ବୌଦ୍ଧ, ୯।୪ : ବୌଦ୍ଧ ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ନେଇ ଶୁକ୍ରବାର ଠାରୁ ହେବ ସକାଳୁଆ ଅଫିସ। ଏ ନେଇ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ସର୍କୁଲାର ଜାରି କରିଛନ୍ତି । ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ସର୍କୁଲାର ଜାରି ହୋଇଛି । ସକାଳ ୭ ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ବିନା ଭୋଜନ ବିରତି ରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଚାଲୁ ରହିବ । ଏପ୍ରିଲ ୧୦ ରୁ ଜୁନ ୧୫ ପର୍ଯ୍ୟନ୍ତ ନିର୍ଦ୍ଧାରିତ ସମୟରେ ଚାଲିବ କାର୍ଯ୍ୟାଳୟ । ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀ ସର୍କୁଲାର୍ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।