ବାଲେଶ୍ବର,୫।୬ : ବିକଶିତ ଗାଁ ବିକଶିତ ଓଡିଶା ଯୋଜନାରେ ବାଲେଶ୍ୱର ଜିଲ୍ଲାର ୧୦ ବ୍ଲକରେ ୪୨ କୋଟି ୩୪ଲକ୍ଷ ୯୦ହଜାର  ୧୬୬ ଟଙ୍କାର ବିଭିନ୍ନ ପ୍ରକଳ୍ପ କାମ ହେବ। ବାଲେଶ୍ୱର ଗସ୍ତ ବେଳେ ଏହି ସୂଚନା ଦେଇଛନ୍ତି ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତୀରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ। 

ରାଜ୍ୟରେ ପାନୀୟ ଜଳଠାରୁ ଆରମ୍ଭ କରି ବିଭିନ୍ନ ଉନ୍ନୟନମୂଳକ କାମ ଗ୍ରାମାଞ୍ଚଳରେ ଜାରି ରହିଛି। ଏହି ପ୍ରକ୍ରିୟା ଆଗାମୀ ଦିନରେ ଜାରି ରହିବ। ମୋହନ ସରକାର ସାଧାରଣ ଲୋକଙ୍କ ପାଇଁ ସମର୍ପିତ ବୋଲି ସେ କହିଥିଲେ। 

ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାଏକ ନିଜ ବିଭାଗର ବିଭିନ୍ନ ସ୍ଥିତି ନେଇ ସମୀକ୍ଷା ବୈଠକରେ ଯୋଗ ଦେଇ ଥିଲେ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ ଜିଲାପାଳ, ଏସ୍ପି, ବିଭିନ୍ନ ବ୍ଲକର ବିଡିଓ, ତହସିଲଦାର ଉପସ୍ଥିତ ଥିଲେ। ସକାଳେ ମନ୍ତ୍ରୀ ଶ୍ରୀ ନାଏକ ଚାନ୍ଦିପୁର ବେଳାଭୂମି ସଫେଇ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ।