ମୁମ୍ବାଇ,୧୮/୧୧: ବିସିସିଆଇ ଘରୋଇ  କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ‘ସୟଦ ମୁସ୍ତାକ ଅଲି ଟ୍ରଫି’ ଆସନ୍ତା  ୨୩ ତାରିଖରୁ ଆରମ୍ଭ ହେବ । ଏଥିପାଇଁ ରବିବାର ମୁମ୍ବାଇ ଦଳ  ଘୋଷଣା କରାଯାଇଛି । ରଣଜୀ ଟ୍ରଫିରେ ଦଳର ନେତୃତ୍ୱ  ନେଉଥିବା ଅଜିଙ୍କ୍ୟ ରାହାଣେଙ୍କ ସ୍ଥାନରେ ଶ୍ରେୟାସ ଆୟରଙ୍କୁ ନୂଆ ଅଧିନାୟକ ନିଯୁକ୍ତ କରାଯାଇଛି । ପୃଥ୍ୱୀ ଶ’  ଦଳରେ ସ୍ଥାନ ପାଇଛନ୍ତି । ମାତ୍ର ୧୯ବର୍ଷରୁ କମ୍‌ ଭାରତୀୟ  ଦଳର ଶିବିର ପାଇଁ ମନୋନୀତ ହୋଇଥିବା ଚର୍ଚ୍ଚିତ ଯୁବ ଓପନର ଆୟୂଷ ମାହତ୍ରେ ବାଦ୍‌ ପଡ଼ିଛନ୍ତି । 

ଭାରତୀୟ  ଟି-ଟ୍ୱେଣ୍ଟି ଦଳ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ନିଜ  ଭଉଣୀ ବାହାଘର ପାଇଁ ପ୍ରାରମ୍ଭିକ ମ୍ୟାଚ୍‌ ଖେଳିବେନି ।  ଅନ୍ୟ ପଟରେ ଆହତ ଥିବା ଶିବମ ଦୁବେ, ମୁସିର  ଖାନ, ତୁଷାର ଦେଶପାଣ୍ଡେ ମଧ୍ୟ ଦଳରୁ ବାଦ୍‌ ପଡ଼ିଛନ୍ତି ।  ମୁମ୍ବାଇ ଗ୍ରୁପ-ଇ’ରେ ସ୍ଥାନ ପାଇଛି ଏବଂ ଆସନ୍ତା ୨୩  ତାରିଖରେ ଗୋଆ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । 

ଦଳ: ଶ୍ରେୟାସ ଆୟର (ଅଧିନାୟକ), ପୃଥ୍ୱୀ ଶ’,  ଅଙ୍ଗକ୍ରିସ୍‌ ରଘୁବଂଶୀ, ଜୟ ବିଷ୍ଟା, ଅଜିଙ୍କ୍ୟ ରାହାଣେ,  ସିଦେ୍ଧଶ ଲାଡ୍‌, ସୂର୍ଯ୍ୟାଂଶ ସେଡଗେ, ସାଇରାଜ ପାଟିଲ,  ହାର୍ଦ୍ଦିକ ଟାମୋରେ, ଆକାଶ ଆନନ୍ଦ, ସାମ୍ସ ମୁଲାନି,  ହିମାଂଶୁ ସିଂହ, ତନୁଶ କୋଟିଆନ୍‌, ସର୍ଦୁଲ ଠାକୁର,  ମୋହିତ ଅବସ୍ତି, ରୟଷ୍ଟନ ଡିୟାସ, ଜୁନେଦ ଖାନ୍‌ ।