ସମ୍ଭାଳିବେ। ନିକଟରେ ସେ ରିପବ୍ଲିକାନ ପାର୍ଟିରେ ସାମିଲ ହୋଇ ଥିଲେ। 

କହି ରଖୁଛୁ କି, ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ଲଗାତାର ବଡ଼ ନିଷ୍ପତ୍ତି ନେଉଛନ୍ତି। ସେ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.