ଦଶମନ୍ତପୁର, ୨୧/୨ : ଦଶମନ୍ତପୁର ବ୍ଲକ ଅନ୍ତର୍ଗତ କୁମ୍ଭାର ଲୁଲା ଗାଁ ନିକଟସ୍ଥ ବୁଲାଣି ସ୍ଥାନରେ ଆଜି ସନ୍ଧ୍ୟାରେ ଭାରସାମ୍ୟ ହରାଇ ଏକ ଲୁହା ରଡ଼୍ ବୋଝେଇ ପିକଅପ୍ ଗାଡ଼ି ଓଲଟି ପଡ଼ିଥିବା ଜଣାପଡିଛି । ଗାଡ଼ିରେ ଥିବା ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଥିବା ପ୍ରତ୍ୟେକ୍ଷଦର୍ଶୀଙ୍କଠାରୁ ଜଣା ପଡ଼ିଛି।

ସୂଚନା ଅନୁସାରେ, ବୋରିଗୁମ୍ମାଠାରୁ ଏକ ପିକଅପ୍ ଗାଡ଼ି ଲୁହା ରଡ଼ ବୋଝେଇ କରି ଦଶମନ୍ତପୁର ଅଭିମୁଖେ ଯାଉଥିଲା । ଏହି ସମୟରେ ଲୁଲା ବୁଲାଣି ରାସ୍ତାରେ ହଠାତ୍ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ମାତ୍ର ଗାଡ଼ିରେ ଥିବା ଡ୍ରାଇଭର ଓ ହେଲପରର କୌଣସି ଅସୁବିଧା ହୋଇନାହିଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇନଥିବାବେଳେ ପୁଲିସ ମଧ୍ୟ ଦୁର୍ଘଟଣାସ୍ଥଳରେ ପହଞ୍ଚି ନ ଥିବା ଜଣାପଡ଼ିଛି ।