ପ୍ରମୂଖ ଖବର
  • ମୟୂରଭଞ୍ଜ : ସୋନ ଡ୍ୟାମ୍‌ରୁ ମହିଳାଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ପୁରୀରେ କାଳବୈଶାଖୀ ପ୍ରଭାବ: ଭୁଶୁଡ଼ି ପଡ଼ିଲା କମାରଶାଳ
  • ||
  • ପ୍ରକାଶ ପାଇଲା ICSE ଦଶମ ଏବଂ ISC ଦ୍ୱାଦଶ ପରୀକ୍ଷା ଫଳାଫଳ, ଜାଣନ୍ତୁ କେମିତି ଚେକ୍‌ କରିବେ ରେଜଲ୍ଟ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ପରକୀୟା ପ୍ରୀତି ନେଲା ଦୁଇ ଜୀବନ, କୀଟନାଶକ ପିଇ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

Published By : Prameya | March 25, 2025 11:03 PM

ରାୟଗଡ଼ା,୨୫ା୩(ଆପ୍ର): ପରକୀୟା ପ୍ରୀତି ଧରାପଡ଼ିବା ପରେ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି ଦୁଇ ପ୍ରେମୀ ଯୁଗଳ । ସେମାନେ ହେଲେ ରାୟଗଡ଼ା ସହର ରୟତ କଲୋନି ସପ୍ତମ ଲାଇନ୍‌ର କେ.ରମେଶ (୪୨) ଓ ଶ୍ରୀଦେବୀ (୨୪) । ପୁଲିସ୍‌ ଶବ ଜବତ କରି ତଦନ୍ତ କରୁଛି । ବୁଧବାର ବ୍ୟବଚ୍ଛେଦ ପରେ ପରିବାରକୁଶବ ହସ୍ତାନ୍ତର କରାଯିବ ବୋଲି ଥାନାଧିକାରୀ କେକେବିକେ କହଁର କହିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ରମେଶ ବିବାହିତ । ତାଙ୍କର ସ୍ତ୍ରୀ ଓ ଦୁଇସନ୍ତାନ ଅଛନ୍ତି । ଏହା ସତ୍ତେ୍ୱ ପଡ଼ୋଶୀ ଭାବେ ରହୁଥିବା ଶ୍ରୀଦେବୀଙ୍କ ସହତାଙ୍କ ପ୍ରେମସମ୍ପର୍କ ଗଢ଼ି ଉଠିଥିଲା । ଅନେକ ସମୟରେ ସେମାନେ ସ୍ଥାନୀୟଫାୟାର୍‌ ଷ୍ଟେସନ୍‌ ନିକଟରେ ନେଇଥିବା ଭଡ଼ାଘରେ ସମୟ ବିତାଉଥିଲେ ।ଏହି ପରକୀୟା ପ୍ରୀତି ସମ୍ପର୍କରେ ଜାଣି ଯାଇଥିଲେ ଉଭୟଙ୍କ ପରିବାର ଏବଂ ପଡ଼ୋଶୀ । ଉଭୟ କିଛିଦିନ ହେଲା କୁଆଡ଼େ ଚିନ୍ତାରେ ରହିଥିଲେ । ଲୋକଲଜ୍ଜାଭୟରେ ଦୁହେଁ ମଙ୍ଗଳବାର ଉକ୍ତ ଭଡ଼ାଘରେ କୀଟନାଶକ ପିଇ ଦେଇଥିଲେ ।ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ସନ୍ଦେହ ଜାତ ହୋଇଥିଲା । ଉଭୟଙ୍କପରିବାର ଲୋକେ ପହଞ୍ଚିଲା ବେଳକୁ ଭଡ଼ାଘରେ ଗୁରୁତର ଅବସ୍ଥାରେପଡ଼ ରହିଥିଲେ ରମେଶ ଓ ଶ୍ରୀଦେବୀ । ସଙ୍ଗେ ସଙ୍ଗେ ସେମାନଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ନେଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ଣରେ ଆଖିବୁଜିଦେଇଥିଲେ ରମେଶ । ସନ୍ଧ୍ୟାରେ ଆରପାରିକୁ ଚାଲିଯାଇଥିଲେ ଶ୍ରୀଦେବୀ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.