କଣ୍ଟାମାଳ,୨୦।୭ : କଣ୍ଟାମାଲ ଥାନା ବରଗାଁ ପଞ୍ଚାୟତ ଅନ୍ତର୍ଗତ ବୁଢୀମାଲ ଗ୍ରାମ ନିକଟ ଜଙ୍ଗଲରେ ଅବକାରୀ ବିଭାଗ ଚଢାଉ କରି ଏକ କୁଇଣ୍ଟାଲ ୩୨ କେଜି ଗଞ୍ଜେଇ ଜବତ କରିଛି। ତେବେ ଘଟଣାସ୍ଥଳରୁ ଗଞ୍ଜେଇ ମାଫିଆମାନେ ଫେରାର ହୋଇ ଯାଇଛନ୍ତି।
ବରଗାଁ ପଞ୍ଚାୟତ ଅନ୍ତର୍ଗତ ବୁଢୀମାଲ ଗ୍ରାମ ନିକଟ ଜଙ୍ଗଲରେ ଗଂଜେଇ ଚୋରା ଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ଅଧିକାରୀ ସତ୍ୟନାରାୟଣ ପ୍ରଧାନଙ୍କ ନେତୃତ୍ୱରେ କଣ୍ଟାମାଳ ଅବକାରୀ ବିଭାଗର ଏକ ଟିମ ଚଢ଼ାଉ କରିଥିଲେ | ଅବକାରୀ କର୍ମଚାରୀଙ୍କୁ ଦେଖି ମାଫିଆ ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଅବକାରୀ କର୍ମଚାରୀ ୧ କ୍ୱିଣ୍ଟାଲ ୩୨ କେଜି ଗଂଜେଇ ଜବତ କରିଥିଲେ । ଏ ନେଇ କଣ୍ଟାମାଳ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଥିବା ବେଳେ ଜବତ ଗଂଜେଇକୁ କଣ୍ଟାମାଳ କୋର୍ଟରେ ପ୍ରଦର୍ଶନ କରାଯାଇ ଥିବା ଅବକାରି ଅଧିକାରୀ ସତ୍ୟନାରାୟଣ ପ୍ରଧାନ ସୂଚନା ଦେଇଛନ୍ତି ।