ନୂଆଦିଲ୍ଲୀ,୨୭/୦୫: ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଗୌରବ ଆଣିଛନ୍ତି ହରିୟାଣାର ତେଜସ୍ୱନୀ । ଜର୍ମାନୀର ସୁଲ୍‌ଠାରେ ଆଇଏସ୍‌ଏସ୍‌ଏଫ ସୁଟିଂ ବିଶ୍ୱକପ୍‌ ଆୟୋଜିତ ହୋଇଛି । ସେଥିରେ ୨୫ ମିଟର ମହିଳା ପିସ୍ତଲରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ତେଜସ୍ୱିନୀ । ୮ ପ୍ରତିଯୋଗୀ ବିଶିଷ୍ଟ ଫାଇନାଲରେ ୫୦ ସଟ୍‌ରୁ ୩୧ ପଏଣ୍ଟ ଅର୍ଜନ କରି ପ୍ରଥମ ସ୍ଥାନରେ ରହିଥିଲେ । ପୂର୍ବରୁ ଯୋଗ୍ୟତା ପର୍ଯ୍ୟାୟରେ ଚତୁର୍ଥ ସ୍ଥାନରେ ରହିଥିଲେ ତେଜସ୍ୱିନୀ ।

ଯୋଗ୍ୟତା ପର୍ଯ୍ୟାୟରେ ଚତୁର୍ଥ ସ୍ଥାନରେ ରହିଥିଲେ ୨୦ ବର୍ଷୀୟ ତେଜସ୍ୱିନୀ । ୩୦୦ ପଏଣ୍ଟରୁ ୨୮୨ ପଏଣ୍ଟ ହାସଲ କରିଥିଲେ । କ୍ୱାଲିଫିକେସନ୍ ରାଉଣ୍ଡରେ ୫୭୫ ପଏଣ୍ଟ ହାତେଇଥିଲେ । ଜୁନିୟର ସୁଟିଂ ବିଶ୍ୱକପରେ ବ୍ୟକ୍ତିଗତ ଭାବେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ପ୍ରଥମ ହୋଇଛନ୍ତି । ଚୀନନକୁ ପଛରେ ପକାଇ ଦେଶ ପାଇଁ ସ୍ୱର୍ଣ୍ଣିମ ସଫଳତା ଆଣିଛନ୍ତି ତେଜସ୍ୱିନୀ ।

ସେହିପରି ମହିଳା ୨୫ ମିଟର ପିସ୍ତଲରେ ଭାଗ ନେଇଥିବା ଅନ୍ୟମାନଙ୍କ ମଧ୍ୟରେ ୩ ଭାରତୀୟ ରହିଛନ୍ତି । ରିୟା ଶିରିଶ ଥାଟେ, ନମ୍ୟା କାପୁର ଓ ଦିବ୍ୟାଂଶୀ ଯଥାକ୍ରମେ ୧୫, ୧୮ ଓ ୨୪ ସ୍ଥାନରେ ରହିଥିଲେ । କନିଷ୍ଠ ସୁଟରଙ୍କ ଏହି ସମ୍ମାନଜନକ ପ୍ରତିଯୋଗିତାରେ ଭାରତ ୧୧ ପଦକ ଶହ ଶୀର୍ଷରେ ରହିଛି । ୧୧ ପଦକରେ ୩ ସ୍ୱର୍ଣ୍ଣ, ୪ ରୌପ୍ୟ ଓ ୪ କାଂସ୍ୟ ପଦକ ରହିଛି । ଚୀନ ୩ଟି ସ୍ୱର୍ଣ୍ଣ ପଦକ ଜିତିଛି ।