କେନ୍ଦୁଝର,୨୭/୧୦: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସୁଡୁଙ୍ଗ ଜଙ୍ଗଲରେ ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ବାରହା ମାରି ଏକ ବୋଲେରୋ ଗାଡିରେ ବିକ୍ରୀ ପାଇଁ ଆସୁଥିଲେ। ଏହି ସମୟରେ ବନ ବିଭାଗ ବଲେରୋ ଗାଡି ସହ ୧୦ଜଣଙ୍କୁ ଅଟକ ରଖିବା ସହ ୮କେଜି ବାରହା ମାଂସ ଓ ମୃତ ବାରହା ଗୋଡ ଜବତ କରିଛି।

ଘଟଣାରୁ ପ୍ରକାଶ ଯେ, ଭୂୟାଁ ଜୁଆଙ୍ଗ ପୀଢ ରେଞ୍ଜ ଅନ୍ତର୍ଗତ ନୟାକୋଟ ବିଟ୍ ଅନ୍ତର୍ଗତ ସୁଡୁଙ୍ଗ ଜଙ୍ଗଲରେ ଶିକାରୀମାନେ ବାର୍‌ହା ମାରି ମାଂସ ବିକ୍ରୀ ପାଇଁ ଆଣୁଥିବା ନେଇ ବନବିଭାଗ ଏନେଇ ସୂଚନା ପାଇଥିଲା। ସୂଚନା ଆଧାରରେ ବନବିଭାଗ ଟିମ ସୁଡୁଙ୍ଗ ଜଙ୍ଗଲ ବାଟଗାଁ ନାଳ ନିକଟରେ ଜଗି ରହିଥିବାବେଳେ ବାରହା ମାରି ବୋଲେରୋ ଗାଡିରେ ଆସୁଥିବାବେଳେ ବନବିଭାଗ ତାଙ୍କୁ କାବୁ କରିଥିଲା। ଏହାସହ ଗାଡିରେ ଥିବା ୮ କେଜି ବାରହା ମାଂସ ଜବତ କରିବା ସହ ୧୦ଜଣଙ୍କୁ ଅଟକ ରଖି ବନବିଭାଗ ଜେରା କରୁଛି।

ଶିକାରୀମାନେ ବ୍ୟବହାର କରୁଥିବା ଏକ ମୋଟର ସାଇକେଲ ମଧ୍ୟ ବନ ବିଭାଗ ଜବତ କରିଛି। ସୁଡୁଙ୍ଗ ଜଙ୍ଗଲରେ ଫାଶ ପକାଇ ବାରହା ମାରିଥିବା ନେଇ ସେମାନେ ସ୍ୱୀକାର କରିଛନ୍ତି। ଶିକାରୀଙ୍କୁ ଧରିବାରେ ୨ଟି ଟମ୍‌ରେ ଭୂୟାଁ ଜୁଆଙ୍ଗ ପୀଢ ରେଞ୍ଜର ନୟନକାନ୍ତ ସାହୁ, ବନପାଳ ଜ୍ୟୋତିର୍ମୟୀ ପଟ୍ଟନାୟକ, ବନରକ୍ଷୀ ନିଲମ ମହାନ୍ତ, ମିଲିରାଣୀ ଦାସ, ଚନ୍ଦ୍ରକାନ୍ତ ମହାନ୍ତ ଏବଂ ସ୍ୱାର୍ଡ କର୍ମଚାରୀ ସାମିଲ ଥିଲେ। ଶିକାରରେ ବ୍ୟବହୃତ ହୋଇଥିବା ୨ଟି ଟାଙ୍ଗିଆ, ଫାଶକୁ ମଧ୍ୟ ବନବିଭାଗ ପକ୍ଷରୁ ଜବତ କରାଯାଇଥିବା ଜଣାପଡିଛି।

ଅଟକ ଶିକାରୀମାନେ ହେଲେ ନୟାକୋଟ ଥାନା ଅର୍ନ୍ତଗତ ସୁଡଙ୍ଗ ଗ୍ରାମର ପରମେଶ୍ୱର ଦେହୁରୀ(୩୨), ମହେଶ୍ୱର ନାଏକ(୪୦), ଜୟଧାରା ନାଏକ(୨୮), ଯୋଗୀ ଗିରି(୧୯), କୁମ୍ଭର ଦେହୁରୀ(୨୦), ପ୍ରାନ୍ତ ପ୍ରଦାନ(୧୯), ବାନିଆଳ ଦେହୁରୀ(୨୪), ସାଗର ମହାରଣା(୨୨), କଳାକର ଦେହୁରୀ(୨୫), ରାଉତ ଦେହୁରୀ(୬୨) ବୋଲି ଜଣାପଡିଛି ।