ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

କିନ୍ନରଙ୍କ ଆକ୍ରମଣରେ ପୋଲିସ ଆହତ

Published By : Anindita Ratha | May 25, 2025 2:52 PM

ବରଗଡ,୨୫/୦୫: କିନ୍ନରଙ୍କ ଆକ୍ରମଣରେ ପୋଲିସ ଆହତ। ଟଙ୍କା ମାଗିବାକୁ ମନା କରିବାରୁ ପୋଲିସକୁ ପାଲଟା ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତେବେ ବରଗଡ଼ରେ କିନ୍ନରଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଥିବା ବେଳେ ଜବରଦସ୍ତି ଅର୍ଥାଦାୟ, ଲୁଟପାଟ୍ ଏକ ସାଧାରଣ ଘଟଣାରେ ପରିଣତ ହୋଇଛି । ବିଭିନ୍ନ ପ୍ରକାର ନିଶା ଦ୍ରବ୍ୟ ବିକ୍ରିରେ ସାମିଲ ଥିବା କିନ୍ନରମାନେ ଗତ ଦୁଇବର୍ଷ ହେଲା ସହର ବାହାରେ ବିଭିନ୍ନ ଛକରେ ଛିଡା ହୋଇ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ ହେଉଛି। ହେଲେ ପୁଲିସ ପ୍ରଶାସନର ଢିଲାପଣ ଯୋଗୁଁ ଏହା ବଢ଼ିବାରେ ଲାଗିଛି ବୋଲି ଅଭିଯୋଗ ହୋଇଛି। 

ସୂଚନା ମୁତାବକ, ଦୁଇଜଣ କିନ୍ନର ଆଜି ଗାନ୍ଧୀ ଛକରେ ଟଙ୍କା ମାଗୁଥିବା ବେଳେ ଟ୍ରାଫିକ ଇନଚାର୍ଜ ଏସ ଆଇ ମଙ୍ଗଳ କିସକୁ ଷ୍ଟାଫଙ୍କ ସହ ପହଞ୍ଚି ସେମାନଙ୍କୁ ମନା କରିଥିଲେ । ମାତ୍ର କିନ୍ନରମାନେ ଓଲଟା ପୁଲିସଙ୍କୁ ଆକ୍ରମଣ କରିଥିଲେ । ଏସ ଆଇ କିସ୍କୁଙ୍କ ହାତରେ ଆଘାତ ଲାଗିଥିଲେ ବି ଉଭୟଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଏଥିସହ ପୋଲିସ ଫୋର୍ସ ପହଞ୍ଚି ଉଭୟ କିନ୍ନରଙ୍କୁ ଭିଡି ଥାନାକୁ ଆଣିଥିବା ଜଣାପଡିଛି । ଅପରପକ୍ଷେ ଏସ ଆଇ  କିସ୍କୁଙ୍କ ହାତର ଆଙ୍ଗୁଳି ଭାଙ୍ଗି ଥିବା ସହ ଆଘାତ ହୋଇଥିବା ବେଳେ  ଟାଉନ ଥାନା ପୁଲିସ ଯାଞ୍ଚ ଜାରି ରଖିଥିବା ସୂଚନା ମିଳିଛି ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.