ମିରଟ : ମିରଟର ସୌରଭ ରାଜପୁତଙ୍କ ହତ୍ୟାକାଣ୍ଡରେ ଜେଲ୍‌ରେ ବନ୍ଦୀ ଥିବା ତାଙ୍କର ପତ୍ନୀ ଓ ତାର ପ୍ରେମିକ ମାଦକ ଦ୍ରବ୍ୟ ନମିଳିବା କାରଣରୁ ଖୁବ୍‌ ଚିନ୍ତାଗ୍ରସ୍ତରେ ପଡ଼ିଛି ଏବଂ ତାର ନିଦ ବି ଉଡ଼ି ଯାଇଛି। ସ୍ୱାମୀଙ୍କ ହତ୍ୟା କରିଥିବା ମୁସ୍କାନ ଏବେ ଜେଲ୍‌ କର୍ମଚାରୀଙ୍କ ଠାରୁ କାଗଜ ନେଇ ଜେଲ୍‌ ଅଧ୍ୟକ୍ଷଙ୍କୁ ଏକ ଚିଠି ଲେଖିଛି। ଯେଉଁଥିରେ ମୁସ୍କାନ ନିଜ ପାଇଁ ସରକାରୀ ଓକିଲ ମାଗିଛି। ଜେଲ୍‌ ଅଧିକାରୀମାନେ କହିଛନ୍ତି ଯେ, ଜେଲ୍‌ରେ ବନ୍ଦୀ ଥିବା ମୁସ୍କାନ ଅଫିସରଙ୍କୁ ଅନୁରୋଧ କରିଛି। 

ମୁସ୍କାନ ଚିଠିରେ ଲେଖିଛି,  ମୋର କୌଣସି ପରିବାର ନାହିଁ , ସମସ୍ତେ ମରି ସାରିଛନ୍ତି। ମୋତେ ସରକାରୀ ଓକିଲ ଦିଆଯାଉ। ଅଫିସରମାନେ କହିଛନ୍ତି ଯେ, ଜେଲ୍‌ରେ ନିୟମାବଳୀରେ ଏହି ପରି ବ୍ୟବସ୍ଥା ସମ୍ଭବ। ହେଲେ ସାହିଲ୍‌ ଏବେ ବି ଗୁମସୁମ୍‌ ରହିଛି , ସେ କାହା ସହ କଥା ହେଇ ନାହିଁ। ଡାକ୍ତର ତାକୁ ଲଗାତାର ଚିକିତ୍ସା କରୁଛନ୍ତି। 

ଜେଲ୍‌ ଭିତରେ ଅବସାଦରେ ଅଛନ୍ତି ମୁସ୍କାନ ଓ ସାହିଲ –

ଜେଲ୍‌ ସୂତ୍ରାନୁସାରେ, ଦୁହେଁ ଅତ୍ୟଧିକ ଅବସାଦରେ ଥିବା ଦେଖିବାକୁ ମିଳିଛି। ମୁସ୍କାନ ଓ ସାହିଲ ଠିକ୍‌ରେ ଶୋଇ ପାରୁ ନାହାନ୍ତି। ଉଭୟ ଖାଦ୍ୟପେୟରେ ମଧ୍ୟ ଅରାଜି ହେଉଛନ୍ତି। ତାଙ୍କର ଏହି ସ୍ଥିତିରେ ଅନେକ ପ୍ରକାରର କଥା କୁହାଯାଉଛି। ଜେଲ୍‌ ଅଧିକାରୀ ମୁସ୍କାନ ଓ ସାହିଲର ନିଶାସକ୍ତ ହେବା , ଏହାର କାରଣ କହିଛନ୍ତି।

