ପ୍ରମୂଖ ଖବର
  • ଧାମି ସରକାରଙ୍କ ବଡ଼ ନିଷ୍ପତ୍ତି,ଉତ୍ତରାଖଣ୍ଡର ସବୁ ସ୍କୁଲ୍‌ରେ ଗୀତା ପାଠ ବାଧ୍ୟତାମୂଳକ
  • ||
  • ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା : କ୍ରାଇମବ୍ରାଞ୍ଚ କରିବ ତଦନ୍ତ
  • ||
  • କଂଗ୍ରେସର ଓଡିଶା ବନ୍ଦ ଡାକରା ଯୋଗୁ ଗୁରୁବାର ବନ୍ଦ ରହିବ ପେଟ୍ରୋଲ ପମ୍ପ
  • ||
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

Telangana tunnel collapse: ସୁଡଙ୍ଗରୁ ବାହାରୁଛି କାଦୁଅ, ପାଣି ; ଆଶଙ୍କାରେ ୮ ଜୀବନ

Published By : Ankita S | February 26, 2025 1:55 PM

ହାଇଦ୍ରାବାଦ,୨୬/୦୨: ଦିନ ପରେ ଦିନ ଗଡୁଛି । ୪ ଦିନ ବିତିଗଲାଣି । ୯୦ ଘଣ୍ଟାରୁ ଅଧିକ ସମୟ ଧରି ଅନ୍ଧାରୀ ସୁଡଙ୍ଗରେ ଫଶି ରହିଛନ୍ତି ୮ ଶ୍ରମିକ । ତେଲେଙ୍ଗାନାର ନାଗରକୁର୍ଣ୍ଣୁଲ ଜିଲ୍ଲାରେ ନିର୍ମାଣଧୀନ ଶ୍ରୀଶୈଳମ ଲେଫ୍ଟ ବ୍ୟାଙ୍କ କେନାଲ (ଏସଏଲବିସି) ଟନେଲ ଭୁଶୁଡିବାକୁ ଇତିମଧ୍ୟରେ ୪ ଦିନ ବିତିଗଲାଣି । ହେଲେ ୮ ଶ୍ରମିକଙ୍କୁ ବାହାର କରିବା ସମ୍ଭବ ହୋଇନାହିଁ । ସମୟ ଗଡି ଯାଉଥିବାରୁ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ନେଇ ଆଶା ଆଶଙ୍କା ଦେଖା ଦେଇଛି । ଏବେ ବି ଉଦ୍ଧାରକାର୍ଯ୍ୟ ଜାରି ରହିଛି । ୪ ଦିନ ହେବ ଶ୍ରମିକ କେମିତି ଅଛନ୍ତି କଣ ଖାଉଥିବେ ତାକୁ ନେଇ ଏପରେ ପରିବାର ଚିନ୍ତାରେ ରହିଛି । ଗୋଟେ ଗୋଟେ ମିନିଟ୍ ସେମାନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଛି ।

ଚ୍ୟାଲେଞ୍ଜ ପାଲଟିଛି ଶେଷ ୪୦ ମିଟର- ଗତ ୨୨ ତାରିଖରେ ଟନେଲ ଭୁଶୁଡି ପଡିଥିଲା । ସମୟ ପରେ ସମୟ ଗଡୁଛି । ମଉଳୁଛି ଆଶା । ବଢୁଛି ଆଶଙ୍କା । ତେଲେଙ୍ଗାନା ଟ୍ରେନ ଭୁଶୁଡିବା ଘଟଣାକୁ ୯୦ ଘଣ୍ଟାରୁ ଅଧିକ  ସମୟ ବିତିଲାଣି । ଅନବରତ ଖୋଳା ଚାଲିଛି ହେଲେ ଅନ୍ଧାରୀ ସୁଡଙ୍ଗରେ ଫସିଥିବା ୮ ଶ୍ରମିକଙ୍କ ସହ କୌଣସି ଯୋଗାଯୋଗ ହୋଇପାରୁନାହିଁ । ଉଦ୍ଧାରକାର୍ଯ୍ୟରେ ଏନଡିଆରଏଫ, ଏସଡିଆରଏଫ, ଭାରତୀୟ ସେନା, ମେରାଇନ କମାଣ୍ଡ ଫୋର୍ସ, ନୌସେନା, ଜିଏସଆଇ ସମେତ ୬ ରାଟ୍ ମାଇନର ନିୟୋଜିତ ହୋଇଛନ୍ତି । ହେଲେ ବାଟ ଓଗାଳିଛି ୪୦ ମିଟିର । ଉଦ୍ଧାରକାରୀ ଟିମଙ୍କ ପାଇଁ  ଚ୍ୟାଲେଞ୍ଜ ପାଲଟିଛି ଶେଷ ୪୦ ମିଟର । ସୁଡଙ୍ଗରୁ ଖାଲି ପାଣି ଓ କାଦୁଅ ବାହାରୁଛି । ଏହାକୁ ହଟାଇବା ରେସ୍କ୍ୟୁ ଟମ୍ ପାଇଁ କଷ୍ଟକର ହୋଇଛି । 

