ନୂଆଦିଲ୍ଲୀ,୨୦/୦୭: ୟୁକ୍ରେନ୍ ଉପରେ ବୋମା ବର୍ଷା ହୋଇଛି । ପୁଣି ବଡ଼ ହମଲା କରିଛି ଋଷ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ ସତ୍ତ୍ୱେ ଋଷକୁ କିଛି ଫରକ ପଡୁନାହିଁ । ଗତ ଶୁକ୍ରବାର ଏବଂ ଶନିବାର ଦୁଇଦିନ ମଧ୍ୟରେ ଋଷ ୟୁକ୍ରେନ ଉପରେ ଏକ ବଡ଼ ଡ୍ରୋନ୍ ଏବଂ ମିସାଇଲ ମାଡ଼ କରିଛି । ଯେଉଁଥିରେ ୩୦ଟି ମିସାଇଲ୍ ଓ ୩୦୦ଟି ଡ୍ରୋନ୍ ରହିଛି । କୃଷ୍ଣସାଗର ବନ୍ଦର ସହର ଓଡେସାରେ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ୬ ଜଣ ଆହତ ହୋଇଛନ୍ତି । ଏହି ଆକ୍ରମଣ ଫଳରେ ଅନେକ ସହର ପ୍ରଭାବିତ ହୋଇଛି । ଆବାସିକ କୋଠାରେ ନିଆଁ ଲାଗି କ୍ଷତିଗ୍ରସ୍ତ ହୋଇଛି । ଜଳୁଥିବା କୋଠାରୁ ୫ ଜଣଙ୍କୁ ଉଦ୍ଧାର କରାଯାଇଛି ।
ୟୁକ୍ରେନ୍ ରାଷ୍ଟ୍ରପତି ଜେଲେସ୍କି ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ୟୁକ୍ରେନୀୟ ସହର ଉପରେ ୩୦୦ରୁ ଅଧିକ ଡ୍ରୋନ୍ ଏବଂ ୩୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି । ଗତ ରାତିରେ, ବିଭିନ୍ନ ୟୁନିଟର ଆମର ଯୋଦ୍ଧାମାନେ ଋଷିଆ ଆକ୍ରମଣକୁ ପ୍ରତିହତ କରିଛନ୍ତି । ଲକ୍ଷ୍ୟ ନିପାତ ଏବେ ବି ଜାରି ରହିଛି । ଓଡେସାରେ ଆହତ ୬ଜଣଙ୍କ ମଧ୍ୟରେ ଜଣେ ଶିଶୁ ରହିଛନ୍ତି । ଉତ୍ତର-ପୂର୍ବ ସୁମି ଅଞ୍ଚଳର ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି ।
ୟୁକ୍ରେନର ଜବାବ- ଋଷ ଆକ୍ରମଣ ପରେ ୟୁକ୍ରେନ ସେନା କହିଛି ଯେ, ୨୦୮ଟି ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ରକୁ ସଫଳତାପୂର୍ବକ ଖସାଇ ଦିଆଯାଇଛି । ଋଷିଆର ଡ୍ରୋନ୍ ଆକ୍ରମଣ ତୀବ୍ର ହେବାରେ ଲାଗିଛି । ଜୁଲାଇ ୮ରେ ଏକ ବଡ଼ ଆକ୍ରମଣ ହୋଇଥିଲା । ୭୦୦ ରୁ ଅଧିକ ଡ୍ରୋନ୍ ଆକ୍ରମଣ ହୋଇଥିଲା ଯାହା ଏପର୍ଯ୍ୟନ୍ତ ସର୍ବାଧିକ ।
ଯୁଦ୍ଧ ବିଷୟରେ କ’ଣ କହିଲେ ଟ୍ରମ୍ପ ?
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଋଷ ଉପରେ ତାଙ୍କର ମତ କଠୋର କରିଛନ୍ତି । ଏକ ସାକ୍ଷାତକାରରେ, ଟ୍ରମ୍ପ କହିଥିଲେ ଯେ, ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ନିରାଶ କରିଛନ୍ତି । ପୁଟିନଙ୍କୁ ବିଶ୍ୱାସ କରନ୍ତି କି ନାହିଁ ପଚରାଯିବାରୁ, ଟ୍ରମ୍ପ ଉତ୍ତର ଦେଇଥିଲେ, "ମୁଁ ପ୍ରାୟ କାହାକୁ ବିଶ୍ୱାସ କରେ ନାହିଁ।" ୟୁକ୍ରେନକୁ ଅସ୍ତ୍ର ପଠାଇବାକୁ ଯୋଜନା କରିଛନ୍ତି ଟ୍ରମ୍ପ । ୫୦ ଦିନ ମଧ୍ୟରେ ଯୁଦ୍ଧବିରତି ଉପରେ ରାଜି ନ ହେଲେ ଋଷକୁ କଠୋର ଶୁଳ୍କ ଦେବାକୁ ଚେତାବନୀ ଦେଇଛନ୍ତି ଟ୍ରମ୍ପ ।3. ଲିଜେଣ୍ଡସ୍ ଲିଗ୍; ଭାରତ-ପାକିସ୍ତାନ ମ୍ୟାଚ ବାତିଲ୍, ଭାରତୀୟ ଖେଳାଳି ମ୍ୟାଚରୁ ଓହରିବା ପରେ ରଦ୍ଦ ଘୋଷଣା