ପ୍ରମୂଖ ଖବର
  • ବିଶ୍ଵ ସ୍ତନ୍ୟପାନ ସପ୍ତାହ ଉପଲକ୍ଷେ ମହିଳାଙ୍କ ପାଇଁ ବଡ଼ ଘୋଷଣା : ସବୁଠି ଖୋଲିବ ବ୍ରେଷ୍ଟ ଫିଡିଂ ସେଣ୍ଟର୍
  • ||
  • ଭୁବନେଶ୍ଵର : ଖୁବଶୀଘ୍ର ୧୬୩୫ଟି ନୂଆ ରାଜସ୍ଵ ଗାଁର ସୀମା ପରିବର୍ତ୍ତନ, ରାଜସ୍ବ ବିଭାଗ ପକ୍ଷରୁ SOP ଜାରି
  • ||
  • ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୭ଟି ସ୍ଥାନରେ ଚଢାଉ
  • ||
  • ରୋପୋ ରେଟ୍ ଅପରିବର୍ତ୍ତିତ ରଖିଲା RBI, ୫.୫ ପ୍ରତିଶତରେ ସ୍ଥିର ସୁଧ ହାର
  • ||
  • ଖାଦ୍ୟ ପାର୍ସଲ ଦେବାକୁ କହି ମହିଳାଙ୍କୁ ଡାକିଲେ, ଆସିବାରୁ ହତ୍ୟା ଧମକ ଡେଲିଭରି ବୟ
  • ||
  • ଓଟିଇଟି ପ୍ରଶ୍ନ ଲିକ୍‌ କେଳେଙ୍କାରୀ: ମହିଳା ଡାଟା ଏଣ୍ଟ୍ରି ଅପରେଟର୍‌ଙ୍କୁ ମାରାଥନ୍ ଜେରା, ଏବେ କ୍ରାଇମ୍‌ବ୍ରାଞ୍ଚ୍‌ ସ୍କାନର୍‌ରେ ସଭାପତି
  • ||
  • ତେଲକୋଇ : ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ
  • ||
  • ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା, ଆଜି ମୁଖ୍ୟ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ, ଝାଡ଼ସୁଗୁଡ଼ା ଏଡିଜେଏ କୋର୍ଟରେ ହେବ ଶୁଣାଣି
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା; ଉପସଭାପତି ନିହାର ମହାନ୍ତି ସସ୍‌ପେଣ୍ଡ୍, ଏବେ କ୍ରାଇମ୍‌ବ୍ରାଞ୍ଚ ସ୍କାନ୍‌ରେ ସଭାପତି
  • ||
  • ବୁଧବାର ଏବଂ ଗୁରୁବାର ପ୍ରବଳ ବର୍ଷା ସମ୍ଭାବନା, ଓଡ଼ିଶାର ଅଧାରୁ ଅଧିକ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି
  • ||

୧୦ ବର୍ଷର ନାବାଳିକାକୁ ଘରୁ ଟେକିନେଇ ଗଣଦୁଷ୍କର୍ମ; ୩ ଯୁବକ ଅଟକ

Published By : Bijay Swain | August 5, 2025 11:37 PM

ଖୁଣ୍ଟା,୦୫/୦୮: ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଜୈନୈକା ୧୦ ବର୍ଷର ନାବାଳିକା ଘରେ ଶୋଇଥିବା ବେଳେ ତିନିଜଣ ଯୁବକ ଟେକିନେଇ ବଳପୂର୍ବକ ଗଣଦୁଷ୍କର୍ମ କରିଥିବା ନେଇ ନାବାଳିକାର ମା' ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ଖୁଣ୍ଟା ପୋଲିସ ଜଣେ ନାବାଳକ ସମେତ ୩ ଜଣକୁ ଏହି ଘଟଣାରେ ଅଟକ ରଖି ତଦନ୍ତ ଜାରି ରଖିଛି।

ସୁଚନା ଥାଉ କି, ଗତ ଜୁଲାଇ ୨୪ ତାରିଖ ଦିନ ଏହି ଘଟଣା ଘଟିଥିବା ବେଳେ ଝିଅର ପରିବାର ଲୋକ ତା ପରଦିନ ଗୁରୁତର ଅବସ୍ଥାରେ ଝିଅକୁ ପିଆରଏମ୍ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରିଥିଲେ । ଚିକିତ୍ସାରେ ସୁଧାର ଆସିବା ପରେ ପିଡି଼ତା ଘରକୁ ଫେରିଥିଲେ। ପରେ ଏହି ଘଟଣା ବାବଦରେ ପିଡ଼ିତା ଘର ଲୋକଙ୍କୁ ସବୁକଥା ଖୋଲି କହିଥିଲେ। ଏନେଇ ଗାଁ ରେ ଏକ ବୈଠକ ହୋଇଥିଲା। ଏବଂ ଏହି ବୈଠକରେ ସମ୍ପୃକ୍ତ ଜଣେ ନାବାଳକ ସମେତ ୨ ଜଣ ଯୁବକକୁ ଡ଼ାକି ସଭା ମଝିରେ ପଚରାଉଚରା କରାଯାଇଥିଲା। ହେଲେ ଯୁବକ ମାନେ ଏହି କଥାକୁ ଖଣ୍ଡନ କରିବା ସହ ଏହି ଘଟଣା ସହ ସେମାନଙ୍କର କୌଣସି ସମ୍ପର୍କ ନଥିବା କହିଥିଲେ। 

ଶେଷରେ ପରିବାର ଲୋକ ଗାଁ ବୈଠକରେ ନିରାଶ ହେବା ପରେ ବାଧ୍ୟ ହୋଇ ଖୁଣ୍ଟା ଥାନାରେ ଦ୍ୱାରସ୍ଥ ହେବା ସହ  ଲିଖିତ ଅଭିଯୋଗ କରିଥିଲେ। ତେବେ ଏହି ଘଟଣାରେ ଖୁଣ୍ଟା ପୋଲିସ ତିନିଜଣ ଯୁବକଙ୍କ ନାଁରେ ତିନୋଟି ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ରିପୋର୍ଟ ଲେଖା ହେବା ଯାଏଁ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇନଥିବା ଜଣାପଡିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.