ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ସୋମବାର ବିହାର ଗସ୍ତ କରିବେ ରାହୁଲ ଗାନ୍ଧୀ, ରାଜ୍ୟର ଯୁବକଙ୍କୁ କଲେ ଖାସ୍‌ ଅପିଲ୍‌

Published By : Tapas Panda | April 6, 2025 9:46 PM

ନୂଆଦିଲ୍ଲୀ: ନିର୍ବାଚନ ହେବାକୁ ଥିବା ବିହାର ଗସ୍ତ କରିବେ କଂଗ୍ରେସ ସାଂସଦଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଚଳିତ ବର୍ଷ ତୃତୀୟ ଥର ପାଇଁ ଏପ୍ରିଲ ୭ରେ ସେ ବିହାର ଗସ୍ତ କରିବେ। ସେ ପାଟନାରେ ସମ୍ବିଧାନ ସୁରକ୍ଷା ବିଷୟ ଉପରେ ଆୟୋଜିତ ଏକ ସେମିନାରରେ ଅଂଶଗ୍ରହଣ କରିବେ। ସେ ଦଳୀୟ ନେତା କହ୍ନେୟା କୁମାରଙ୍କ ଜନ୍ମସ୍ଥାନ ବେଗୁସରାଇ ମଧ୍ୟ ଗସ୍ତ କରିବେ। 

ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଲେଖିଛନ୍ତି ଯେ, ‘ବିହାରର ଯୁବ ବନ୍ଧୁମାନେ, ପ୍ରବାସ ବନ୍ଦ କରନ୍ତୁ, ଚାକିରି ଦିଅନ୍ତୁ ଶୋଭାଯାତ୍ରାରେ ଆପଣଙ୍କ ସହିତ କାନ୍ଧକୁ କାନ୍ଧ ମିଶାଇ ଚାଲିବା ପାଇଁ ମୁଁ ୭ ଏପ୍ରିଲରେ ବେଗୁସରାଇ ଆସୁଛି । ବିହାରର ଯୁବକମାନଙ୍କ ଭାବନା, ସେମାନଙ୍କ ସଂଘର୍ଷ, ସେମାନଙ୍କ ଯନ୍ତ୍ରଣାକୁ ସମଗ୍ର ବିଶ୍ୱକୁ ଦେଖାଇବା ଏହାର ଲକ୍ଷ୍ୟ । ତୁମେ ମଧ୍ୟ ଧଳା ଟି-ସାର୍ଟ ପିନ୍ଧି ଆସ। ତୁମର ଅଧିକାର ପାଇଁ ସରକାରଙ୍କ ଉପରେ ଚାପ ପକାଇବା ପାଇଁ, ଏହାକୁ ହଟାଇବା ପାଇଁ ପ୍ରଶ୍ନ ପଚାର, ସ୍ୱର ଉତ୍ତୋଳନ କର  । ଆସନ୍ତୁ ଏକାଠି ହୋଇ ବିହାରକୁ ସୁଯୋଗର ରାଜ୍ୟ କରିବା ।’ 




ବେଗୁସରାଇ ହେଉଛି କହ୍ନେୟା କୁମାରଙ୍କ ଗୃହ ଜିଲ୍ଲା । ସେ ଏବେ ରାଜ୍ୟବ୍ୟାପୀ ପଦଯାତ୍ରାରେ କରୁଛନ୍ତ । ମାର୍ଚ୍ଚ ୩୦ରେ କହ୍ନେୟା କୁମାରଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ଏବଂ ଦଳୀୟ କର୍ମୀଙ୍କ ମଧ୍ୟରେ ଝଗଡ଼ା ହେବା ପରେ ଉତ୍ତର-ପୂର୍ବ ବିହାରର ଅରରିଆ ଜିଲ୍ଲାରେ ତାଙ୍କର ପଦଯାତ୍ରାକୁ ବନ୍ଦ କରିବାକୁ ପଡିଥିଲା। ପରେ ଦଳର ଜିଲ୍ଲା ସଭାପତି ଜାକିର ଅନୱର ଗଣମାଧ୍ୟମକୁ କହିଥିଲେ ଯେ, କହ୍ନେୟା କୁମାର ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପାଇଁ ଦିଲ୍ଲୀ ଯାଇଥିଲେ। ୧୬ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ୧୪ ଏପ୍ରିଲରେ ବାବାସାହେବ ଆମ୍ବେଦକରଙ୍କ ଜନ୍ମ ବାର୍ଷିକୀରେ ଶେଷ ହେବ । 

ଚଳିତ ବର୍ଷ ନିର୍ବାଚନ ହେବାକୁ ଥିବା ବିହାରରେ ଏହା ରାହୁଲ ଗାନ୍ଧୀଙ୍କର ତୃତୀୟ ଗସ୍ତ ହେବ । ପୂର୍ବରୁ ଜାନୁଆରୀ ୧୮ ଏବଂ ଫେବୃଆରୀ ୫ ତାରିଖରେ ସମାନ ସେମିନାର ପାଇଁ ବିହାର ଯାଇଥିଲେ ରାହୁଲ । ନବନିଯୁକ୍ତ ବିହାର ପ୍ରଦେଶ କଂଗ୍ରେସ କମିଟି (BPCC) ସଭାପତି ରାଜେଶ କୁମାର ଘୋଷଣା କରିଛନ୍ତି ଯେ, ବିରୋଧୀ ଇଣ୍ଡି ମେଣ୍ଟ ରାଜ୍ୟରେ ଆଗାମୀ ବିଧାନସଭା ନିର୍ବାଚନରେ ମିଳିତ ଭାବରେ ଲଢ଼ିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.