ମନମୁଣ୍ଡା,୩/୪ : ବୌଦ୍ଧ ଜିଲ୍ଲା ମନମୁଣ୍ଡା ପୋଲିସକୁ ମିଳିଛି ଏକ ବଡ଼ ସଫଳତା l ୫ କ୍ୱିଣ୍ଟାଲ ୭୦କେଜି ଗଞ୍ଜେଇ ସହ ଦୁଇଟି କାରକୁ ଜବତ କରିଛି l ତେବେ ମାଫିଆମାନେ ଘଟଣାସ୍ଥଳରୁ ଫେରାର ହୋଇଛନ୍ତି l କୌଣସି ସୂତ୍ରରୁ ଖବରପାଇ ବୌଦ୍ଧ ଏସପି ରାହୁଲ ଗୋୟେଲଙ୍କ ନିର୍ଦେଶକ୍ରମେ ମନମୁଣ୍ଡା ପୋଲିସ ଟିମ୍ ଗୁରୁବାର ରାତିରେ ଶୁଣ୍ଢିପଦର ପଞ୍ଚାୟତ ମନୋହରପୁର ଗାଁ ପାଖରେ ଥିବା ଜଙ୍ଗଲରେ ଚଢ଼ଉ କରିଥିଲା ଓ ଦୁଇଟି କାରରେ ଭର୍ତ୍ତି ହୋଇଥିବା ଗଞ୍ଜେଇ ଜବତ କରିଛି l ଗାଡ଼ିରୁ ୪ଟି ନକଲି ନମ୍ବର ପ୍ଲେଟ ମଧ୍ୟ ଜବତ ହୋଇଛି l
ଗାଡ଼ି ଦୁଇଟି ମଧ୍ୟପ୍ରଦେଶ ରାଜ୍ୟର ବୋଲି ପୋଲିସ ସୂତ୍ରରୁ ଜାଣିବାକୁ ମିଳିଛି l ଅଭିନବ ଉପାୟରେ ସେମାନେ ମନମୁଣ୍ଡା ଥାନା ଅଂଚଳରୁ ବାହାର ରାଜ୍ୟକୁ ଗଞ୍ଜେଇ ଚୋରାଚାଲାଣ କରୁଥିଲେ l ବୌଦ୍ଧ ଏସଡିପିଓ ଲାରେନ୍ ରାଉତ, ମନମୁଣ୍ଡା ଆଇଆଇସି ସସ୍ମିତା ମଗର, ଏସଆଇ ରିଙ୍କି ପାତ୍ର, ଏଏସଆଇ ନୀଳାମ୍ବର ସାହୁ ଏବଂ ପୋଲିସ ଟିମ୍ ରାତି ଅଧିଆ ଚଢ଼ଉ କରି ଏହି ଗଂଜେଇ ଚୋରାଚାଲାଣ ଧରିବାରେ ସଫଳ ହୋଇଛି l ଏ ନେଇ ମନମୁଣ୍ଡା ଥାନାରେ ଏକ ମାମଲା ନଂ୧୨୪ ରୁଜୁ କରାଯାଇ ପୁଲିସ ଅଧିକ ତଦନ୍ତ ଚଳାଇଛି ଏବଂ ଦୁଇ ଗାଡ଼ିର ଚାଳକ ତଥା ସେଥିରେ ସଂପୃକ୍ତ ଥିବା ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଆଇଆଇସି ଶ୍ରୀମତୀ ମଗର ଦୃଢକ୍ତି ପ୍ରକାଶ କରିଛନ୍ତି।