ନୂଆଦିଲ୍ଲୀ,୧୪/୦୪: ବିଜୟଧାରାକୁ ଫେରିଛି ଚେନ୍ନାଇସୁପରକିଙ୍ଗସ୍ । ଲଗାତାର ୫ଟି ମ୍ୟାଚ ହାରିବା ପରେ ଦ୍ୱିତୀୟ ବିଜୟ ହାସଲ କରିଛି ଚେନ୍ନାଇ । ଲକ୍ଷ୍ନୌ ବିପକ୍ଷ ମ୍ୟାଚକୁ ୫ ୱିକେଟରେ ଜିତିଛି ଦଳ । ଏହି ମ୍ୟାଚରେ ଅଧିନାୟକ ଏମଏସ୍ ଧୋନୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ୧୧ ବଲରେ ୨୬ ରନ୍‌ର ପାଳି ଖେଳି ଦଳକୁ ଜିତାଇଥିଲେ ଧୋନୀ । ଏ ନେଇ ତାଙ୍କୁ ପ୍ଲେୟାର ଅଫ୍ ଦି ଆୱାର୍ଡରେ ସମ୍ମାନିତ କରାଯାଇଥିଲା । ଏହି ପୁରସ୍କାର ପାଇପାରେ ଧୋନୀ ଆଇପିଏଲ ଇତିହାସରେ ସବୁଠୁ ବୟସ୍କ ।

ପ୍ଲେୟାର ଅଫ୍ ଦି ମ୍ୟାଚରେ ସମ୍ମାନିତ କରାଯିବାକୁ ନେଇ ଧୋନୀ ଖୁସି ନାହାନ୍ତି । ସେ କହିଛନ୍ତି, ମୋତେ ଏହି ପୁରସ୍କାର କାହିଁକି ଦିଆଗଲା । ମ୍ୟାଚ ଜିତିବା ଭଲ କଥା । ଏଥିରେ ଦଳର ଆତ୍ମବିଶ୍ୱାସ ବଢିଥାଏ । ଯେବେ ଏହିପରି ଟୁର୍ଣ୍ଣାମେଣ୍ଟ ଖେଳୁ ତେବେ ମ୍ୟାଚ ଜିତିବାକୁ ଚାହୁଁ । ପୂର୍ବ ମ୍ୟାଚ ଗୁଡିକ ଆମ ସପକ୍ଷରେ ନଥିଲା । ଏହାର ଏକାଧିକ କାରଣ ରହିଛି । ମୁଁ ଭାବୁଛି ଏହି ଆୱାର୍ଡ଼ ମୋତେ କାହିଁକି ଦିଆଗଲା ? ଏହା ନୁର ଅହମ୍ମଦଙ୍କୁ ଦିଆଯିବା କଥା । ସେ ୪ ଓଭର ବୋଲିଂ କରି ମାତ୍ର ୧୩ରନ ଦେଇଛନ୍ତି । ସେ ବହୁତ ଭଲ ପ୍ରଦର୍ଶନ କରିଥିଲେ ।''

IPLରେ POTM ଆୱାର୍ଡ ଜିତିବାରେ ସବୁଠୁ ବୟସ୍କ

୪୩ ବର୍ଷ ୨୮୧ ଦିନ-ଏମଏସ୍  ଧୋନୀ

୪୩ ବର୍ଷ ୬୦ ଦିନ- ପ୍ରବୀଣ ତାମ୍ବେ

୪୧ ବର୍ଷ ୨୨୩ ଦିନ- ସେନ୍ ୱାର୍ଣ୍ଣ

୪୧ ବର୍ଷ ୧୮୧ ଦିନ- ଏଡ଼ମ ଗିଲିଖ୍ରୀଷ୍ଟ

୪୧ ବର୍ଷ ୩୫ ଦିନ- କ୍ରିସ୍ ଗେଲ୍


ଟସ୍ ଜିତି ଫଲ୍ଡିଂ ନିଷ୍ପତ୍ତି ନେଇଥିଲା ଚେନ୍ନାଇ ସୁପରକିଙ୍ଗସ୍ । ବ୍ୟାଟିଂ ଅମନ୍ତ୍ରଣ ପାଇଥିଲା ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୬୬ରନ କରିଥିଲା । ୧୬୭ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିବା ଚେନ୍ନାଇ ୫ ୱିକେଟରେ ବିଜୟ ହାସଲ କରିଥିଲା । ମହେନ୍ଦ୍ର ସିଂହ ଧୋନୀ ୧୧ଟି ବଲରେ ୨୬ରନ ଉପଯୋଗୀ ପାଳି ଖେଳିଥିଲେ । ତାଙ୍କୁ ସାଥ ଦେଇଥିଲେ ଶିବମ ଦୁବେ । ସେ ୩୭ ବଲରେ ୪୩ରନରେ ଇନିଂସ ଖେଳିଥିଲେ ।