ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଚୋରା ଶାଳ ଚୌକାଠ ବୋଝେଇ ପିକଅପ୍ ଗାଡ଼ି ଜବତ

Published By : Anindita Ratha | April 1, 2025 3:15 PM

ଠାକୁରମୁଣ୍ଡା,୦୧/୦୪:  ଚୋରା ଶାଳ ଚୌକାଠ ବୋଝେଇ ପିକଅପ୍ ଗାଡ଼ି ଜବତ । ରୁଗୁଡିଵେଡା ଲଷ୍ମୀ ନାରାୟଣ ମନ୍ଦିର ନିକଟରେ ଜବତ ହୋଇଛି ଚୌକାଠ ବୋଝେଇ ପିକଅପ୍ ଗାଡ଼ି। ତେବେ ଠାକୁରମୁଣ୍ଡା ବନାଞ୍ଚଳ ଅଧିକାରୀ ଉମାକାନ୍ତ ବେହେରା ବିଶେଷ ସୁତ୍ରରୁ ଖବର ପାଇ କୁରମୁଣ୍ଡା ବନାଞ୍ଚଳ ଅଧିକାରୀ ଉମାକାନ୍ତ ବେହେରା ଠାକୁରମୁଣ୍ଡା ବଜାର ନିକଟ ରୁଗୁଡିଵେଡା ଗ୍ରାମର ଲଷ୍ମୀ ନାରାୟଣ ମନ୍ଦିର ନିକଟରେ ସକାଳ ୯.୩୦ ସମୟରେ ଜଗି ରହିଥିଲେ। ସନ୍ଦିଗ୍ଧ ପିକଅପ ଗାଡ଼ି ପହଞ୍ଚିବା ପରେ ଗାଡ଼ିକୁ ଅଟକାଇ ତଦନ୍ତ କରିବାରୁ ୩୪ ପିସ୍ ଶାଳ ଚୌକାଠ ପାଇଥିଲେ। 

ଲୋକଙ୍କ ଭିଡ଼ର ସୁଯୋଗ ନେଇ ପିକଅପର ଡ୍ରାଇଭର ଚମ୍ପଟ ମାରିଥିଲା। ଘଟଣାସ୍ଥଳରୁ ବନବିଭାଗ ଓଡି 09 AB 4761 ନଂ ଗାଡ଼ିକୁ ଜଵତ କରି ଵନାଞ୍ଚଳ କାର୍ଯ୍ୟାଳୟକୁ ଆଣି ତଦନ୍ତ ଜାରି ରଖିଛନ୍ତି।ଏହି ଚଢ଼ଉ ସମୟରେ ଠାକୁରମୁଣ୍ଡା ଫରେଷ୍ଟର ବିଦ୍ୟାଧର ମହାନ୍ତ, ପ୍ରଦୀପ କିଶୋର ହାଇଵୁରୁ, ଚନ୍ଦ୍ରଭାନୁ ମହାନ୍ତ , ବନରକ୍ଷୀ ବିକାଶ ମହାନ୍ତ, ଗାୟତ୍ରୀ ମହାନ୍ତ, ଏଵଂ ଅନ୍ୟ କର୍ମଚାରୀ ସାମିଲ ଥିଲେ। ୩୪ ପିସ୍ ଶାଳ କାଠ  ୧୪.୭୪୫ ସିଫଟ ଏବଂ ଆନୁମାନିକ ମୁଲ୍ୟ ୩୫ ହଜାର ଟଙ୍କା ହେବ ବୋଲି ବନବିଭାଗ ସୁଚନା ଦେଇଛି। ଦିନ ବେଳେ ସର୍ବସାଧାରଣରେ କାଠ ଗାଡି ଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.