ଅଧିକାରୀଙ୍କ କହିବାନୁସାରେ , ଜେଲକୁ ଆସିବା ପରେ ନିଶା ଦ୍ରବ୍ୟ ନମିଳିବାରୁ ତାଙ୍କ ସ୍ଥିତି ବିଗିଡ଼ିବାରେ ଲାଗିଛି। ଦୁହିଁଙ୍କୁ ଚିନ୍ତା ,ଅବସାଦ ଘାରିଛି। ଜିଲ୍ଲା ଜେଲ୍‌ର ବରିଷ୍ଠ ଅଧିକାରୀ ବିରେଶ ରାଜ ଶର୍ମାଙ୍କ କହିବାନୁସାରେ , ସାହିଲ ଓ ମୁସ୍କାନ ଉଭୟ ଦୀର୍ଘ ଦିନରୁ ନିଶାପାନ କରୁଛନ୍ତି, ଏଥିରେ ଏବେ ନିଶା ନମିଳିବା କାରଣରୁ ଅବସାଦର ସମସ୍ୟା ହେଉଛି ଏବଂ ରାତିରେ ନିଦ ମଧ୍ୟ ଆସୁ ନାହିଁ। ଶର୍ମା କହିଛନ୍ତି , ଜେଲ୍‌ ପ୍ରଶାସନ ମୁସ୍କାନକୁ ୧୨ ନମ୍ୱର ବାରେକ୍‌ ଓ ସାହିଲକୁ ୧୮ ନମ୍ୱର ବାରେକ୍‌ରେ ରଖିଛି। ଡାକ୍ତରଙ୍କର ଏକ ସ୍ୱତନ୍ତ୍ର ଟିମ୍‌ ତାଙ୍କର ସ୍ଥିତି ଉପରେ ଲଗାତାର ନଜର ରଖିଛନ୍ତି। ତାଙ୍କ ଔଷଧ ଦିଆଯାଉଛି ଏବଂ ଧିରେ ଧିରେ ତାଙ୍କ ଶରୀରରୁ ନିଶାର ପ୍ରଭାବ ହ୍ରାସ କରିବାକୁ ଚେଷ୍ଟା କରାଯାଉଛି। ସେ କହିଛନ୍ତି  ଯେ, ସାହିଲ ଓ ମୁସ୍କାନ ନିଶା କରନ୍ତି , ଯାହାର ଖୁଲାସା ପୁଲିସ ଯାଞ୍ଚରେ ମଧ୍ୟ ହୋଇ ସାରିଛି। 

ସୂତ୍ରାନୁସାରେ , ଜେଲ୍‌ରେ ବନ୍ଦୀ ହେବା ପରେ ଦୁଇ ଅଭିଯୁକ୍ତଙ୍କୁ କେହି ଭେଟିବାକୁ ଆସି ନାହାନ୍ତି। ୪ ମାର୍ଚ୍ଚରେ ମର୍ଚେଣ୍ଟ ନେଭିର ପୂର୍ବତନ ଅଧିକାରୀ ସୌରଭ ରାଜପୁତଙ୍କୁ କଥିତ ଭାବେ ମୁସ୍କାନ ଓ ସାହିଲ ନିଶା ଦ୍ରବ୍ୟ ଖୁଆଇବା ପରେ ଛୁରିରେ ଆକ୍ରମଣ କରି ତାଙ୍କର ହତ୍ୟା କରିଥିଲେ ଏହଂ ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ସିମେଣ୍ଟ ଭରା ଏକ ଡ୍ରମ୍‌ରେ ବନ୍ଦ କରି ଦେଇ ଥିଲେ। ଏହାପରେ ଦୁହେଁ ହିମାଚଳ ପ୍ରଦେଶରେ ଛୁଟି ପାଳିବାକୁ ଚାଲି ଯାଇଥିଲେ ଏବଂ ଏହି ସମୟରେ ରାଜପୁତଙ୍କ ପରିବାରକୁ ନିଜ ଫୋନ୍‌ରେ ମେସେଜ୍‌ ପଠାଇ ଭ୍ରମିତ କରିଥିଲେ। 

ଏହି ମାମଲାର ସୂଚନା ୧୮ ମାର୍ଚ୍ଚରେ ପୁଲିସକୁ ଦିଆଯାଇ ଥିଲା , ଏହାପରେ ମୁସ୍କାନ ଓ ସାହିଲଙ୍କୁ ଗିରଫ କରିନିଆ ଯାଇଛି। ମୁସ୍କାନ ଓ ରାଜପୁତ ୨୦୧୬ରେ ନିଜ ପରିବାରର ମର୍ଜି ବିରୋଧରେ ବିବାହ କରିଥିଲେ। ଉଭୟଙ୍କର ୬ ବର୍ଷର ଜଣେ ଝିଅ ମଧ୍ୟ ଅଛି। ପୁଲିସ କହିଛି କି ମୁସ୍କାନ ଓ ସାହିଲ ପରସ୍ପରକୁ ସ୍କୁଲ ବେଳରୁ ପରସ୍ପରକୁ ଜାଣି ଥିଲେ ଏବଂ ୨୦୧୯ରେ ଏକ ହ୍ୱାଟ୍ସଆପ୍‌ ଗ୍ରୁପ୍‌ ମାଧ୍ୟମରେ ପୁଣି ଥରେ ଯୋଡ଼ି ହୋଇ ଥିଲେ।