ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

Tunnel Collapse: ସିଲ୍‌କ୍ୟାରା ପରେ ଶ୍ରୀଶୈଲମ୍‌ ଟନେଲ୍‌ ଟ୍ରାଜେଡି, ମନ୍ତ୍ରୀ କହିଲେ- ସେମାନଙ୍କ ବଞ୍ଚିବାର ସମ୍ଭାବନା କମ୍‌

Published By : Tapas Panda | February 24, 2025 5:32 PM

ହାଇଦ୍ରାବାଦ: ତେଲେଙ୍ଗାନାର ନାଗରକୁର୍ଣ୍ଣୁଲ ଜିଲ୍ଲାରେ ଟନେଲ୍‌ ଟ୍ରାଜେଡିକୁ ନେଇ ପୁଣି ଦେଶରେ ହଇଚଇ ସୃଷ୍ଟି ହୋଇଛି । ଉତ୍ତରାଖଣ୍ଡର ସିଲକ୍ୟାରା ପରେ ଏବେ ତେଲେଙ୍ଗାନାର ଶ୍ରୀଶୈଲମ ଟନେଲ୍‌ରୁ ଜୀବନ ଉଦ୍ଧାର ଲାଗି ସଂଘର୍ଷ ଜାରି ରହିଛି । ନିର୍ମାଣାଧୀନ ଶ୍ରୀଶୈଲମ ଟନେଲ ଧସିବା ଫଳରେ ସେଥିରେ ଇଞ୍ଜିନିୟର ଏବଂ ଅପରେଟରଙ୍କୁ ମିଶାଇ ୮ ଜଣ ଫସି ରହିଛନ୍ତି । ଗତ ଦୁଇ ଦିନ ଧରି ସେମାନଙ୍କୁ ଉଦ୍ଧାର କରିବା ଲାଗି ଭାରତୀୟ ସେନା ସମେତ ଏନଡିଆରଏଫ ଏବଂ ଅନ୍ୟ ଉଦ୍ଧାରକାରୀ ଦଳ ଚେଷ୍ଟା ଜାରି ରଖିଛନ୍ତି । ଫସି ରହିଥିବା ଲୋକଙ୍କୁ ଉଦ୍ଧାର ଲାଗି ଚେଷ୍ଟା ତ ଚାଲିଛି ସତ, କିନ୍ତୁ ଏଯାଏଁ ସେ ଦିଗରେ କୌଣସି ସଫଳତା ମିଳିନଥିବା କୁହାଯାଉଛି । ଏହାରି ମଧ୍ୟରେ, ତେଲେଙ୍ଗାନାର ମନ୍ତ୍ରୀ ଜୁପାଲି କୃଷ୍ଣ ରାଓ ବଡ଼ ମନ୍ତବ୍ୟ ଦେଇଛନ୍ତି । 

ମନ୍ତ୍ରୀଙ୍କ କହିବା ଅନୁଯାୟୀ, ସୁଡ଼ଙ୍ଗ ଭିତରେ ଫସି ରହିଥିବା ଆଠ ଜଣଙ୍କ ବଞ୍ଚିବାର ସମ୍ଭାବନା ବହୁତ କମ୍। ତଥାପି ସେମାନଙ୍କ ପାଖରେ ପହଞ୍ଚିବା ପାଇଁ ଯଥାସମ୍ଭବ ପ୍ରୟାସ କରାଯାଉଛି । ସେ କହିଛନ୍ତି ଯେ, ୨୦୨୩ରେ ଉତ୍ତରାଖଣ୍ଡର ସିଲକ୍ୟାରା ସୁଡ଼ଙ୍ଗରେ ଫସି ରହିଥିବା ନିର୍ମାଣ ଶ୍ରମିକଙ୍କୁ ଉଦ୍ଧାର କରିଥିବା ରାଟ ମାଇନର୍ସଙ୍କ ଏକ ଟିମ୍‌ ଶ୍ରୀଶୈଲମ ସୁଡ଼ଙ୍ଗରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରୁଛନ୍ତି । ସୁଡ଼ଙ୍ଗ ଭିତରେ ଫସି ରହିଥିବା ଶ୍ରିମକଙ୍କୁ ଉଦ୍ଧାର କରିବାକୁ ଅତି କମରେ ତିନିରୁ ଚାରି ଦିନ ସମୟ ଲାଗିବ ବୋଲି ମନ୍ତ୍ରୀ କହିଛନ୍ତି । 

ସିଲକ୍ୟାରା ଟନେଲ୍‌ ଟ୍ରାଜେଡି: କେମିତି ଘଟିଥିଲା ଏତେ ବଡ଼ ଅଘଟଣ ? ୧୭ ଦିନ ପରେ ଆସିବ ଖୁସି ଖବର

