ଲାଠୋର/ ଖପ୍ରାଖୋଲ, ୩୦/୦୭: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତ ପତ୍ରାପାଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ । ଦାୟିତ୍ଵରେ ଥିବା ପ୍ରଧାନ ଶିକ୍ଷକ ଜଣେ ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ନିଲମ୍ବିତ ହୋଇଥିବା ଶିକ୍ଷା ବିଭାଗ ତରଫରୁ ସୂଚନା ମିଳିଛି ।
ସୂଚନା ମୁତାବକ, ପତ୍ରାପାଳି ପ୍ରାଥମିକ ବିଦ୍ୟାଳୟର ଦାୟିତ୍ବରେ ଯୁଗଳେଶ୍ବର ବାଗ୍ ଦାୟିତ୍ଵରେ ରହିଛନ୍ତି । ସେ ବିଗତ କିଛି ମାସ ହେବ ନୂତନ ଭାବେ ଯୋଗ ଦେଇଥିବା ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରିଆସୁଥିବା ନେଇ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ ପାଖରେ ଅଭିଯୋଗ ହୋଇଥିଲା । ଏହାପରେ ଏକ ତଦନ୍ତକାରୀ ଦଳ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ପରେ ଶିକ୍ଷକ ଯୁଗଳେଶ୍ବର ବାଗଙ୍କୁ ନିଲମ୍ବିତ କରାଯାଇଛି ।