ପୁରୀ,୦୩/୦୭: ବିଶ୍ୱବିଖ୍ୟାତ ବାଲୁକାଶିଳ୍ପୀ ତଥା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ସୁଦର୍ଶନ ପଟ୍ଟନାୟକଙ୍କ 'ଏକ୍ସ' ହ୍ୟାକ୍‌ ହୋଇଛି । ୫ ଦିନ ହେବ ପୂର୍ବର ଟ୍ୱିଟର ବା ଏକ୍ସ ହ୍ୟାକ୍ ହୋଇଛି । ଏ ନେଇ ସେ ରାଜ୍ୟ ପୁଲିସ ସାଇବର ସେଲ୍‌ରେ ଅଭିଯୋଗ କରିଛନ୍ତି ।

ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ 'ଏକ୍ସ' ହ୍ୟାକ୍ ନେଇ ସୁଦର୍ଶନ ପଟ୍ଟନାୟକ କହିଛନ୍ତି,''ମୁଁ ଓଡ଼ିଶା ପୁଲିସର ସାଇବର୍ ସେଲ୍‌ରେ ଏହି ବିଷୟରେ ଅଭିଯୋଗ ଦାଖଲ କରିଛି । ଏହା ସହିତ 'X'ସପୋର୍ଟ ଟିମ୍‌କୁ ମଧ୍ୟ ଜଣାଇଛି । ତଥାପି ଏପର୍ଯ୍ୟନ୍ତ ଆକାଉଣ୍ଟଟି ପୁନଃଉଦ୍ଧାର ହୋଇନାହିଁ । ଏହା ଦ୍ୱିତୀୟଥର ପାଇଁ ମୋର 'ଏକ୍ସ' ହ୍ୟାକ୍ ହୋଇଛି । ମୋ ପାଖରେ ସାରା ବିଶ୍ୱରୁ ଅନେକ ଅନୁସରଣକାରୀ ଅଛନ୍ତି, ଏବଂ ମୁଁ ଆକାଉଣ୍ଟର ଦୁର୍ବ୍ୟବହାର ନେଇ ଗଭୀର ଚିନ୍ତିତ। ''

ସେ ଆହୁରି କହିଛନ୍ତି,  'X'ସପୋର୍ଟ ଟିମ୍‌କୁ ତ୍ୱରିତ ଭାବରେ ଏହି ମାମଲା ତଦନ୍ତ କରି ତାଙ୍କର ଆକାଉଣ୍ଟ ପୁନଃରୁଦ୍ଧାର  କରିବାକୁ ବିନମ୍ର ଅନୁରୋଧ କରୁଛି । ସମସ୍ତ ଫଲୋୟର୍ସ ଓ ସାଧାରଣ ଜନତାଙ୍କୁ ଅପିଲ କରୁଛି ଦୟାକରି ବର୍ତ୍ତମାନ ଆକାଉଣ୍ଟକୁ ଆସୁଥିବା କୌଣସି ମେସେଜ ବା କାର୍ଯ୍ୟକଳାପକୁ ବିଶ୍ୱାସ କରନ୍ତୁ ନାହିଁ । ବର୍ତ୍ତମାନ ଏହା ହ୍ୟାକ୍‌ରଙ୍କ ନିୟନ୍ତ୍ରଣରେ ରହିଛି ।