ପ୍ରମୂଖ ଖବର
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଯାତ୍ରାରେ ଶୁଭିବ ସୋନୁ ନିଗମଙ୍କ ସ୍ୱର,ମୁମ୍ବାଇରେ ଭେଟିଲେ ରାଣୀ ପଣ୍ଡା

Published By : Anindita Ratha | July 10, 2025 1:26 PM

ଭୁବନେଶ୍ୱର,୧୦/୦୭: ଓଡ଼ିଶା ଯାତ୍ରା ପ୍ରେମୀଙ୍କ ପାଇଁ ଖୁସି ଖବର ।  ଏବେ ଯାତ୍ରାରେ ଗୀତ ଗାଇବେ ବଲିଉଡର ଖ୍ୟାତିନାମା କଣ୍ଠଶିଳ୍ପୀ ସୋନୁ ନିଗମ। ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ପାର୍ଟିନାଟ୍ୟ ମଣ୍ଡପ ମଞ୍ଚରେ ଶୁଣିବାକୁ ମିଳିବ ସୋନୁଙ୍କ ହୃଦୟଛୁଆଁ ସ୍ୱର । ଖୋଦ୍‌ ନାଟ୍ୟମଣ୍ଡପର ମାଲିକାଣୀ ରାଣୀ ଏହି ସୂଚନା ଦେଇଛନ୍ତି । ରାଣୀ କହିଛନ୍ତି, ସେ ମୁମ୍ବାଇ ଯାଇ ସୋନୁଙ୍କୁ ଭେଟିଛନ୍ତି । ଭେଟିବା ସମୟରେ ସୋନୁଙ୍କୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ପ୍ରଦାନ କରିଛନ୍ତି । 

ଏକ ରୋମାଣ୍ଟିକ ଗୀତ ସୋନୁ ନିଜ ସ୍ୱରରେ ରେକର୍ଡ କରିଛନ୍ତି । ଏହା ଏକ କଷ୍ଟକର କାମ ଥିଲା। ହେଲେ ସଙ୍ଗୀତ ଜାପାନୀ ନିର୍ଦ୍ଦେଶକଙ୍କ ସହଯୋଗରେ ଏହା ସମ୍ଭବ ହୋଇଛି । ଖୁବଶୀଘ୍ର ଯାତ୍ରା ମଞ୍ଚରେ ଏହା ପରିବେଷଣ ହେବ । କେବଳ ସେତିକି ନୁହେଁ, ସୋନୁ ଗାଇଥିବା ଗୀତ ଆଗାମୀ ଦିନରେ ସିନେମାରେ ମଧ୍ୟ ବ୍ୟବହାର ହେବ । ଯେଉଁ ସିନେମାକୁ ରାଣୀ ନିର୍ମାଣ କରିବେ ବୋଲି ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.