ପ୍ରମୂଖ ଖବର
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

୧୧ଟି ବଲରେ ଦଳକୁ ଦେଲେ ବିଜୟ; PTOMରେ କରାଗଲା ସମ୍ମାନିତ, କହିଲେ ଏମିତି

Published By : Ankita S | April 15, 2025 12:53 PM

ନୂଆଦିଲ୍ଲୀ,୧୪/୦୪: ବିଜୟଧାରାକୁ ଫେରିଛି ଚେନ୍ନାଇସୁପରକିଙ୍ଗସ୍ । ଲଗାତାର ୫ଟି ମ୍ୟାଚ ହାରିବା ପରେ ଦ୍ୱିତୀୟ ବିଜୟ ହାସଲ କରିଛି ଚେନ୍ନାଇ । ଲକ୍ଷ୍ନୌ ବିପକ୍ଷ ମ୍ୟାଚକୁ ୫ ୱିକେଟରେ ଜିତିଛି ଦଳ । ଏହି ମ୍ୟାଚରେ ଅଧିନାୟକ ଏମଏସ୍ ଧୋନୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ୧୧ ବଲରେ ୨୬ ରନ୍‌ର ପାଳି ଖେଳି ଦଳକୁ ଜିତାଇଥିଲେ ଧୋନୀ । ଏ ନେଇ ତାଙ୍କୁ ପ୍ଲେୟାର ଅଫ୍ ଦି ଆୱାର୍ଡରେ ସମ୍ମାନିତ କରାଯାଇଥିଲା । ଏହି ପୁରସ୍କାର ପାଇପାରେ ଧୋନୀ ଆଇପିଏଲ ଇତିହାସରେ ସବୁଠୁ ବୟସ୍କ ।

ପ୍ଲେୟାର ଅଫ୍ ଦି ମ୍ୟାଚରେ ସମ୍ମାନିତ କରାଯିବାକୁ ନେଇ ଧୋନୀ ଖୁସି ନାହାନ୍ତି । ସେ କହିଛନ୍ତି, ମୋତେ ଏହି ପୁରସ୍କାର କାହିଁକି ଦିଆଗଲା । ମ୍ୟାଚ ଜିତିବା ଭଲ କଥା । ଏଥିରେ ଦଳର ଆତ୍ମବିଶ୍ୱାସ ବଢିଥାଏ । ଯେବେ ଏହିପରି ଟୁର୍ଣ୍ଣାମେଣ୍ଟ ଖେଳୁ ତେବେ ମ୍ୟାଚ ଜିତିବାକୁ ଚାହୁଁ । ପୂର୍ବ ମ୍ୟାଚ ଗୁଡିକ ଆମ ସପକ୍ଷରେ ନଥିଲା । ଏହାର ଏକାଧିକ କାରଣ ରହିଛି । ମୁଁ ଭାବୁଛି ଏହି ଆୱାର୍ଡ଼ ମୋତେ କାହିଁକି ଦିଆଗଲା ? ଏହା ନୁର ଅହମ୍ମଦଙ୍କୁ ଦିଆଯିବା କଥା । ସେ ୪ ଓଭର ବୋଲିଂ କରି ମାତ୍ର ୧୩ରନ ଦେଇଛନ୍ତି । ସେ ବହୁତ ଭଲ ପ୍ରଦର୍ଶନ କରିଥିଲେ ।''

IPLରେ POTM ଆୱାର୍ଡ ଜିତିବାରେ ସବୁଠୁ ବୟସ୍କ

୪୩ ବର୍ଷ ୨୮୧ ଦିନ-ଏମଏସ୍  ଧୋନୀ

୪୩ ବର୍ଷ ୬୦ ଦିନ- ପ୍ରବୀଣ ତାମ୍ବେ

୪୧ ବର୍ଷ ୨୨୩ ଦିନ- ସେନ୍ ୱାର୍ଣ୍ଣ

୪୧ ବର୍ଷ ୧୮୧ ଦିନ- ଏଡ଼ମ ଗିଲିଖ୍ରୀଷ୍ଟ

୪୧ ବର୍ଷ ୩୫ ଦିନ- କ୍ରିସ୍ ଗେଲ୍


ଟସ୍ ଜିତି ଫଲ୍ଡିଂ ନିଷ୍ପତ୍ତି ନେଇଥିଲା ଚେନ୍ନାଇ ସୁପରକିଙ୍ଗସ୍ । ବ୍ୟାଟିଂ ଅମନ୍ତ୍ରଣ ପାଇଥିଲା ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୬୬ରନ କରିଥିଲା । ୧୬୭ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିବା ଚେନ୍ନାଇ ୫ ୱିକେଟରେ ବିଜୟ ହାସଲ କରିଥିଲା । ମହେନ୍ଦ୍ର ସିଂହ ଧୋନୀ ୧୧ଟି ବଲରେ ୨୬ରନ ଉପଯୋଗୀ ପାଳି ଖେଳିଥିଲେ । ତାଙ୍କୁ ସାଥ ଦେଇଥିଲେ ଶିବମ ଦୁବେ । ସେ ୩୭ ବଲରେ ୪୩ରନରେ ଇନିଂସ ଖେଳିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.