ପ୍ରମୂଖ ଖବର
  • ପହଲଗାମ ଆକ୍ରମଣରେ ଟିଆରଏଫର ସଂପୃକ୍ତି ନେଇ ପ୍ରମାଣ ମାଗିଲା ପାକିସ୍ତାନ
  • ||
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଭାଲୁ ସହ ଲଢ଼ି ବାପାର ଜୀବନ ବଞ୍ଚାଇଲା ୧୦ବର୍ଷର ପୁଅ

Published By : Gurupada Nath | January 30, 2025 10:52 PM

ମାଲକାନଗିରି,୩୦/୧ ; ବୟସରେ ଛୋଟ ହେଲେ ବି ଉପସ୍ଥିତ ବୁଦ୍ଧି ଖଟାଇ ଭାଲୁ ସହିତ ଲଢ଼ି ବାପାର ଜୀବନ ବଞ୍ଚାଇ ପ୍ରଶଂସାର ପାତ୍ର ସାଜିଛି ୧୦ବର୍ଷର ପୁଅ । ଏପରି ଘଟଣା ଆଜି ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଦନ୍ତେୱାଡ଼ା ଜିଲ୍ଲାରେ । 

ଅବୁଜାମାଡ଼ ଗ୍ରାମର ବଞ୍ଜରା ନେତାମା ଓ ତାଙ୍କର ୧୦ବର୍ଷର ପୁଅ ଦେବେନ୍ଦ୍ର ନିକଟସ୍ଥ ଜଙ୍ଗଲକୁ ବାଉଁଶ କାଟିବାକୁ ଯାଇଥିଲେ । ହଠାତ୍ ଏକ ବଣୁଆ ଭାଲୁ ଆସି ବଞ୍ଜା ରାମଙ୍କୁ ଆକ୍ରମଣ କରିଥିଲା । ସେ ଚିତ୍କାର କରିବାରୁ ନିକଟରେ ଥିବା ପୁଅ ଦେବେନ୍ଦ୍ର ଉପସ୍ଥିତ ବୁଦ୍ଧି ଖଟାଇ ନିକଟରେ ପଡ଼ିଥିବା ଏକ ବାଉଁଶ ବାଡ଼ିରେ ଭାଲୁର ମୁହଁ ଓ ଆଖିକୁ ମାଡ଼ ଦେଇ ଚିତ୍କାର କରିଥିଲା । 

ତଥାପି ଭାଲୁ ଟି ଦେବେନ୍ଦ୍ରକୁ ଆକ୍ରମଣ କରିବାରୁ ଦେବେନ୍ଦ୍ର ମଧ୍ୟ ଭାଲୁ ଟିର ମୁହଁ ଓ ଆଖିକୁ ଜାବୁଡ଼ି ଧରିଥିଲା । ବାପା ପୁଅ ଭାଲୁ ସହ ଖଣ୍ଡ ଯୁଦ୍ଧ ଲାଗି ଯାଇଥିଲେ । ଭାଲୁଟି ଶେଷରେ ହାର୍ ମାନି ଜଙ୍ଗଲକୁ ପଳାଇଥିଲା । ଏମାନଙ୍କ ଚିତ୍କାର ଶୁଣି ଗ୍ରାମବାସୀ ବାପ ପୁଅଙ୍କ ନିକଟରେ ପହଁଚି ଉଭୟଙ୍କୁ ଆହତ ଅବସ୍ଥାରେ ଦାନ୍ତେୱାଡ଼ା ଜିଲ୍ଲା ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇଛନ୍ତି । ପୁଅର ଉପସ୍ଥିତ ବୁଦ୍ଧି ଯୋଗୁଁ ବାପାର ଜୀବନ ବଞ୍ଚିଯାଇଥିବା ବନ ବିଭାଗ ଓ ଗ୍ରାମବାସୀ ଦେବେନ୍ଦ୍ରକୁ ବାହା ବାହା ଦେଇଛନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.