ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ 'ଏକ୍ସ' ୫ ଦିନ ହେବ ହ୍ୟାକ୍, ସାଇବର ସେଲ୍‌ରେ ଅଭିଯୋଗ

Published By : Ankita S | July 3, 2025 9:02 AM

ପୁରୀ,୦୩/୦୭: ବିଶ୍ୱବିଖ୍ୟାତ ବାଲୁକାଶିଳ୍ପୀ ତଥା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ସୁଦର୍ଶନ ପଟ୍ଟନାୟକଙ୍କ 'ଏକ୍ସ' ହ୍ୟାକ୍‌ ହୋଇଛି । ୫ ଦିନ ହେବ ପୂର୍ବର ଟ୍ୱିଟର ବା ଏକ୍ସ ହ୍ୟାକ୍ ହୋଇଛି । ଏ ନେଇ ସେ ରାଜ୍ୟ ପୁଲିସ ସାଇବର ସେଲ୍‌ରେ ଅଭିଯୋଗ କରିଛନ୍ତି ।

ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ 'ଏକ୍ସ' ହ୍ୟାକ୍ ନେଇ ସୁଦର୍ଶନ ପଟ୍ଟନାୟକ କହିଛନ୍ତି,''ମୁଁ ଓଡ଼ିଶା ପୁଲିସର ସାଇବର୍ ସେଲ୍‌ରେ ଏହି ବିଷୟରେ ଅଭିଯୋଗ ଦାଖଲ କରିଛି । ଏହା ସହିତ 'X'ସପୋର୍ଟ ଟିମ୍‌କୁ ମଧ୍ୟ ଜଣାଇଛି । ତଥାପି ଏପର୍ଯ୍ୟନ୍ତ ଆକାଉଣ୍ଟଟି ପୁନଃଉଦ୍ଧାର ହୋଇନାହିଁ । ଏହା ଦ୍ୱିତୀୟଥର ପାଇଁ ମୋର 'ଏକ୍ସ' ହ୍ୟାକ୍ ହୋଇଛି । ମୋ ପାଖରେ ସାରା ବିଶ୍ୱରୁ ଅନେକ ଅନୁସରଣକାରୀ ଅଛନ୍ତି, ଏବଂ ମୁଁ ଆକାଉଣ୍ଟର ଦୁର୍ବ୍ୟବହାର ନେଇ ଗଭୀର ଚିନ୍ତିତ। ''

ସେ ଆହୁରି କହିଛନ୍ତି,  'X'ସପୋର୍ଟ ଟିମ୍‌କୁ ତ୍ୱରିତ ଭାବରେ ଏହି ମାମଲା ତଦନ୍ତ କରି ତାଙ୍କର ଆକାଉଣ୍ଟ ପୁନଃରୁଦ୍ଧାର  କରିବାକୁ ବିନମ୍ର ଅନୁରୋଧ କରୁଛି । ସମସ୍ତ ଫଲୋୟର୍ସ ଓ ସାଧାରଣ ଜନତାଙ୍କୁ ଅପିଲ କରୁଛି ଦୟାକରି ବର୍ତ୍ତମାନ ଆକାଉଣ୍ଟକୁ ଆସୁଥିବା କୌଣସି ମେସେଜ ବା କାର୍ଯ୍ୟକଳାପକୁ ବିଶ୍ୱାସ କରନ୍ତୁ ନାହିଁ । ବର୍ତ୍ତମାନ ଏହା ହ୍ୟାକ୍‌ରଙ୍କ ନିୟନ୍ତ୍ରଣରେ ରହିଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.