ଦୁର୍ଘଟଣା ସ୍ଥଳଟି କାଦୁଅ ଏବଂ ଭଗ୍ନାବଶେଷରେ ପରିପୂର୍ଣ୍ଣ । ସେଥିପାଇଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହଉଛି । ମନ୍ତ୍ରୀ ଜୁପାଲି କୃଷ୍ଣ ରାଓ କହିଛନ୍ତି ଯେ, ଟନେଲ୍ ବୋରିଂ ମେସିନ୍ (TBM) ର ଓଜନ ଶତାଧିକ ଟନ୍। ସୁଡ଼ଙ୍ଗ ଭୁଶୁଡ଼ି ପଡ଼ିବା ଏବଂ ପାଣିର ପ୍ରବଳ ପ୍ରବାହ ଯୋଗୁଁ ମେସିନଟି ପ୍ରାୟ  ୨୦୦ ମିଟର ପର୍ଯ୍ୟନ୍ତ ଭାସି ଯାଇଛି । ସେ କହିଛନ୍ତି, ‘ସତ କହିବାକୁ ଗଲେ ସେମାନଙ୍କ ବଞ୍ଚିବାର ସମ୍ଭାବନା ବହୁତ କମ୍  । ଦୁର୍ଘଟଣାସ୍ଥଳରୁ ପ୍ରାୟ ୫୦ ମିଟର ଦୂରରୁ ଆମେ ଫଟୋ ଉଠାଇଥିଲୁ । ସେତେବେଳେ ସୁଡ଼ଙ୍ଗର ଶେଷ ଭାଗ ଦୃଶ୍ୟମାନ ହେଉଥିଲା ଏବଂ ୯ ମିଟର ବ୍ୟାସର ଏହି ସୁଡ଼ଙ୍ଗର ପ୍ରାୟ  ୩୦ ଫୁଟ ମଧ୍ୟରୁ ୨୫ ଫୁଟ କାଦୁଅ ଜମା ହୋଇଯାଇଥିଲା । ଯେତେବେଳେ ଫସିରହିଥିବା ଶ୍ରମିକଙ୍କୁ ଡାକିଲୁ, କୌଣସି ଉତ୍ତର ମିଳିଲା ନାହିଁ । ଯଦି ସେମାନେ TBM ମେସିନ ତଳେ  ରହିଯାଇଥିବେ ତେବେ ସେମାନଙ୍କୁ ଅମ୍ଳଜାନ କେମିତି ମିଳିବ ବୋଲି ମନ୍ତ୍ରୀ ପ୍ରଶ୍ନ କରିଛନ୍ତି । 

୧୦ ମିଟରରେ ବନ୍ଦୀ ଜୀବନ ! ଉତ୍ତରାଖଣ୍ଡ ଠାରୁ କାହିଁକି ଅଧିକ ଚ୍ୟାଲେଞ୍ଜପୂର୍ଣ୍ଣ ତେଲଙ୍ଗାନା ସୁଡ଼ଙ୍ଗ ମାମଲା?

ସେ ଆହୁରି କହିଛନ୍ତି, ସବୁ ପ୍ରକାର ପ୍ରୟାସ, ବିଭିନ୍ନ ସଂସ୍ଥା ଭଗ୍ନାବଶେଷ ସଫା କରିବା ସତ୍ତ୍ୱେ, ମୁଁ ଭାବୁଛି ଫସିରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ତିନି-ଚାରି ଦିନରୁ କମ୍‌ ସମୟ ଲାଗିବ ନାହିଁ । ସୂଚନା ଅନୁସାରେ, ଶ୍ରୀଶୈଲମ ସୁଡ଼ଙ୍ଗରେ ଫସି ରହିଥିବା ଲୋକମାନଙ୍କ ମଧ୍ୟରେ ଉତ୍ତର ପ୍ରଦେଶର ମନୋଜ କୁମାର ଏବଂ ଶ୍ରୀ ନିବାସ, ଜମ୍ମୁକାଶ୍ମୀରର ସନି ସିଂହ, ପଞ୍ଜାବର ଗୁରପ୍ରୀତ ସିଂହ ଏବଂ ଝାଡ଼ଖଣ୍ଡର ସନ୍ଦୀପ ସାହୁ, ଜଗତା ଜେସ୍, ସନ୍ତୋଷ ସାହୁ ଏବଂ ଅନୁଜ ସାହୁ  ଅଛନ୍ତି । ଏମାନଙ୍କ ମଧ୍ୟରୁ ଦୁଇଜଣ ଇଞ୍ଜିନିୟର, ଦୁଇଜଣ ଅପରେଟର ଏବଂ ଚାରି ଜଣ ଶ୍ରମିକ ଅଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.