କରଞ୍ଜିଆ,୧୨/୦୫: ବେଆଇନ ଭାବେ ଗୋ ଚାଲାଣ ହେଉଥିବା ଖବର ପାଇ ମାଡ଼ି ବସିଲା କରଞ୍ଜିଆ ପୋଲିସ । ଅତର୍କିତ ଚଢ଼ାଉ କରି କେନ୍ଦୁମୁଣ୍ଡି ନିକଟରୁ ଏକ ଟ୍ରକ୍ରୁ ୨୭ ଟି ଗୋରୁ ଉଦ୍ଧାର କଲା ପୋଲିସ । ପୋଲିସକୁ ଦେଖି ଘଟଣା ସ୍ଥଳରୁ ୩ ଅଭିଯୁକ୍ତ ଚଂପଟ ହୋଇଥିବା ବେଳେ ଟ୍ରକ ଚାଳକ ଯଶିପୁର ବ୍ଲକ ହାଣ୍ଡିପୁହାଣ ଗାଁର ଦେବେନ୍ଦ୍ର ମହାନ୍ତକୁ ପୋଲିସ ଅଟକ ରଖିଛି ।
ସୂଚନା ମୁତାବକ, କରଞ୍ଜିଆ ପୋଲିସ କରଞ୍ଜିଆ ଅଞ୍ଚଳରେ ବେଆଇନ ଗୋ ଚାଲାଣ ଉପରେ ରୋକ ଲଗାଇବାକୁ ପ୍ରୟାସ ଜାରି ରଖିଛି । ଏହି ପରିପ୍ରେକ୍ଷୀରେ ଏକ ବିଶ୍ୱସ୍ତ ସୂତ୍ରରୁ କରଞ୍ଜିଆ ବ୍ଲକ କେନ୍ଦୁମୁଣ୍ଡି ନିକଟରେ ସୋମବାର ଭୋର ସମୟରେ ବେଆଇନ ଭାବେ ଗୋ ଚାଲାଣ ହେଉଥିବା ଖବର ପାଇଥିଲା କରଞ୍ଜିଆ ପୋଲିସ। ଖବର ପାଇ ଦଳ ସବ୍ ଇନ୍ସପେକ୍ଟର୍ ବଳରାମ ମହାରଣାଙ୍କ ନେତୃତ୍ୱରେ ଭୋର ସମୟରେ ଅତର୍କିତ ଚଢ଼ାଉ କରି କେନ୍ଦୁମୁଣ୍ଡି ନିକଟରୁ ଏକ ଟ୍ରକ୍ରେ ୨୭ ଟି ଗୋରୁ ବୋଝେଇ ହେଉଥିବା ବେଳେ ଧରିଥିଲେ । ପୋଲିସକୁ ଦେଖି ଘଟଣା ସ୍ଥଳରୁ ୩ ଅଭିଯୁକ୍ତ ଚଂପଟ ମାରିଥିଲେ ହେଲେ ଟ୍ରକ୍ ଚାଳକ ଯଶିପୁର ବ୍ଲକ ହାଣ୍ଡିପୁହାଣ ଗାଁର ଦେବେନ୍ଦ୍ର ମହାନ୍ତକୁ ଅଟକ ରଖିଛି ପୋଲିସ । ଏହା ସହିତ ମୋଟ୍ ୨୭ ଟି ଗୋରୁଙ୍କୁ ପୋଲିସ ଉଦ୍ଧାର କରିଛି । ସମସ୍ତ ଗୋରୁ ଗୁଡ଼ିକର ପ୍ରାଥମିକ ଚିକିତ୍ସା ପରେ କରଞ୍ଜିଆ ସ୍ଥିତ ଗୋଶାଳାକୁ ହସ୍ତାନ୍ତର କରାଯାଇଛି ବୋଲି ଜଣାପଡିଛି।