ପ୍ରମୂଖ ଖବର

ଦୀଘା ସମୁଦ୍ରରେ ୧୦ ଫୁଟର ଉଚ୍ଚ ଜୁଆର, ସୁରକ୍ଷା ପାଚେରୀ ଡେଇଁ ସହରକୁ ପଶୁଚି ପାଣି

Published By : Rasmita Pradhan | October 18, 2024 10:41 AM

ଭୋଗରାଇ, ୧୮/୧୦ : ପଶ୍ଚିମବଙ୍ଗ ଦୀଘା ସମୁଦ୍ରରେ ୧୦ ଫୁଟର ଉଚ୍ଚ ଜୁଆର। ସୁରକ୍ଷା ପାଚେରୀ ଡେଇଁ ଦୀଘା ସହରକୁ ପଶୁଚି ସମୁଦ୍ର ପାଣି। ପୂର୍ଣ୍ଣିମା ଥିବାରୁ ଉଚ୍ଚ ଜୁଆର ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ଅଞ୍ଚଳରେ ପ୍ରଶାସନ ଭିଡ଼ ନିୟନ୍ତ୍ରଣ କରୁଛି।

ସୂଚନାନୁଯାୟୀ, ପୂର୍ଣ୍ଣିମାରେ ଦୀଘା ସମୁଦ୍ରରେ ୧୦ ଫୁଟରୁ ଉର୍ଦ୍ଧ୍ଵ ଉଚ୍ଚ ଜୁଆର ସୃଷ୍ଟି ହୋଇଛି। ସୁରକ୍ଷା ପାଚେରୀ ଡେଇଁ ଦୀଘା ସହର ଭିତରକୁ ସମୁଦ୍ର ପାଣି ପଶୁଛି। ଓଡ଼ିଶାରେ ଉଦୟପୁର ତାଳସାରି ନାରାୟଣ ମହାନ୍ତି ପଡ଼ିଆ, ବିଚିତ୍ରପୁର ଆଦି ସ୍ଥାନରେ ମଧ୍ୟ ମଧ୍ୟ ପ୍ରବଳ ଜୁଆର ନେଇ ଲୋକେ ଭୟଭୀତ ଅଛନ୍ତି। ଉଚ୍ଚ ଜୁଆର ଯୋଗୁଁ ଦୁର୍ଘଟଣା ଘଟି ଦୁଇ ପର୍ଯ୍ୟଟକ ଆହତ ହୋଇ ଦୀଘା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.