ଅଧିକ ପଢନ୍ତୁ...Tunnel Collapse: ସିଲ୍‌କ୍ୟାରା ପରେ ଶ୍ରୀଶୈଲମ୍‌ ଟନେଲ୍‌ ଟ୍ରାଜେଡି, ମନ୍ତ୍ରୀ କହିଲେ- ସେମାନଙ୍କ ବଞ୍ଚିବାର ସମ୍ଭାବନା କମ୍‌

ଟନେଲ ଟ୍ରାଜେଡିକୁ ନେଇ ରାଜନୀତି- ଅନ୍ଧାରୀ ସୁଡଙ୍ଗରେ ଫସି ରହିଛି ୮ ଜୀବନ । ଦିନ ଗଡୁଛି ହେଲେ ଉଦ୍ଧାର ହୋଇପାରୁନାହାନ୍ତି ଶ୍ରମିକ । ଟନେଲ ଟ୍ରାଜେଡିକୁ ନେଇ ତେଲେଙ୍ଗାନାରେ ରାଜନୀତି ଜୋର ଧରିଛି । ବିରୋଧୀ ଦଳ ଭାରତ ରାଷ୍ଟ୍ର ସମିତି (ବିଆରଏସ) କଂଗ୍ରେସ ଶାସିତ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ବିଆରଏସ ସଭାପତି କେଟି ରାମା ରାଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଜିଏସଆଇ ଅନୁମତି ବିନା ନିର୍ମାଣ କାର୍ଯ୍ୟ ଚାଲିଥିବା କହିଛନ୍ତି । ଫସି ରହିଥିବା ଶ୍ରମିକଙ୍କ ଉପରେ ସଙ୍କଟ ବଢୁଛି ।  ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଉଦ୍ଧାରକାର୍ଯ୍ୟକୁ ପ୍ରାଥମିକତା ଦେବା ପରିବର୍ତ୍ତେ ନିର୍ବାଚନ ପ୍ରଚାରରେ ଅଧିକ ଧ୍ୟାନ ଦେଉଛନ୍ତି କହି ସମାଲୋଚନା କରିଛନ୍ତି ।

ସେପଟେ ବିଆରଏସକୁ ଜବାବ ଦେଇ କଂଗ୍ରେସ ନେତା ଚମଲା କିରମ କୁମାର ରେଡ୍ଡୀ କହିଛନ୍ତି, ''ବିରୋଧୀ ଦଳ ହିସାବରେ ଜନତାଙ୍କ କଲ୍ୟାଣ ପାଇଁ ସରକାରଙ୍କୁ ପ୍ରଶ୍ନ କରିବା ସେମାନଙ୍କର ସମ୍ପୂର୍ଣ୍ଣ ଅଧିକାର ରହିଛି । ହେଲେ ବର୍ତ୍ତମାନ ପରସ୍ପର ସହ ଯୁକ୍ତି କରିବ ସମୟ ନୁହେଁ । ସେ ୮ଜଣ ଶ୍ରମିକ କିପରି ସୁରକ୍ଷିତ ଉଦ୍ଧାର ହେବେ ତାର ଉପାୟ ଧ୍ୟାନ ଦେବ ଦରକାର । ରାଜନୈତିକ ମତଭେଦକୁ ପାଶୋରୀ ଉଦ୍ଧାର ଦିଗରରେ ଧ୍ୟାନ ଦେବା ଉଚିତ୍ ।''



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.