ନୂଆଦିଲ୍ଲୀ,୨୭/୦୧ : ଇତିହାସ ରଚିଲେ ଜାନିକ ସିନ୍ନର । ଅଷ୍ଟ୍ରେଲିଆ ଓପନ ଫାଇନାଲ ଏକକ ବର୍ଗରେ ବାଜି ମାରି ନେଇଛନ୍ତି ଜାନିକ ସିନ୍ନର । ଦ୍ବିତୀୟ ସିଡ୍ ଆଲେକଜାଣ୍ଡାର ଜେଭେରେଭଙ୍କୁ ୬-୩,୭-୬(୭-୪), ୬-୩ ସେଟରେ ପରାସ୍ତ କରି ଅଷ୍ଟ୍ରେଲିଆ ଓପନ ଟାଇଟଲ ହାତେଇଛନ୍ତି । ୨୩ ବର୍ଷୀୟ ସିନ୍ନର ତିନୋଟି ଗ୍ଲାଣ୍ଡ ସ୍ଲାମ ଜିତି ଇତିହାସ ରଚିଛନ୍ତି । ୨ ଘଣ୍ଟା ୪୨ ମିମିଟ ଧରି ଚାଲିଥିବା ଫାଇନାଲରେ ଜର୍ମାନୀର ଜେଭେରେଭଙ୍କୁ ହରାଇ ଅଷ୍ଟ୍ରେଲିଆ ଓପନ ବାଜି ମାରି ନେଇଛନ୍ତି ଜାନିକ ସିନ୍ନର ।
ଜାନିକ ତାଙ୍କ କ୍ୟାରିୟରରେ ପ୍ରଥମ ୟୁଏସ ଓପନ ଗ୍ରାଣ୍ଡସ୍ଲାମ ଜିତିବା ସହ ଏ ପର୍ଯ୍ୟନ୍ତ ୩ଟି ଗ୍ରାଣ୍ଡସ୍ଲାମ ଟାଇଟଲ ହାତେଇଛନ୍ତି । ଜେଭେରେଭଙ୍କ ବିରୋଧରେ ପରାଜୟ ବ୍ୟବଧାନକୁ ୩-୪କୁ ହ୍ରାସ କରିଛନ୍ତି । ସିନ୍ନରଙ୍କର ଏହା ଗତ ୧୩ ମାସରେ ତୃତୀୟ ଗ୍ରାଣ୍ଡସ୍ଲାମ ଟାଇଟଲ୍ । ଗତ ବର୍ଷ ଅଷ୍ଟ୍ରେଲିଆ ଓପନର ବିଜେତା ରହିଥିଲେ ସିନ୍ନର । ଅନ୍ୟପକ୍ଷେ ବିଶ୍ବର ଦ୍ବିତୀୟ ନମ୍ବର ଟେନିସ ଖେଳାଳିଙ୍କର ପୁଣି ଥରେ ଗ୍ରାଣ୍ଡସ୍ଲାମ ଜିତିବା ସ୍ବପ୍ନ ଧୂଳିସାତ ହୋଇଛି । ସିନ୍ନର ତୃତୀୟ ଗ୍ରାଣ୍ଡସ୍ଲମ ଜିତିଥିବା ଇଟାଲୀର ପ୍ରଥମ ଖେଳାଳି ହୋଇଛନ୍ତି ।
ସିନ୍ନର ଏହି ସଫଳତାକୁ ନେଇ କହିଛନ୍ତି, ଏହା ବହୁତ ସାନାଦାର ଥିଲା । ଏପରି ସଫଳତା ହାସଲ କରିବା ବହୁତ ଭଲ । ସେହିପରି ଅଷ୍ଟ୍ରେଲିଆ ଓପନ ବିଜୟୀ ହେବା ପରେ ସିନ୍ନରଙ୍କୁ ଜେଭେରେଭ କହିଛନ୍ତି, ଏବେ ତୁମେ ବଡ ବ୍ୟବଧାନର ଦୁନିଆର ସର୍ବଶ୍ରେଷ୍ଠ ଖେଳାଳି । ମୁଁ ତୁମକୁ କଡ୍ଡା ଟକ୍କର ଦେବି ବୋଲି ଭାବିଥିଲି ମାତ୍ର ତୁମେ ଚମତ୍କାର ଖେଳ ପ୍ରଦର୍ଶନ କରିଛ । ସିନ୍ନରଙ୍କର ଏହା ଲଗାତାର ୨୧ତମ ବିଜୟ । ଗତ ୫ ଗ୍ରାଣ୍ଡସ୍ଲମରେ ତୃତୀୟ ଥର ଚମ୍ପିଆନ ହୋଇଛନ୍ତି ସିନ୍ନର ।